• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଭଦ୍ରକ ଜିଲ୍ଲାରେ ସୁନାମି ପ୍ରସ୍ତୁତି

ByOdishri Khabar

Aug 23, 2025
Spread the love

ଆଜି ଭଦ୍ରକ ଜିଲ୍ଲାରେ ସୁନାମି ପ୍ରସ୍ତୁତି ପାଇଁ ଜିଲ୍ଲା ସ୍ତରୀୟ ମାଷ୍ଟର ଟ୍ରେନର୍ ପ୍ରଶିକ୍ଷଣ କାର୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ପ୍ରଶିକ୍ଷଣରେ ସ୍କୁଲ୍ ଶିକ୍ଷକମାନେ, ବ୍ଲକ୍ ଶିକ୍ଷା ଅଧିକାରୀ (BEO), CRCC, ICDS ସୁପରଭାଇଜରମାନେ, GPDO, Fishery Officer , ଏନଜିଓ କର୍ମୀମାନେ ଅଂଶଗ୍ରହଣ କରିଥିଲେ । ସେମାନଙ୍କୁ ମାଷ୍ଟର ଟ୍ରେନର୍ ଭାବରେ ପ୍ରସ୍ତୁତ କରାଗଲା, ଯାହାଙ୍କ ମାଧ୍ୟମରେ ଗ୍ରାମ ସ୍ତରରେ ପ୍ରଶିକ୍ଷଣ ଏବଂ ସଚେତନତା କାର୍ୟକ୍ରମ ସଂଚାଳିତ ହେବ ।

ବିଶିଷ୍ଟ ଅତିଥିମାନଙ୍କ ଉପସ୍ଥିତି:

ଶ୍ରୀ ଦିଲୀପ ରୌତରାୟ, ଜିଲ୍ଲାପାଳ, ଭଦ୍ରକ

ଶ୍ରୀ ରବି ନାରାୟଣ ସାହୁ, ADM, ଭଦ୍ରକ

ଶ୍ରୀମତୀ ବେବିତା ମଞ୍ଜରୀ ନାୟକ, General Manager, OSDMA

ଶ୍ରୀମତି ପ୍ରଜ୍ଞା ହୋତା ଡେପୁଟି କଲେକ୍ଟର (ଜରୁରୀ)

ଶ୍ରୀ ଭୀମକାନ୍ତ ମାଝି, ସହକଳେକ୍ଟର (ଜରୁରୀ)

ଶ୍ରୀ ଅମ୍ଲାନ ଅନୁପମ ସେନାପତି, ଜିଲ୍ଲା ପ୍ରୋଜେକ୍ଟ ଅଫିସର (DPO)

ଶ୍ରୀମତୀ ତନ୍ମିତା କର (BDO), Basudevpur

ପ୍ରଶିକ୍ଷଣରେ ସମୁଦାୟ ସ୍ତରୀୟ ପ୍ରସ୍ତୁତି, ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ, ପଥଚିତ୍ର, ଆଶ୍ରୟ ବ୍ୟବସ୍ଥା, ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବିଷୟରେ ବିଶେଷ ଜୋର ଦିଆଗଲା ।

Leave a Reply

Your email address will not be published. Required fields are marked *