• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ବିଶ୍ୱର ସବୁଠାରୁ ଧ୍ୱଂସକାରୀ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମାସର ଉତ୍ପାଦନ ୟୁନିଟ

ByOdishri Khabar

May 12, 2025
Spread the love

ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ଉଦଘାଟନ ହେଲା ବିଶ୍ବର ସବୁଠାରୁ ଧ୍ବଂସକାରୀ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମାସର ଉତ୍ପାଦନ ୟୁନିଟ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ୟୁନିଟର ଉଦଘାଟନ କରିଛନ୍ତି । ଲକ୍ଷ୍ନୌରେ ବ୍ରହ୍ମାସ୍ ଏରୋସ୍ପେସ୍ ଇଣ୍ଟିଗ୍ରେସନ୍ ଆଣ୍ଡ୍ ପରୀକ୍ଷଣ ସୁବିଧାର ଉଦ ଦଘାଟନ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, “ଗତ କାଲି ଆଜି ହେଉଛି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ। ୧୯୯୮ ମସିହାରେ ଏହି ଦିନ, ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ, ଆମର ବୈଜ୍ଞାନିକମାନେ ପୋଖରାନରେ ପରମାଣୁ ପରୀକ୍ଷଣ କରିଥିଲେ ଏବଂ ବିଶ୍ୱକୁ ଭାରତର ଶକ୍ତି ଦେଖାଇଥିଲେ। ସେହି ପରୀକ୍ଷଣ ଆମର ବୈଜ୍ଞାନିକ, ଇଞ୍ଜିନିୟର, ପ୍ରତିରକ୍ଷା କର୍ମଚାରୀ ଏବଂ ଅନ୍ୟାନ୍ୟ ଅନେକ ଅଂଶୀଦାରଙ୍କ ଅକ୍ଳାନ୍ତ ପ୍ରୟାସର ପରିଣାମ ଥିଲା।”ଏହି କ୍ଷେପଣାସ୍ତ୍ରକୁ ସ୍ଥଳ, ଆକାଶ ଏବଂ ସମୁଦ୍ରରୁ ନିକ୍ଷେପ କରାଯାଇପାରିବ ଏବଂ ଏହା ‘ଫାୟାର ଆଣ୍ଡ ଫରଗେଟ’ ନୀତିରେ କାମ କରେ, ଯାହା ଏହାକୁ ଶତ୍ରୁ ରାଡାରକୁ ଏଡ଼ାଇ ସଠିକ୍ ଭାବରେ ଟାର୍ଗେଟକୁ ଆକ୍ରମଣ କରେ ।

Leave a Reply

Your email address will not be published. Required fields are marked *