• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଶନି ଅମାବାସ୍ୟା ରେ ଦୁର୍ଲଭ ସଂଯୋଗ ରେ ଶନି କରୁଛନ୍ତି ରାଶି ପରିବର୍ତ୍ତନ

Spread the love

ବଦଳିବ ଏହି ରାଶିର ଭାଗ୍ୟ
ଚଳିତଥର ଶନି ଅମାବାସ୍ୟା ରେ ଦୁର୍ଲଭ ସଂଯୋଗ ଘଟୁଛି, ଏବଂ ଶନି ଦେବ ମୀନ ରାଶିରେ ଗୋଚର କରୁଛନ୍ତି l ଶନି ଦେବ ପାଖାପାଖି ଅଢେଇ ବର୍ଷ ପରେ ନିଜର ମୂଳ ତ୍ରିକୋଣ ରାଶି କୁମ୍ଭ ରୁ ବାହାରି ଗୁରୁ ଙ୍କ ରାଶି ମୀନ ରେ ପ୍ରବେଶ କରିବେ l ୨୯ ମାର୍ଚ୍ଚ ରେ ଶନି ଅମାବାସ୍ୟା ରେ ଖୁବ ଦୁର୍ଲଭ ସଂଯୋଗ ଘଟୁଛି l ଶନି ଦେବ ମାର୍ଚ୍ଚ ୨୯ ରାତ୍ରି ୧୦ ଟା ୭ମିନିଟ ରେ ମୀନ ରାଶିରେ ପ୍ରବେଶ କରିବେ, ମୀନ ରାଶିରେ ଶନି ଙ୍କ ଗୋଚର ପ୍ରାୟ ୩୦ ବର୍ଷ ପରେ ହେଉଛି, ଏହି ଗୋଚର ତୁଳା ଓ ମକର ସହିତ ୫ଟି ରାଶିଙ୍କ ଜୀବନ ରେ ପରିବର୍ତ୍ତନ ଆଣିବ l ଏହାଦ୍ୱାରା କ୍ୟାରିଅର ରେ ଉନ୍ନତି ସହିତ ଅନେକ ବାଧା ବିଘ୍ନ ଦୂର ହେବ lଶନି ଗୋଚର ଦ୍ୱାରା କର୍କଟ ରାଶିରେ ପ୍ରଭାବ –
କର୍କଟ ରାଶିରେ ଶନି ଅଷ୍ଟମ ସ୍ଥାନରେ ଗୋଚର କରିବେ, ଏବଂ ଏହି ସମୟ ରେ କର୍କଟ ରାଶିଙ୍କ ଜୀବନ ରେ ଅନେକ ଶୁଭ ସମୟ ଆରମ୍ଭ ହେବ, କାମ ସମ୍ବନ୍ଧୀୟ ଅନେକ ବାଧା ଦୂର ହେବ, ନିଜ ପାର୍ଟନର ଙ୍କ ସହିତ ଲମ୍ବା ଯାତ୍ରା ଆପଣଙ୍କ ସମ୍ବନ୍ଧ କୁ ମଜବୁତ କରିବ l ଦୀର୍ଘ ସମୟ ଧରି ଅଟକିଥିବା ଧାନ ଆପଣ ଲାଭ କରିବ l

ଶନି ଗୋଚର କନ୍ୟା ରାଶିରେ ପ୍ରଭାବ –
କନ୍ୟା ରାଶିରେ ଶନି ପଞ୍ଚମ ସ୍ଥାନରେ ଗୋଚର କରିବେ, ଏହି ଗୋଚର ଦ୍ୱାରା ଆପଣଙ୍କ ପ୍ରେମ ଉପରେ ଅନୁକୂଳ ପ୍ରଭାବ ପଡିବ, ଏହି ସମୟ ବ୍ୟବସାୟ ରେ ସଫଳତା ମିଳିବ l ଜୁଲାଇ ରୁ ନଭେମ୍ବର ମଧ୍ୟରେ ପରିବାର ରେ କଳହ ