• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ମଣିଷ ଚିହ୍ନିବାରେ ଭୂଲ କରିଦେଇଛନ୍ତି କି?

Spread the love

ଚାଣକ୍ୟଙ୍କ ଏହି ୪ଟି କଥା ଜାଣିଲେ ପଶ୍ଚାତାପ କରିବେନି
ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ ହୋଇଥାଏ। ସେଥିରୁ ଗୋଟିଏ ହେଲା ମଣିଷ ଚିହ୍ନିବା। ଆଜିର ବ୍ୟସ୍ତବହୁଳ ସମୟରେ ମଣିଷ ଚିହ୍ନିବାରେ ଭୁଲ ହୋଇଯାଇଥାଏ। ଏପରି ନ ହେବା ଲାଗି ଚାଣକ୍ୟ ନୀତିର ପଞ୍ଚମ ଅଧ୍ୟାୟର ଦ୍ୱିତୀୟ ଶ୍ଳୋକରେ କହିଛନ୍ତି:

ଘୋରିବା, କାଟିବା , ନିଆଁରେ ତତାଇବା ଏବଂ ପିଟିବା। ଏହି ଚାରି ଜିନିଷ ବ୍ୟବହାର କରି ସୁନାର ଶୁଦ୍ଧତା ପରୀକ୍ଷା କରାଯାଇଥାଏ। ଠିକ୍‌ ସେଭଳି ବ୍ୟକ୍ତିର ପରିଚୟ ତାର ଆଚରଣ, ଗୁଣ, ତ୍ୟାଗ ଏବଂ କର୍ମ ଭାବନା ଆଦିକୁ ନେଇ ହୋଇଥାଏ।

-ଚାଣକ୍ୟ କୁହନ୍ତି ଭଲ ଏବଂ ସଚ୍ଚୋଟ ବ୍ୟକ୍ତିମାନଙ୍କ ମନରେ ତ୍ୟାଗର ଭାବନା ଥାଏ। ଯିଏ ଅନ୍ୟର ସୁଖ ପାଇଁ କିଛି କରିପାରେନାହିଁ, ସେ ଭଲ ମଣିଷ ନୁହନ୍ତି। ଅନ୍ୟର ଖୁସି ପାଇଁ ନିଜର ଖୁସି ତ୍ୟାଗ କରୁଥିବା ବ୍ୟକ୍ତିକୁ ଭଲ ମଶିଷ ଭାବରେ ଗଣାଯାଏ।

-ବ୍ୟକ୍ତିକୁ ପରଖିବାର ପ୍ରମୁଖ ଗୁଣ ହେଉଛି ଚରିତ୍ର। ଯେଉଁମାନେ କୁକର୍ମ କରନ୍ତି ନାହିଁ ଏବଂ ଅନ୍ୟମାନଙ୍କ ପାଇଁ ନିଜ ମନରେ ଭୁଲ ଭାବନା ରଖନ୍ତି ନାହିଁ ସେମାନେ ଶ୍ରେଷ୍ଠ।

– ଯଦି କୌଣସି ବ୍ୟକ୍ତିର ସ୍ବଭାବ କିଭଳି ଜାଣିବାକୁ ଚାହାନ୍ତି ତେବେ ତା ମଧ୍ୟରେ କି-କି ଗୁଣ ରହିଛି ତାହା ଦେଖିବା ଜରୁରୀ । ଯଦି ବ୍ୟକ୍ତି ବେଶି ରାଗୁଥାଏ, କଥା କଥାରେ ମିଛ କହୁଥାଏ, ଅହଙ୍କାର ଭର୍ତ୍ତି ଥାଏ ଏବଂ ଅନ୍ୟର ଅପମାନ କରେ, ତେବେ ଏଭଳି ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ।

– ବ୍ୟକ୍ତି କେଉଁ ପରିବାରରେ ଜନ୍ମ ନେଇଛି, ବ୍ୟକ୍ତିର କର୍ମ କିଭଳି ତାହା ଜାଣିବା ଆବଶ୍ୟକ । କାରଣ ଏହି ଜିନିଷ ଆଧାରରେ ଜଣେ ବ୍ୟକ୍ତିଙ୍କୁ ପରଖା ଯାଇ ପାରିବ।

Leave a Reply

Your email address will not be published. Required fields are marked *