ହମିରପୁର ସ୍ଥିତ ଧୋବୀ ଘାଟ ବସ୍ତି ମଧ୍ୟ ପାଣି ଘେରରେ
ଦାଉ ସାଧୁଛି କୋଏଲ ନଦୀର ଉଛୁଳା ବର୍ଷା ଜଳ
ରାଉରକେଲା ସହର ସଂଲଗ୍ନ ସେକ୍ଟର – ୧୬ ର ତୁମକେଲା ବସ୍ତି ଓ ସେକ୍ଟର – ୧୯ ସ୍ଥିତ ହମିରପୁରର ଧୋବୀ ଘାଟ ବସ୍ତି ସଂପୂର୍ଣ୍ଣ ଜଳମଗ୍ନ । ପ୍ରଶାସନ ତରଫରୁ ସହାୟତା ସମେତ ତଳି ଅଞ୍ଚଳ ବାସିନ୍ଦାଙ୍କୁ ବିଦ୍ୟାଳୟରେ ଆଶ୍ରୟ ଦିଆଯାଇଛି । କାଳ ସାଜିଛି ଲଗାଣ ବର୍ଷା । ମୁସଳଧାର ବର୍ଷା ଯୋଗୁଁ କୋଏଲ ନଦୀର ଜଳସ୍ତର ବଢିବା ସହ ଘରଭିତରେ ନଦୀଜଳ ପଶିବା ଦ୍ବାରା ଲୋକେ ଭୟଭୀତ ହୋଇଯାଇଥିଲେ । ତେବେ ଏହି ବର୍ଷା ଜଳରେ ଅନେକ ଘର ବୁଡି ଯାଇଥିବା ଜଣାପଡିଛି । ଏହି ଘଟଣା ବିଷୟରେ ଅବଗତ ହେବାପରେ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ସଙ୍ଗେ ସଙ୍ଗେ ପଦକ୍ଷେପ ନେଇ ତୁମକେଲା ସରକାରୀ ୟୁ ପି ବିଦ୍ୟାଳୟରେ ବନ୍ୟା ଜଳରେ ପ୍ରଭାବିତ ପରିବାର ବର୍ଗଙ୍କୁ ନେଇ ଅଶ୍ରାଇ ଆଶ୍ରୟସ୍ଥଳୀ ରୂପେ ବ୍ୟବହାର କରିଥିଲେ । ପ୍ରଶାସନ ତରଫରୁ ବଡ଼ ଧରଣର ଦୁର୍ଘଟଣାକୁ ଏଡାଇବା ସକାଶେ ସଂପୂର୍ଣ୍ଣ ଦୃଷ୍ଟି ଦିଆଯାଉଛି । ଜଳସ୍ତର ଆହୁରି ବଢ଼ିଲେ ବସ୍ତି ବାସିନ୍ଦାଙ୍କ ସମସ୍ୟା ବଢିଯିବ । ତେବେ ଏହାକୁ କିପରି ନିୟନ୍ତ୍ରଣ କରାଯିବ ସେ ନେଇ ପ୍ରଶାସନ ସଜାଗ ରହିଛି ।