• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଭାରତର ଏହି ସ୍ଥାନରେ ନିବସ୍ତ୍ର ରହିବାକୁ ପଡେ ପାଞ୍ଚ ଦିନ

Spread the love

ଭାରତର ଅଲଗା ଜାଗାରେ ଅଲଗା ପରମ୍ପରା ରହିଥାଏ। ପରମ୍ପରା ଏବଂ ରୀତିନୀତି ଯୋଗୁଁ ଭାରତ ପୁରା ବିଶ୍ଵରେ ପ୍ରସିଦ୍ଧ। ତେବେ ଭାରତରେ ଚାଲିଆସୁଥିବା ଏମିତି ବି କିଛି ରୀତିନୀତି ଅଛି ଯାହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ ହୋଇଥାଏ। ସେହିଭଳି ଏକ ଭିନ୍ନ ପରମ୍ପରା ବିଷୟରେ ଆପଣ ଆଜି ଜାଣିପାରିବେ।ଆମ ଦେଶର ଏକ ସ୍ଥାନରେ ପ୍ରତିଟି ମହିଳାଙ୍କୁ ୫ଦିନ ଧରି ନିବସ୍ତ୍ର ରହିବାକୁ ପଡିଥାଏ।ଭାରତର ହିମାଂଚଳପ୍ରଦେଶର ମଣିକର୍ଣ୍ଣଘାଟି ଅଞ୍ଚଳ ପାଖ ପିଣି ନାମକ ଗ୍ରାମରେ ଏହି ରୀତିନୀତି ପାଳନ କରାଯାଏ। ଏହି ନୀତିକୁ ଅନେକ ବର୍ଷରୁ ସେଠାକାର ଲୋକମାନେ ପାଳନ କରି ଆସୁଛନ୍ତି। ଏହି ରୀତି ଅନୁସାରେ ଶ୍ରାବଣ ମାସର ୫ ଦିନ ପାଇଁ ମହିଳାମାନେ ନିବସ୍ତ୍ର ରହି ଏକ ଗୋପନ ଜୀବନ ଅତିବାହିତ କରିଥାଆନ୍ତି।

ଏହି ସମୟରେ ମହିଳାମାନେ ପୁରୁଷଙ୍କର ସଂସ୍ପର୍ଶରେ ଆସିବା ପାପ ବୋଲି ମାନନ୍ତି। ଏହି ସମୟରେ ଗାଁର ସବୁ ଲୋକମାନଙ୍କୁ ହସିବା ମନା ଥାଏ। ଏହି ସମୟରେ ନାରୀମାନେ ସବୁ ପାରିବାରିକ ସମ୍ପର୍କର ବାହାରେ ରହିଥାନ୍ତି ଏବଂ ରୋଷେଇ ମଧ୍ୟ କରିନଥାନ୍ତି।

ଏକ ବିଶ୍ୱାସର ଆଧାରରେ ଏହି ପରମ୍ପରା ପାଳନ ହୁଏ। ସେଠାକାର ଲୋକେ କୁହନ୍ତି ଯେ, ଅନେକ ବର୍ଷ ପୂର୍ବରୁ ସେହିଠାରେ ଗୋଟିଏ ଅସୁର ଥିଲା ଯିଏ କି ଭଲ ବସ୍ତ୍ର ପିନ୍ଧିଥିବା ନାରୀଙ୍କୁ ଉଠାଇ ନେଇଯାଉଥିଲା। ପରେ ସେଠାର ଆରାଧ୍ୟ ଦେବତା ଳାହୁଡ଼ା ଘୋଡ଼ ଦେବ ସେହି ଅସୁରକୁ ମାରିଦେଇଥିଲେ। ସେବେଠାରୁ ଆଜି ଯାଏଁ ଗାଁ ଲୋକେ ବିଶ୍ୱାସ କରନ୍ତି ଯେ, ଳାହୁଡା ଦେବ ଏବେ ବି ଅସୁରକୁ ମାରିବାକୁ ଏହି ଦିନରେ ଆସନ୍ତି। ତେଣୁ ଦେବତାଙ୍କୁ ସମ୍ମାନ ଦେବାକୁ ଯାଇ ଏହିପରି ପରମ୍ପରାକୁ ଲୋକେ ଏବେ ବି ପାଳନ କରିଥାନ୍ତି।ସୂଚନା ଅନୁସାରେ, ଏବେ କିଛି ବର୍ଷ ହେବ ସଭ୍ୟତାର ସହ ତାଳ ଦେଇ ଏହି ପରମ୍ପରାରେ ସମ୍ୟକ ପରିଵର୍ତନ ଦେଖାଦେଇଛି। ଏବେ ମହିଳାମାନେ ସମ୍ପୂର୍ଣ୍ଣ ନିବସ୍ତ୍ର ନ ରହି ଗୋଟିଏ ବସ୍ତ୍ରକୁ ପାଞ୍ଚ ଦିନ ପର୍ଯ୍ୟନ୍ତ ପିନ୍ଧି ରଖୁଛନ୍ତି।

Leave a Reply

Your email address will not be published. Required fields are marked *