• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ରଥଯାତ୍ରା ପାଇଁ ଅନୁକୂଳ ହେଲା ରଥକାଠ ଚିରଟ ପ୍ରକ୍ରିୟା

Spread the love

ପୁରୀ ରଥଯାତ୍ରା ପାଇଁ ଆଜି କଟକ ଖପୁରିଆ ସରକାରୀ କରତ କଳ ରେ ରୀତିନୀତି ଅନୁସାରେ ରଥ କାଠ ଚିରଟ ଅନୁକୂଳ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ରଥ ନିର୍ମାଣର ମୁଖ୍ୟ ମହାରଣାଙ୍କ ଉପସ୍ଥିତିରେ ପାରମ୍ପରିକ ଢଙ୍ଗରେ ଆରମ୍ଭ ହୋଇଛି ଏହି ରଥକାଠ ଚିରଟ । ପ୍ରତି ଵର୍ଷ ରାମ ନବମୀ ରେ ରଥ ନିର୍ମାଣ ପାଇଁ କଟକରେ ରଥ କାଠ ଚିରଟ ଆରମ୍ଭ ହୋଇଥାଏ ।ପୁରୀ ରଥ ନିର୍ମାଣ ପାଇଁ ଆରମ୍ଭ ହେଲା ରଥକାଠ ଚିରଟ କାମ । ଆଜି କଟକର ଖପୁରିଆରେ ଥିବା ସରକାରୀ ଶ’ମିଲ ରେ ଏହି ରଥ କାଠ ଚିରଟର ଶୁଭ ଅନୁକୂଳ କରାଯାଇଛି । ପରମ୍ପରା ଅନୁସାରେ ରାମ ନବମୀରେ ରଥ ନିର୍ମାଣ ପାଇଁ ଜଙ୍ଗଲରୁ ଆସିଥିବା କାଠ ଚିରଟ କାମ ପାରମ୍ପରିକ ଭାବେ ଆରମ୍ଭ ହୋଇଥାଏ । ଚଳିତ ବର୍ଷ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିଵା ପରେ ସେବାୟତ, ମୁଖ୍ୟ ମହାରଣା ଓ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଏହି ରଥ କାଠ ଚିରଟ ଆରମ୍ଭ ହୋଇଛି ।ସେହିଭଳି ରଥ ତିଆରି ପାଇଁ ନୟାଗଡ଼ ଓ ଵରଗଡ ଜଙ୍ଗଲରୁ କାଠ ସଂଗ୍ରହ ହୋଇଛି । ତିନି ରଥ ନିର୍ମାଣ ପାଇଁ ଚଳିତ ବର୍ଷ ମୋଟ ୮୧୪ଖଣ୍ଡ କାଠ ଚିରଟ ହେବାକୁ ଥିବାବେଳେ ଆଜି ସୁଦ୍ଧା କଟକ ସ’ ମିଲରେ ପହଞ୍ଚିଛି ୨୬୧ଖଣ୍ଡ କାଠ । ଅସନ କାଠ, ଧଉରା କାଠ, ଫାଶୀ କାଠ, ସିମିଳି କାଠ ଓ ମଇ କାଠ ଭଳି ୭ହଜାର ଘନଫୁଟ କାଠ ଚିରଟ ହେବ ।ପବିତ୍ର ରାମ ନବମୀ ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଖପୁରୀଆ ସରକାରୀ ସ’ ମିଲ୍ ରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏବେ ଅପେକ୍ଷା ଅକ୍ଷୟ ତୃତୀୟା ରୁ ରଥ ନିର୍ମାଣକୁ ।

Leave a Reply

Your email address will not be published. Required fields are marked *