• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଭଲ ସ୍ଥାନ ବୁଲିବା ସହ ଭଲ ଭଲ ଖାଦ୍ୟ ଖାଇବାକୁ କିଏବା ପସନ୍ଦ ନକରେ

ByOdishri Khabar

Apr 27, 2025
Spread the love

ଆମେ ସମସ୍ତେ ଭଲ ରେଷ୍ଟୁରାଣ୍ଟରେ ବସି ଖାଇବାକୁ ପସନ୍ଦ କରୁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ରେଷ୍ଟୁରାଣ୍ଟ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଖାଇବା ବଦଳରେ ପଇସା ନୁହଁ ଆଉକିଛି ନିଆଯାଏ । ଆମ ଦେଶର ଛତିଶଗଡ ରାଜ୍ୟର ଅମ୍ବିକାପୁର ଗୋଟେ ଜଣାଶୁଣା ସହର ।ସମ୍ପୂର୍ଣ ଭାରତବର୍ଷରେ ସଫାସୁତୁରାରେ ଏହା ୨ୟ ସ୍ଥାନରେ ଅଛି ।

ଏବେ ଏଠାରେ ଏମିତି ଏକ କାର୍ଯ୍ୟ କରାଯାଉଛି ଯେଉଁଠି ଭୋକିଳାକୁ ଖାଦ୍ୟ ଦେବାସହ ପ୍ରକୃତିକୁ ମଧ୍ୟ ବଞ୍ଚାଯାଇ ପାରୁଛି ।

ଅମ୍ବିକାପୁର ନଗର ନିଗମର କମିଶନର ମନୋଜ ସିଂହ ଓ ତାଙ୍କର ପୁତ୍ରୀ କାମୟାନି ଗୋଟେ ଏମିତି କେଫେ ଖୋଲିଛନ୍ତି ଯେଉଁଥିରେ ୧ କିଲୋଗ୍ରାମ ପ୍ଲାଷ୍ଟିକ ଦେଲେ ଖାଦ୍ୟ ମାଗଣାରେ ଦିଆଯାଉଛି । ୧.୫ କିଲୋଗ୍ରାମ ପ୍ଲାଷ୍ଟିକ ଦେଉଥିବା ଲୋକକୁ ସକାଳର ଖାଦ୍ୟ ମଧ୍ୟ ଦିଆଯାଉଛି । ଏହି ରେଷ୍ଟୁରାଣ୍ଟର ନାମ ‘ଗାର୍ବେଜ କାଫେ ‘ ଯାହାର ଲକ୍ଷ ହେଉଛି ଅଧିକ ପ୍ଲାଷ୍ଟିକ ଏକାଠି କରି ଏହା ସାହାଯ୍ୟ ରେ ରାସ୍ତା ନିର୍ମାଣ କରିବା ।

ଛତିଶଗଡରେ ଆଗରୁ ମଧ୍ୟ ପ୍ଲାଷ୍ଟିକରେ ରାସ୍ତା ନିର୍ମାଣ ସରିଛି । ଏ ପର୍ଯ୍ୟନ୍ତ ଭାରତରେ ପାଖାପାଖି ୧୦୦୦୦୦ କିମି ପ୍ଲାଷ୍ଟିକ ସଡକ ଅଛି । ପ୍ଲାଷ୍ଟିକରେ ନିର୍ମିତ ସଡକ ସାମାନ୍ୟ ସଡକ ଠାରୁ ୩ ଗୁଣା ଅଧିକ ସମୟ ପର୍ଯ୍ୟନ୍ତ ଚାଲେ । ଯଦି ଆପଣ ମଧ୍ୟ ଏହି ରେଷ୍ଟୁରାଣ୍ଟକୁ ଯିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଛତିଶଗଡର ସର୍ଗୁଜା ଜିଲ୍ଲାକୁ ଯିବାକୁ ପଡିବ । ଅମ୍ବିକାପୁର ଯିବା ପାଇଁ କୌଣସି ସିଧା ବସ, ଟ୍ରେନ ଓ ଉଡାଜାହାଜ ନହିଁ ।

ନୂଆ ଦିଲ୍ଲୀ ରୁ ଅମ୍ବିକାପୁରର ରାସ୍ତା ଆକାଶମର୍ଗରେ ୮୫୬ କିମି ଅଟେ । ଅମ୍ବିକାପୁର ଯିବାପାଇଁ ଆପଣଙ୍କୁ ନୂଆ ଦିଲ୍ଲୀରୁ ବାରଣାସୀ ପାଇଁ ଇଣ୍ଡିଗୋ ଏୟାରଲାଇନ୍ସ ନେଇ ପାରିବେ । ଏହାପରେ ବାରଣାସୀରୁ ଇଣ୍ଡିଗୋ ଏୟାରଲାଇନ୍ସ ନେଇ ସିଧା ଅମ୍ବିକାପୁର ଯାଇ ପାରିବେ ।

Leave a Reply

Your email address will not be published. Required fields are marked *