ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଗଡସନ୍ତ୍ରୀ ପଞ୍ଚାୟତର ଭାଗବତପୁର ଗ୍ରାମରେ ରାତିରେ ଘରେ ପଶି ଖୁଡୀ ଓ ଝିଆରୀଙ୍କୁ ଛୁରୀ ଲଗାଇ ଟଙ୍କା, ସୁନା ଲୁଟ ଅଭିଯୋଗ। ଲୁଟର ଶିକାର ହୋଇଛନ୍ତି ବିଜୟ ଭୁତିଆଙ୍କ ପରିବାର। ସୂଚନାଅନୁଯାୟୀ ଗତକାଲି ରାତିରେ ବିଜୟ ଭୁତିଆ ତାଙ୍କ ସ୍ତ୍ରୀ ଯୋରନ୍ଦା ମେଳା ଦେଖିବାକୁ ଯାଇଥିବାବେଳେ ଘରେ ଭାଇବୋହୁ ଓ ତାଙ୍କର ଛୋଟଛୁଆ ଥିଲେ । ରାତିରେ ଘର ମଧ୍ୟକୁ ପ୍ରାୟ ୫ରୁ ଉର୍ଦ୍ଧ ବ୍ୟକ୍ତି ପ୍ରବେଶ କରି ଭିତର ପାଖରୁ କବାଟ ବନ୍ଦ କରି ବିଜୟଙ୍କ ଭାଇବୋହୂଙ୍କ ମୁହଁରେ ଟେପ୍ ବାନ୍ଧି ହାତକୁ ବାନ୍ଧି ପିଟିବା ସହ ବିଜୟଙ୍କ ଝିଅ ବେକରେ ଛୁରୀ ଲଗାଇ ବିଜୟଙ୍କ ଦୁଇ ଛୋଟ ପୁତୁରାଙ୍କୁ ହତ୍ୟା ଧମକ ଦେବା ସହ ନଗଦ ୪ ଲକ୍ଷ ଟଙ୍କା ଓ ପ୍ରାୟ ୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ଫେରାର ହୋଇଯାଇଥିଲେ। ଲୁଟ ସମ୍ବନ୍ଧରେ ଗ୍ରାମରେ ଜଣାଇବା ପରେ ଗ୍ରାମବାସୀ ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି