• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପୂଜା ପରେ କାହିଁକି ବନ୍ଧାଯାଏ ରକ୍ଷାସୂତ୍ର

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":[],"is_sticker":false,"edited_since_last_sticker_save":false,"containsFTESticker":false}
Spread the love

ତାଜୁବ ସାଧାରଣତଃ ଆପଣ ଦେଖିଥିବେ ଯେ ପୂଜାପରେ ବ୍ରାହ୍ମଣ ହାତରେ ଏକ ସୁତା ବାନ୍ଧିବା ପାଇଁ ଦେଇଥାନ୍ତି । ଦଶହରା ପୂଜା ହେଉ କିମ୍ବା ଘରେ ହେଉଥିବା ଯେକୌଣସି ପୂଜା, ହିନ୍ଦୁ ଧର୍ମ ଅନୁସାରେ ହାତରେ ପୂଜାର ବ୍ରତ ଧାରଣ ନକଲେ କୌଣସି ପୂଜା ସମ୍ପୂର୍ଣ୍ଣ ହୋଇପାରି ନଥାଏ ।କିନ୍ତୁ ସାଧାରଣତଃ ଅନେକ ଲୋକ ଜାଣିନଥିବେ ଯେ ଏହା ପଛରେ କେବଳ ଧାର୍ମିକ କାରଣ ନୁହେଁ ବରଂ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଯଦି ଆପଣ ମଧ୍ୟ ଜାଣିନାହାନ୍ତି ତାହେଲେ ଜାଣିରଖନ୍ତୁ ହାତରେ ପୂଜା ବ୍ରତକୁ ଧାରଣ କରିବା ଦ୍ୱାରା ସ୍ୱାସ୍ଥ୍ୟପାଇଁ ଏହା କେତେ ଲାଭଦାୟକ ହୋଇଥାଏ ।ବାତ, ପିତ୍ତ ଓ କଫ- ହାତରେ ବନ୍ଧା ଯାଉଥିବା ଏହି ସୂତାକୁ ରକ୍ଷାସୂତ୍ର କୁହାଯାଇଥାଏ । ଡାକ୍ତରଙ୍କ କହିବା ଅନୁଯାୟୀ ଶରୀରର ଅନେକ ଗୁରୁତ୍ୱପୂର୍ଣ୍ଣ ଅଂଶକୁ ପହଁଚୁଥିବା ଶିରା ଆମର ହାତ(wrist) ଦେଇ ଯାଇଥାଏ । ଯଦି ଆପଣ ଏହି ରକ୍ଷାସୁତ୍ର ହାତରେ ବାନ୍ଧିଛନ୍ତି ତାହେଲେ ଏହାଦ୍ୱାରା ଆପଣଙ୍କର ସେହି ଶିରା ଗୁଡିକର କ୍ରିୟା ନିୟନ୍ତ୍ରିତ ହୋଇ ରହିବ । ଯେଉଁ କାରଣରୁ ବାତ, ପିତ୍ତ ଏବଂ କଫ ଭଳି ସମସ୍ୟାକୁ ନିୟନ୍ତ୍ରିତ କରାଯାଇପାରିବ ।ରକ୍ତଚାପ-ଗବେଷକମାନେ ଅନେକ ସମୟ ଧରି ଗବେଷଣା କଲାପରେ ଜାଣିବାକୁ ପାଇଥିଲେ ଯେ ରକ୍ଷାସୁତ୍ର ହାତରେ ବନ୍ଧାଯିବା ଦ୍ୱାରା ହାତର ଶିରାପ୍ରଶିରା ନିୟନ୍ତ୍ରଣରେ ରହିଥାଏ ଯେଉଁ କାରଣରୁ ରକ୍ତଚାପ ଭଳି ସମସ୍ୟା ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।ମଧୁମେହ-ପୁରୁଷ ଓ ଅବିବାହିତା ଯୁବତୀଙ୍କର ଡାହାଣ ହାତରେ ଏବଂ ବିବାହିତା ମହିଳାମାନଙ୍କର ବାମହାତରେ ଏହି ସୂତ୍ର ବନ୍ଧାଯାଇଥାଏ । ହାତରେ ଏହି ରକ୍ଷାସୁତ୍ର ବାନ୍ଧିବା ଦ୍ୱାରା ମଧୁମେହ ଭଳି ରୋଗ ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।ହାର୍ଟ ଆଟାକ-ବ୍ରତ ବା ରାକ୍ଷାସୁତ୍ର ଆମ ସ୍ୱାସ୍ଥ୍ୟପାଇଁ ଏତେ ଲାଭଦାୟକ ଯେ ଏହା ଆମକୁ ପାରାଲିସିସ ଓ ହାର୍ଟ ଆଟାକରୁ ମଧ୍ୟ ବଞ୍ଚାଇଥାଏ ।

Leave a Reply

Your email address will not be published. Required fields are marked *