ଗତ କିଛି ଦିନ ହେବ ଥଣ୍ଡା କମ୍ ହେବା ସହ ରାଜ୍ୟରେ ଘନ କୁହୁଡି ଦେଖିବାକୁ ମିଳିଛି । ଆସନ୍ତା ଦୁଇଦିନ ମଧ୍ୟରେ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବନାହିଁ। ତେବେ ପରବର୍ତ୍ତୀ ଦୁଇଦିନ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। କେବକ ଏତିକି ନୁହେଁ ଆସନ୍ତା ଦୁଇଦିନ ବିଭିନ୍ନ ଜିଲାରେ ଘନ କୁହୁଡ଼ିର ଆସ୍ତରଣ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ପାଣି ପାଗ ବିଭାଗ ଅନୁଯାଇ ରାଜ୍ୟରେ ମଙ୍ଗଳବାର ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୪.୦ ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ରାଉରକେଲାରେ ୮.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଅନ୍ୟପଟେ ମଙ୍ଗଳବାର ନୟାଗଡ଼, କଟକ, ଖୋର୍ଦ୍ଧା, ଗଞ୍ଜାମ, ଅନୁଗୋଳ, ଢେଙ୍କାନାଳ, ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲାରେ କୁହୁଡ଼ି ପ୍ରଭାବ ଦେଖିବାକୁ ମିଳିଥିଲା।