• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ

ByOdishri Khabar

Aug 20, 2025
Spread the love

ସବୁ ଆଡୁ ଲୁଟି ଖାଇଗଲେ ଯନ୍ତ୍ରୀ ମହାଶୟ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳର ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଗୃହ ଓ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ବିଚାରପତି, ସୁନ୍ଦରଗଡ଼, ଭିଜିଲାନ୍ସଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି। ଏଥିରେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ଜଣ ଏଏସ୍‌ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଭୁବନେଶ୍ୱର, ରାଉରକେଲା ସୁନ୍ଦରଗଡ଼, ଅନୁଗୁଳ, ଗଞ୍ଜାମରେ ତାଙ୍କ ନିମ୍ନଲିଖିତ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି।
(୧) ସୁନ୍ଦରଗଡ଼ ଜିଲ୍ଲା ସୁନ୍ଦରଗଡ଼ରେ ଅବସ୍ଥିତ ତିନି ମହଲା କୋଠା।

(୨) ରାଉରକେଲାର ଗୋପବନ୍ଧୁ ନଗରର ଛେଣ୍ଡ, ଏମ/୨୦ ରେ ଅବସ୍ଥିତ ଦୁଇ ମହଲା ବିଶିଷ୍ଟ କୋଠା।

(୩) ଭୁବନେଶ୍ୱରର ଘଟିକିଆରେ ଫ୍ଲାଟ୍ ନଂ.୪୦୩, ଅରୋଭିଲା-୧, ଫେଜ୍-୩।

(୪) ଭୁବନେଶ୍ୱରର ଘଟିକିଆରେ ଫ୍ଲାଟ୍ ନଂ.୪୦୨, ଅରୋଭିଲା-୧, ଫେଜ୍-୩।

(୫) ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପିଏସ୍, ରାଞ୍ଝାଲି ଗ୍ରାମରେ ତାଙ୍କ ପୈତୃକ ଘର।

(୬) ଗଞ୍ଜାମ ଜିଲ୍ଲା ବେହେରାସାହିର ପୁରୁଷୋତ୍ତମପୁରର ଆଲାଡିଗାଁ ଗ୍ରାମରେ ତାଙ୍କ ଶ୍ୱଶୁର ଘର।
(୭) ଅନୁଗୁଳର ୩ଆରଏ/୧ ଜଳସେଚନ କଲୋନୀରେ ତାଙ୍କ ଆବାସିକ ସରକାରୀ କ୍ୱାର୍ଟର।

(୮) ଅନୁଗୁଳର ଜଳସେଚନ ଡିଭିଜନରେ ଶ୍ରୀ ବେହେରାଙ୍କ କାର୍ଯ୍ୟାଳୟ କକ୍ଷ।
ସୁନ୍ଦରଗଡ଼ ଆଇଟିଡିଏରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଥିବା ବେଳେ ବି ଉଠିଥିଲା ସୁରେନ୍ଦ୍ର ବେହେରାଙ୍କ ନାମରେ ଦୁର୍ନୀତି ଅଭିଯୋଗ । ମୋତେ ଯେତେ ମାଠ ମୁଁ ସେଇ ଦରପୋଡା କାଠ ବାଲା ବ୍ୟକ୍ତି ଏହି ଯନ୍ତ୍ରୀ ମହାଶୟ ।
ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *