• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ବିପୁଳ_ପରିମାଣର_ବିଅର_ନଷ୍ଟ

Spread the love

କଟକ ଜିଲ୍ଲାପାଳ ଙ୍କ ନିର୍ଦେଶକ୍ରମେ ଆଜି ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ନିଶ୍ଚିନ୍ତକୋଇଲି ଠାରେ ସରକାରୀ ମଦ ଦୋକାନ ରୁ ଅବଧି ସରିଯାଇଥିବା ବିଅର କୁ ନଷ୍ଟକଲା ସାଲେପୁର ଅବକାରୀ ବିଭାଗ ଓ ନିଶ୍ଚିନ୍ତକୋଇଲି ପୋଲିସ। ପାଖାପାଖି ସାତ ଲକ୍ଷରୁ ଉର୍ଧ୍ଵ ଟଙ୍କା ମୂଲ୍ୟର ବିଅରକୁ ଭାଙ୍ଗି କି ନଷ୍ଟ କରାଯାଇଛି || କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ଥାନାର ଅନତି ଦୂରରେ ଏକ ବିଦେଶୀ ମଦ ଦୋକାନ ରହିଛି || ଏହି ମଦ ଦୋକାନ ରେ ପ୍ରଶାସନ ତରଫରୁ ଗତ ବର୍ଷ ମାର୍ଚ୍ଚ ମାସ ଠାରୁ ବିପୁଳ ପରିମାଣର ବିଅର ମହଜୁଦ କରି ରଖଯାଇଥିଲା || ତେବେ କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ନିଶ୍ଚିନ୍ତ କୋଇଲି ତହସିଲଦାର ଓ ଥାନା ପୋଲିସର ଉପସ୍ଥିତିରେ ସାଲେପୁର ଅବକାରୀ ବିଭାଗ ତରଫରୁ ପ୍ରାୟ ସାତ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ମୂଲ୍ୟର ବିଅର କୁ ନଷ୍ଟ କରାଯାଇଥିବାର ସାଲେପୁର ଅବକାରୀ ବିଭାଗର ଇନିସ୍ପେକ୍ଟର ରଙ୍କନିଧି ମଲ୍ଲିକ ସୂଚନା ଦେଇଛନ୍ତି। ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଏତେ ଦିନ ଯାଏଁ ଅବଧି ସରିଯାଇଥିବା ବିଅର ଗୁଡିକ କାହିଁକି ନଷ୍ଟ ନକରି ରଖାଯାଇଥିଲା।

Leave a Reply

Your email address will not be published. Required fields are marked *