ଯୋବ୍ରା ସ୍ଥିତ ବ୍ରଜରମ୍ବା ସହରାଞ୍ଚଳ ସ୍ଵାସ୍ଥ୍ୟକେନ୍ଦ୍ର ପକ୍ଷରୁ ଶ୍ରୀ ଶ୍ରୀ ସତ୍ୟନାରାୟଣ ସାଇ ସମିତି ପାଲା ମଣ୍ଡପ ପରିସରରେ ୪ଗୋଟି ୱାର୍ଡ ର ୧୦୦ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ପ୍ରଦାନ କରାଯାଇଛି। ସ୍ଵାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ସୌମ୍ୟ ରଞ୍ଜନ ରାଉତଙ୍କ ପୌରହିତ୍ୟରେ ୩୫ନଂ ୱାର୍ଡ କର୍ପୋରେଟର ଜେ. କାମେଶ୍ୱର୍ ରାଓ,୩୮ନଂ ୱାର୍ଡ କର୍ପୋରେଟର ଶୁଭାଶିଷ ପଟ୍ଟନାୟକ,୩୯ନଂ ୱାର୍ଡ କର୍ପୋରେଟର ବଟକୃଷ୍ଣ ସାହୁ ଏବଂ ୪୦ନଂ ୱାର୍ଡ କର୍ପୋରେଟର ଝିଲି ବିହାରୀ ଯୋଗଦେଇ ସେମାନଙ୍କ ୱାର୍ଡର ହିତାଧିକାରୀ ମାନଙ୍କୁ ଏହି ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରିଛନ୍ତି। ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର କାନ୍ତୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବ୍ରଜରମ୍ବା ସହରାଞ୍ଚଳ ସ୍ଵାସ୍ଥ୍ୟକେନ୍ଦ୍ରର ଜନ ସ୍ଵାସ୍ଥ୍ୟ ଅଧିକାରୀ ପ୍ରଶାନ୍ତ କୁମାର ଆଚାର୍ଯ୍ୟ,ସିଟି ପ୍ରୋଗ୍ରାମ ମ୍ୟାନେଜର ନେହା ରାଜପୁତ,ଆସିସଷ୍ଟାଣ୍ଟ ପ୍ରୋଗ୍ରାମ ମ୍ୟାନେଜର ଗୌତମ ସାମଲଙ୍କ ସମେତ ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନୱାଡ଼ି କର୍ମୀ ଏବଂ ଆଶା କର୍ମୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅତିଥି ମାନଙ୍କ ଦ୍ଵାରା ଆୟୁଷ୍ମାନ କାର୍ଡ ଯୋଜନା ସମ୍ପର୍କିତ ଏକ ସଚେତନ ରଥର ଶୁଭାରମ୍ଭ କରାଯାଇଥିଲା।