• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ରଙ୍ଗାରଙ୍ଗ କାର୍ଯ୍ୟ କ୍ରମ ମାଧ୍ୟମରେ 71 ତମ ଜାତୀୟ ପୁରୁଷ କବାଡି ପ୍ରତିଯୋଗିତା ଉଦ୍ଘାଟିତ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଚିତ୍ତାକର୍ଷକ ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଗୁରୁବାର ଦିନ ସ୍ଥାନୀୟ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ 71 ତମ ଜାତୀୟ ପୁରୁଷ କବାଡି ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ପ୍ରତିଯୋଗିତା ଆୟୋଜନ କରାଯାଇଛି। ଭାରତର 30 ଟି ରାଜ୍ୟରୁ 33 ଟି ଦଳ ରେ 500 ରୁ ଉର୍ଦ୍ଧ୍ବ କବାଡି ଖେଳାଳି ଏବଂ ଅଫିସିଆଲ୍ ମାନେ ଯୋଗଦେଇଛନ୍ତି। ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ର ମୁଖ୍ୟ ଆକର୍ଷଣ ବିଶିଷ୍ଟ ବଲିଉଡ୍ ତାରକା ତଥା ଜୁନିଅର ବିଗ୍ ଶଶିକାନ୍ତ ପୋଡୁୱାଲ କାର୍ଯ୍ୟ କ୍ରମରେ ଯୋଗଦେଇ ଛନ୍ତି। ସେହିପରି ଆମ ଅସ୍ମିତା ଆମର ଗର୍ବ ନୃତ୍ୟ ପରିବେଷଣ କରାଯାଇଛି। ଉଦ୍ଘାଟନ ଉତ୍ସବରେ ଏକ ସ୍ବତନ୍ତ୍ର ମାର୍ଚ୍ଚ ପାଷ୍ଟ ବାଲିଯାତ୍ରା ପଡ଼ିଆ ରୁ ବାହାରି ଇଣ୍ଡୋର ଷ୍ଟାଡିୟମ୍ ଠାରେ ପହଞ୍ଚିଥିଲା। ସାଂସଦ ଭର୍ତୁହରି ମହତlବ ଆନୁଷ୍ଠାନିକ ଭାବରେ ଏହି ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ଭାରତୀୟ କବାଡି ଫେଡ୍ରସନ୍ ଅନୁମୋଦନ କ୍ରମେ ଓଡ଼ିଶା କବାଡି ଆସୋସିଏସନ୍ ଏହି ପ୍ରତିଯୋଗିତା ଆୟୋଜନ କରିଛି। ଆଜିଠାରୁ ପ୍ରତିଯୋଗିତା ଆରମ୍ଭ ହୋଇ 23 ତାରିଖ ଦିନ ପ୍ରତିଯୋଗିତା ଉଦଯାପିତ ହେବ। ବହୁ ଜାତୀୟ ଓ ଆନ୍ତର୍ଜାତିକ କବାଡି ଖେଳାଳି ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି। ଆଜି ଚିତ୍ତାକର୍ଷକ କାର୍ଯ୍ୟକ୍ରମ ମାଧ୍ୟମରେ 71 ତମ ଜାତୀୟ ପୁରୁଷ କବାଡି ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନ ଉତ୍ସବରେ ଓଡ଼ିଶା କବାଡି ଆସୋସିଏସନ୍ ର ସଭାପତି ଡକ୍ଟର ଶରତ ସାହୁ ଅଧକ୍ଷ ରବିଶଙ୍କର ପ୍ରତିହାରୀ, ସଂଘର କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ଅଜୟ ବେହେରା ରୁଚି ମସଲାର ନିର୍ଦ୍ଦେଶିକା ରଶ୍ମି ସାହୁ କବାଡି ର ବ୍ରାଣ୍ଡ ଆମ୍ବାସଡର ଶ୍ରୀତମ ଦାସ,ବିଧାୟକ ଚୌଦ୍ଵାର କଟକ ସୌଭିକ ବିଶ୍ଵାଳ, ହକି ଫେଡେରେସନ ର ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଅନୁରାଗ ଠାକୁର ପ୍ରମୂଖ ଉପସ୍ଥିତ ଥିଲେ,

Leave a Reply

Your email address will not be published. Required fields are marked *