• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ବାଇକ ଓ ପିକଅପ ମୁଁହାମୁହିଁ ଧକ୍କା । ବାଇକ ଚାଳକ ଗୁରୁତର।

ByOdishri Khabar

Aug 20, 2025
Spread the love

ରାଜଗାଙ୍ଗପୁର (ଓଡ଼ିଶ୍ରୀ ଖବର)ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ରାଜଗାଙ୍ଗପୁର ଲିପଲୋଇ ବୁଲେଟ ଶୋ ରୁମ ନିକଟରେ ଆଜି ସନ୍ଧ୍ୟା ରେ ଏକ ପିକଅପ ଗାଡି ସହ ଏକ ବାଇକ ର ମୁଁହାମୁହିଁ ଧକ୍କା ହେବାରୁ ବାଇକ ଚାଳକ ଜଣକ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ରାଜଗାଙ୍ଗପୁର ସିଂଘା ପଡା ଟୁଙ୍ଗୁରିତଟୋଲୀ ଅଞ୍ଚଳର କୁମର ମାଝୀ (୨୬) ବୋଲି ଜଣାପଡିଛି।
ସୂଚନା ମୁତାବକ ଆଜି ସନ୍ଧ୍ୟା ସମୟରେ ବାଇକ (ଓଡ଼ି ୧୬ଏଲ ୭୦୫୫) ରେ କୁମର ଲିପଲୋଇ ପଟେ ଯାଉଥିବା ବେଳେ ଅପରପାର୍ଶ୍ୱରୁ ଆସୁଥିବା ଏକ ପିକ ଅପ (ଓଡ଼ି ୧୬ଜି ୮୪୮୬)ସହ ମୁଁହାମୁଁହି ଧକ୍କା ଦେବାରୁ ବାଇକ ଆରୋହି କୁମର ରାସ୍ତାରେ ଛିଟିକି ପଡିଥିଲେ। ଯାହା ଫଳରେ ତାଙ୍କ ମୁଣ୍ଡ ରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କୁ ତୁରନ୍ତ ସ୍ତାନୀୟ ଲୋକ ଉଦ୍ଧାର କରି ରାଜଗାଙ୍ଗପୁର ସିଏଚସି କୁ ଚିକିତ୍ସା ପାଇଁ ନେଇଥିଲେ।ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତର ଖାନା କୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ପିକଅପ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସ୍ତାନୀୟ ଲୋକ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *