ମିଡିଆରେ ପ୍ରତି ମୁହୁର୍ତ୍ତରେ କିଛି ନା କିଛି ଭିଡିଓ ପୋଷ୍ଟ ହୋଇଥାଏ । ଆଉ ସେଥିମଧ୍ୟରୁ କିଛି ଭାଇରାଲ ହୋଇଥାଏ । ସେହି ଭାଇରାଲ ଭିଡିଓ ମଧ୍ୟରୁ କିଛି ଏମିତି ଭିଡିଓ ଥାଏ, ଯାହା କି ୟୁଜର୍ସଙ୍କ ମନ କିଣି ନେଇଥାଏ । ଠିକ୍ ଏମିତି ଏକ ଭିଡିଓ ଏବେ ଆମ ନଜରକୁ ଆସିଛି । ଯାହା ଦେଖିଲେ ଆପଣ ବି ଖୁସି ହେବେ।
ସାଧାରଣତଃ ଗୃହ ପାଳିତ ପଶୁ ମାନଙ୍କ ମଧ୍ୟରେ ବିଲେଇ ଓ କୁକୁରଙ୍କ ଭିଡିଓ ଭାଇରାଲ ହୋଇଥାଏ । ଦେଖାଯାଇଥାଏ ଯେ କୁକୁର ସବୁବେଳେ ତାର ମାଲିକ ପ୍ରତି କେତେ ଯତ୍ନବାନ । ଆଉ ସେହି ଭିଡିଓ ଗୁଡ଼ିକୁ ଲୋକମାନେ ଖୁବ୍ ପସନ୍ଦ କରିଥାନ୍ତି । ଆଉ ବିଲେଇ ମାନେ ସାଧାରଣତଃ ସେମାନଙ୍କ ଅଜବ କାରନାମା ପାଇଁ ଭାଇରାଲ ହୋଇଥାନ୍ତି । ହେଲେ ଆଜି ଆମେ ଯେଉଁ ଭିଡିଓ କଥା କହୁଛୁ ସେଥିରେ ବିଲେଇ ତା’ ମାଲିକ ପ୍ରତି କେତେ ଯତ୍ନବାନ ତାହା ଦେଖିବାକୁ ମିଳିଛି ।ବାଲ୍କୋନୀର ରେଲିଂରେ ଚଢ଼ୁଥିଲା କୁନି ଛୁଆ, କିନ୍ତୁ ଏହା ବିପଦ ଜାଣି ବିଲେଇ କୁନି ଛୁଆ କୁ ବାଲକୋନୀ କୁ ଚଢିବା ପାଇଁ ମନା କରୁଥିବା ର ଦୂର୍ଷ୍ୟ ଦେଖିବାକୁ ମିଳୁଛି
ଏଥିରୁ ସ୍ପଷ୍ଟ ଯେ ମାଲିକ ପ୍ରତି କେତେ ଯତ୍ନବାନ ବିଲେଇ ତାହା ଦେଖିବାକୁ ମିଳିଛି ।