• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ ଦୁଇ ସିଭିଲ୍ ସପ୍ଲାଏଜ୍

Spread the love

ଅନୁଗୋଳ ସିଭିଲ୍ ସପ୍ଲାଏଜ୍ ଅଫିସର (ସିଏସ୍ଓ)ଙ୍କ କାର୍ଯ୍ୟାଳୟର ଦୁଇ ଜଣ ଜୁନିଅର ଆକାଉଣ୍ଟାଣ୍ଟଙ୍କୁ ୫୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି । ଅଭିଯୁକ୍ତ ଜୁନିଅର ଆକାଉଣ୍ଟାଣ୍ଟ ହେଲେ ରାଜନାରାୟଣ ସାହୁ ଏବଂ ଜିତେନ ପଟ୍ଟନାୟକ । ଫର୍ଟିଫାଏଡ୍ ରାଇସ୍ କର୍ଣ୍ଣାଲ୍ସ (ଏଫଆରକେ) ସମ୍ପର୍କିତ ୬୦ଲକ୍ଷ ଟଙ୍କାରୁ ଅଧିକ ବିଲ୍ ରାଶି ପ୍ରଦାନ କରିବା ବଦଳରେ ଏକ ରାଇସ୍ ମିଲ୍‌ର ପରିଚାଳକ (ଅଭିଯୋଗକାରୀ)ଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ମାନେ ଜୁନିଅର ଆକାଉଣ୍ଟାଣ୍ଟଙ୍କୁ ଗିରଫ କରିଛନ୍ତି । ସୂଚନା ଯେ, ଗତ ଗୋଟିଏ ମାସ ଧରି, କ୍ରୀଷ୍ଣା ରାଇସ୍ ମିଲ୍‌ର ପରିଚାଳକ ଦୁଇ ଆକାଉଣ୍ଟାଣ୍ଟଙ୍କୁ ଫର୍ଟିଫାଏଡ୍ ରାଇସ୍ କର୍ଣ୍ଣାଲ୍ସ ବକେୟା ଟଙ୍କା ପ୍ରଦାନ କରିବାକୁ ଅନୁରୋଧ କରି ଆସୁଥିଲେ । କିନ୍ତୁ, ଉଭୟ ଅଭିଯୁକ୍ତ ୫୦,୦୦୦ ଟଙ୍କା ଲାଞ୍ଚ ନଦେଲେ ଏଫଆରକେ ରାଶି ପ୍ରଦାନ କରିବାକୁ ମନା କରି ଦେଇଥିଲେ । ଫଳରେ ବାଧ୍ୟ ହୋଇ ମ୍ୟାନେଜର ଉଭୟ ଆକାଉଣ୍ଟାଣ୍ଟଙ୍କ ଦ୍ୱାରା ହଇରାଣ କରାଯାଉଥିବା ଅଭିଯୋଗ କରି ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଦ୍ଵାରସ୍ଥ ହୋଇଥିଲେ । ଏହା ପରେ, ମଙ୍ଗଳବାର ଅଭିଯୋଗ କାରୀଙ୍କ ଠାରୁ ୫୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଅଭିଯୁକ୍ତମାନଙ୍କୁ କାବୁ କରିଛନ୍ତି । ଆଜି କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଅlଯାଇଛି l

Leave a Reply

Your email address will not be published. Required fields are marked *