ମାହାଙ୍ଗା ଅଞ୍ଚଳ ଧାନ ମଣ୍ଡି ଗୁଡିକରେ ବ୍ୟାପକ ଅନିୟମତା l ମିଲ୍ଲର ମାନଙ୍କର ମନମାନି ଯୋଗୁ ଚାଷୀ ହନ୍ତସନ୍ତ l ଓଡ଼ିଶା ସରକାରଙ୍କ ଦ୍ୱାରା ଧାନ ମଣ୍ଡି ଗୁଡ଼ିକରେ କଟନୀ ଛଟନୀ ବନ୍ଦ ପାଇଁ କଡ଼ା ନିର୍ଦେଶ ଥିବା ସ୍ୱେତେ ସରକାରୀ ନିୟମକୁ ଫୁ… କରିଦେଇଛନ୍ତି ମିଲ୍ଲର ମାଲିକ ମାନେ l ଏହାକୁ ପ୍ରଶୟ ଦେଉଛି ସ୍ଥାନୀୟ ପ୍ରଶାସନ l ହଁ ଆଜ୍ଞା ଆମେ କହୁଛୁ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମାହାଙ୍ଗା ସମବାୟ ସମିତି ଅଧିନସ୍ଥ ମାହାଙ୍ଗା ଧାନ ମଣ୍ଡିର ଚାଷୀଙ୍କ ଅସହାୟତା l କୁଇଣ୍ଟାଲ ପିଛା ପାଞ୍ଚ ରୁ ଛ କିଲୋ ଧାନ କାଟିବା ସାଙ୍ଗେ ସାଙ୍ଗେ ଅଖା ଓଜନ ବି କାଟୁଛି ମିଲ୍ଲର l ତା ସହିତ ଗୋଟିଏ ବସ୍ତା ଓଜନ କରିବା ନିୟମ କରି ଏକ୍ସଟ୍ରା ପାଞ୍ଚ ଶହ ସତ ଶହ ଧାନ କୁ ହିସାବରେ ନେଉନାହିଁ ମିଲ୍ଲର l ଏପଟେ ଫକ୍ଯୁ ମାନର ଧାନ ଦେବାକୁ ଥିବା ଚାଷୀକୁ କୁହାଯାଉଛି ଆସନ୍ତା କାଲି ମେସିନୀ ଆସିଲେ ତୁମ ଧାନ ନିଆଯିବ l ଏପରି ସ୍ଥଳେ ଗଣ୍ଡ ଗୋଳିଆ ପରିସ୍ଥିତି ସୃଷ୍ଟି ହେବାରୁ ପୋଲିସ, ତହସିଲଦାର ଓ ବିଡ଼ିଓ ମହାଶୟଙ୍କ ଉପସ୍ଥିତ ରେ ଆଲୋଚନା ସମୟରେ ତହସିଲଦାର ଙ୍କ କଥା ଶୁଣି ଚାଷୀ ହତାଶ l ଭିଜୁଆଲ ମାଧ୍ୟ୍ୟମରେ ଦେଖିପାରୁଥିବେ ତହସିଲଦାର ବାବୁ କିପରି କଥା କହୁଛନ୍ତି l ବାଃ ବାଃ ରେ ପ୍ରଶାସନ l ଏଠି ତଳୁ ତାଳିପା ଯାଏଁ ସବୁ ସମାନ l ତହସିଲଦାର ବାବୁଙ୍କ କହିବା କଥା କଟନୀ ଛଟନି ନାହିଁ ସତ କିନ୍ତୁ ମାହାଙ୍ଗା ସାରା ମଣ୍ଡିରେ ଯେମିତି ଚାଲିଛି ସେମିତି ଚାଲିବ ଅର୍ଥାତ ଯେଉଁ ଚାଷୀ ବିନା ମେସିନ ରେ ପାଞ୍ଚ ଛ କିଲୋ ଧାନ କାଟି ଦେବାକୁ ଚାହିଁବ ସେ ଦେଇ ପାରିବ l ଏଠି ପ୍ରଶ୍ନ ଉଠେ ଯଦି ମିଲ୍ଲର କଟନୀ ଛଟନି କରିକି ଧାନ ନେବ ତେବେ ସରକାରୀ ଵିଧି ଵେବସ୍ତା ରେ ମଣ୍ଡି କାହିଁକି ଖୋଲା ହଇଛି l ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ କଟନୀ ଛଟନୀ କରୁଥିବା ମିଲ୍ଲର ଓ ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଳାପାଳଙ୍କ ନିକଟରେ ଦାବି ହୋଇଛି..