• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ରାତି ଅଧରେ କୁକୁର କାନ୍ଦିଲେ ମିଳେ କେଉଁ ସଙ୍କେତ

ByOdishri Khabar

May 6, 2025
Spread the love

ଆପଣମାନେ ନିଶ୍ଚୟ ଜାଣିଥିବେ ଯେତେବେଳେ ରାତି ଅଧରେ ନୀରବତା ଥାଏ, ସେତେବେଳେ କୁକୁରର କାନ୍ଦିବା କିମ୍ବା ଉଚ୍ଚ ସ୍ୱରରେ ଚିତ୍କାର କରିବାର ଶବ୍ଦ ଆସିବାକୁ ଲାଗେ । ଏହା କେବଳ ନିଦକୁ ଖରାପ କରେ ନାହିଁ ବରଂ ମନରେ ମଧ୍ୟ ଛନକା ପଶେ । ତେବେ ଏହା କୌଣସି ସଙ୍କେତ କି ଏହା ପଛରେ କିଛି କାରଣ ଅଛି ? ତେବେ ଆସନ୍ତୁ ଜାଣିବା ରାତିରେ କାହିଁକି କାନ୍ଦନ୍ତି କୁକୁର? ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କୁକୁର ଅଧିକ ସେତେବେଳେ କାନ୍ଦିଥାନ୍ତି ବା ଭୋକିଥାନ୍ତି ଯେତେବେଳେ ତାଙ୍କ ପାଖ ଆଖରେ କୌଣସି ଆତ୍ମା ରହିଥାନ୍ତି ଏହି କଥା ତ ଆପଣ ସମସ୍ତେ ନିଶ୍ଚୟ ଶୁଣିଥିବେ। ଏପରି ବି କୁହାଯାଇଥାଏ କି, କୁକୁରମାନେ ଆତ୍ମକୁ ଦେଖିପାରନ୍ତି। ଏହି କାରଣରୁ ସେମାନେ ରାତିରେ କାନ୍ଦିବା କିମ୍ବା ଜୋରରେ ଭୋକିବା ଆରମ୍ଭ କରନ୍ତି । ଆପଣ ମଧ୍ୟ ସମାନ କଥା ଭାବୁଛନ୍ତି କି? ତେବେ ଆସନ୍ତୁ ଜାଣିବା ଏହା କେବଳ ଏକ ଅନ୍ଧବିଶ୍ୱାସ ନା ଏହା ପଛରେ କୌଣସି ବୈଜ୍ଞାନିକ କାରଣ ରହିଛି।
ହିନ୍ଦୁ ସମାଜରେ ରାତିରେ କୁକୁରଙ୍କ ଭୋକିବା ତଥା କାନ୍ଦିବାକୁ ଅଶୁଭ କୁହାଯାଇଥାଏ । ରାତ୍ର ସମୟରେ ଯଦି କୌଣସି କୁକୁର ବିନା କାରଣରେ କାନ୍ଦିଥାନ୍ତି ତେବେ ତାକୁ ବହୁତ ଅଶୁଭ କୁହାଯାଇଥାଏ। ଆପଣମାନେ ନିଶ୍ଚୟ ଜାଣିଥିବେ ଯେତେବେଳେ ରାତି ଅଧରେ ନୀରବତା ଥାଏ, ସେତେବେଳେ କୁକୁରର କାନ୍ଦିବା କିମ୍ବା ଉଚ୍ଚ ସ୍ୱରରେ ଚିତ୍କାର କରିବାର ଶବ୍ଦ ଆସିବାକୁ ଲାଗେ।
କୁକୁରର କାନ୍ଦିବାର ଶବ୍ଦ ଅତ୍ୟନ୍ତ ଭୟଙ୍କର ଏବଂ ଦୁଃଖଦାୟୀ ହୋଇଥାଏ ଏବଂ ଏହା ସହିତ ଜଡିତ ଅଶୁଭ ଘଟଣା ଏହାକୁ ଅଧିକ ଭୟାନକ କରିଥାଏ । ଆମ ଦେଶରେ ଏକ ସାଧାରଣ ବିଶ୍ୱାସ ଅଛି ଯେ ଯଦି କୁକୁର ରାତିରେ କାନ୍ଦୁଛି, ତେବେ ଏହା କିଛି ଖରାପ ସମୟର ଆସିବାର ସଙ୍କେତ। ପ୍ରାୟତଃ ଏହା କାହାର ମୃତ୍ୟୁ ସହିତ ଜଡିତ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଅନ୍ୟ ଏକ ଅନ୍ଧବିଶ୍ୱାସ ମଧ୍ୟ ଅଛି ଯେ କୁକୁରମାନେ ଆତ୍ମା କିମ୍ବା ଭୂତ ଦେଖିପାରିବେ । ଏହି କାରଣରୁ ସେମାନେ ମଧ୍ୟରାତ୍ରିରେ ଭୂତ ଦେଖିବା ପରେ କାନ୍ଦିବା ଏବଂ ଚିତ୍କାର କରିବା ଆରମ୍ଭ କରନ୍ତି ।
