• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ବିନା ଗ୍ୟାରେଣ୍ଟିରେ ୧୦ ଲକ୍ଷ ଦେଉଛନ୍ତି ସରକାର

Spread the love

ଜାଣନ୍ତୁ କେମିତି ରହିଛି ଆବେଦନ ପ୍ରକ୍ରିୟା ବର୍ତ୍ତମାନ ସମୟରେ ପ୍ରତ୍ୟେକଙ୍କୁ ରୋଜଗାରକ୍ଷମ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି ସରକାର । ଏଥିପାଇଁ ବିଭିନ୍ନ ସମୟରେ ଆୟୋଜନ ହେଉଛି ନିଯୁକ୍ତିମେଳା । ଖାଲି ସେତିକି ନୁହେଁ, ଯେଉଁମାନେ ନିଯୁକ୍ତି ବଦଳରେ ବ୍ୟବସାୟ କରିବାକୁ ଚାହୁଁଛନ୍ତି ସେମାନଙ୍କ ଉପରେ ବି ଧ୍ୟାନ ଦେଉଛନ୍ତି ସରକାର । ଏଥିପାଇଁ ଆରମ୍ଭ ହେବାକୁ ଯାଉଛି ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ(Employment Generation Program) ଏହା ଏକ କ୍ରେଡିଟ୍‌ ଲିମିଟ୍‌ ସବ୍‌ସିଡି ସ୍କିମ୍‌ – ସରକାରଙ୍କ ଏହି ସ୍କିମ୍ ଅନୁଯାୟୀ ଉତ୍ପାଦନ କ୍ଷେତ୍ର(Manufacturing Unit ) ପାଇଁ ୫୦ ଲକ୍ଷ ଟଙ୍କା ଓ ସର୍ଭିସ୍‌ ସେକ୍ଟର ପାଇଁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବେ ସରକାର । ତେବେ ଏଥିପାଇଁ ହିତାଧିକାରୀଙ୍କୁ ମୋଟ ବିନିଯୋଗର ଅତିକମ୍‌ରେ ୫ ପ୍ରତିଶତ ଅର୍ଥରେ ବ୍ୟବସାୟ ଆରମ୍ଭ କରିବାକୁ ହେବ । ବାକି ଟଙ୍କା ୫ଟି ବିତ୍ତୀୟ ବର୍ଷରେ ଯୋଗାଇ ଦେବେ ସରକାର । ଏଥିପାଇଁ ସରକାର ୧୩ ହଜାର ୫୪୪ କୋଟି ଟଙ୍କା ଖର୍ଚ୍ଚ କରିବେ ।ଋଣ ଗ୍ରହୀତାଙ୍କୁ ମିଳିବ ୩୫ ପ୍ରତିଶତ ରିହାତି-ସରକାରଙ୍କ ଏହି ପ୍ରୋଗ୍ରାମ୍‌ରେ ଗ୍ରାମୀଣ ଅଞ୍ଚଳରେ ଋଣଗ୍ରହୀତାଙ୍କୁ ୩୫ ପ୍ରତିଶତ ପର୍ଯ୍ୟନ୍ତ ସବ୍‌ସିଡି ମିଳିବ । ସହରାଞ୍ଚଳରେ ରହୁଥିବା ହିତାଧିକାରୀଙ୍କୁ ଏହି ପ୍ରୋଗ୍ରାମରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ । ତେବେ ଏଥିରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ହିତାଧିକାରୀଙ୍କୁ କୌଣସି ଗ୍ୟାରେଣ୍ଟି ଦେବାକୁ ପଡ଼ିବ ନାହିଁ । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା କାରୀଗର ଓ ବେକାରୀ ଯୁବଗୋଷ୍ଠୀଙ୍କୁ ନେଇ ଏକ ବ୍ୟବସାୟ ଆରମ୍ଭ କରିବା ସହ ଆତ୍ମନିର୍ଭରଶୀଳ କରାଇବା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ । ଦାଦନ ଶ୍ରମିକ ପ୍ରଥାକୁ ରୋକିବା ଦିଗରେ ଏହା ଏକ ପାଇଲଟ୍‌ ପ୍ରୋଜେକ୍ଟ ଭଳି କାମ କରିପାରେ । ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଦ୍ୱାରା ଏହି ଯୋଜନା ପରିଚାଳନା କରାଯିବ ।ଏମାନେ କରିବେ ଆବେଦନ-ଏହି ଯୋଜନାର ଲାଭ ଉଠାଇବାକୁ ହିତାଧିକାରୀ ଭାରତୀୟ ହୋଇଥିବା ଆବଶ୍ୟକ । ବୟସ ୧୮ ବର୍ଷରୁ ଅଧିକ ହୋଇଥିବା ଦରକାର । ସେହିଭଳି ଆବେଦନକାରୀଙ୍କ ଅଷ୍ଟମ ପାସ୍‌ କରିଥିବା ଦରକାର । ଖାଲି ସେତିକି ନୁହେଁ, ହିତାଧିକାରୀ ଅନ୍ୟ କୌଣସି ସରକାରୀ ରିହାତି ଯୋଜନାର ଲାଭ ଉଠାଉଥିଲେ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ ।ଏଥିପାଇଁ ହିତାଧିକାରୀ ଅନ୍‌ଲାଇନ୍‌ ଆବେଦନ କରି ପାରିବେ । ଏଥିପାଇଁ ଖଦି ଉଦ୍ୟୋଗ ଆୟୋଗର ୱେବ୍‌ସାଇଟ୍‌ ଭିଜିଟ୍‌ କରିପାରିବେ । ଏଠାରେ PMEGP ଅପ୍ସନ୍‌ ଉପରେ କ୍ଲିକ୍‌ କରିବା ପରେ ପ୍ରଧାନମନ୍ତ୍ରୀ ଏମ୍ପ୍ଲୋୟମେଣ୍ଟ୍‌ ପ୍ରୋଗ୍ରାମ୍ ପେଜ୍‌ ଖୋଲିବ । ଆପ୍ଲିକେସନ ଫର୍‌ ନ୍ୟୁ ୟୁନିଟ୍‌ ଆପ୍ଲାଏ ବଟନ୍‌ ଉପରେ କ୍ଲିକ୍‌ କରିବାକୁ ହେବ । ଏଠାରେ ସମସ୍ତ ଦସ୍ତାବିଜ୍ ଦାଖଲ କରିବା ପରେ ସବ୍‌ମିଟ୍‌ ଉପରେ କ୍ଲିକ୍‌ କରନ୍ତୁ । ଏହାପରେ ଆପଣଙ୍କ ଆପ୍ଲିକେସନ ଦାଖଲ ହୋଇଯିବ ।

Leave a Reply

Your email address will not be published. Required fields are marked *