ହେଲେ ବିଜ୍ଞାନ ଏପରି ଜିନିଷରେ ବିଶ୍ୱାସ କରେ ନାହିଁ ଏବଂ ରାତିରେ କୁକୁର କାନ୍ଦିବା ପାଇଁ ଏକ ଭିନ୍ନ କାରଣ ଦେଇଥାଏ । ଅଧ୍ୟୟନରୁ ଜଣାପଡିଛି ଯେ କୁକୁରମାନେ ମଣିଷକୁ ଆକର୍ଷିତ କରିବା ପାଇଁ କାନ୍ଦନ୍ତି ଏବଂ ଚିତ୍କାର କରନ୍ତି । ଯେତେବେଳେ ସେମାନେ ଏକ ପୁରୁଣା ସ୍ଥାନରୁ ଏକ ନୂଆ ସ୍ଥାନକୁ ଆସନ୍ତି କିମ୍ବା ହଜିଯାଆନ୍ତି, ସେତେବେଳେ ସେମାନଙ୍କର ମନ ମଧ୍ୟ ଦୁଃଖିତ ହୋଇଯାଏ । ଏହି କାରଣରୁ ମଧ୍ୟରାତ୍ରିରେ ସେମାନେ ନିଜ ଦଳଠାରୁ ଅଲଗା ହୋଇ କାନ୍ଦିବାକୁ ଲାଗନ୍ତି ଏବଂ ଲୋକମାନେ ଭାବନ୍ତି ଯେ କିଛି ଅଘଟଣ ଘଟିବାକୁ ଯାଉଛି।
କୁକୁର ଭୋକିବା ପଛର କାରଣ ରହିଥାଏ କି ସେମାନେ କିଛି ଜିନିଷର ସୂଚନା ଦେବାପାଇଁ ଚାହୁଁଛନ୍ତି । ଏହା ଦ୍ୱାରା ସେ ତାଙ୍କ ସାଥିଙ୍କୁ କିଛି ସନ୍ଦେଶ ଦେବାପାଇଁ ଚାହିଁଥାନ୍ତି । କୁକୁରମାନେ କାନ୍ଦି ନିଜେ ରହିଥିବା ସ୍ଥାନ ବିଷୟରେ ଅନ୍ୟମାନଙ୍କୁ ଜଣାଇଥାନ୍ତି । କୁକୁର ପଶୁ ହେଲେ ମଧ୍ୟ ତାଙ୍କୁ ଏକୁଟିଆ ରହିବାକୁ ପସନ୍ଦ ନଥାଏ। ଏଥିପାଇଁ ଯେତେବେଳେ ସେମାନେ ଏକୁଟିଆ ଅନୁଭବ କରିଥାନ୍ତି ବା ତାଙ୍କ ପାଖରେ କିଏ ରହିନଥାନ୍ତି ସେତେବେଳେ ସେ ବୋବାଇଥାନ୍ତି କିମ୍ବା କାନ୍ଦିଥାନ୍ତି। ଏହା ବ୍ୟତୀତ, ଯଦି ଗୋଟିଏ କୁକୁର ଆଘାତ ଲାଗିଥାଏ କିମ୍ବା ଭଲ ଅନୁଭବ କରୁନାହିଁ, ସେମାନେ ମଧ୍ୟ କାନ୍ଦନ୍ତି।
କୁକୁରମାନଙ୍କ ବୟସ ବଢିବା ସହିତ ସେମାନେ ଅଧିକ ଭୟଭୀତ ହୁଅନ୍ତି। ଯେତେବେଳେ ସେମାନେ ରାତିରେ ଏକାକୀ ଅନୁଭବ କରନ୍ତି, ସେମାନେ କାନ୍ଦନ୍ତି। ଯଦିଓ ସେମାନଙ୍କର କୌଣସି ସାଥି କୁକୁର ମରିଯାଇଥାଏ, ସେମାନେ କାନ୍ଦନ୍ତି ଏବଂ ନିଜର ଦୁଃଖ ପ୍ରକାଶ କରନ୍ତି।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କୁକୁର କେବେଳ ରାତିରେ ହିଁ କାନ୍ଦିଥାଏ ଅର୍ଥାତ କୁକୁରମାନଙ୍କର କାନ୍ଦିବା ସମୟ କେବଳ ମଧ୍ୟରାତ୍ରି, ଏଭଳି ପରିସ୍ଥିତିରେ ଆମେ ମଣିଷମାନେ ଚିନ୍ତିତ ହୋଇପଡୁ ଏବେ ଅନେକ ଭ୍ରାନ୍ତ ଧାରଣାର ଶିକାର ହଉ । ବିଜ୍ଞାନ ବିଶ୍ୱାସ କରେ ନାହିଁ ଯେ ସେମାନେ ଭୂତ କିମ୍ବା ଆତ୍ମା ଦେଖନ୍ତି କିମ୍ବା ଏହା କୌଣସି ଅଶୁଭ ହେବାର ସଙ୍କେତ।

Leave a Reply

Your email address will not be published. Required fields are marked *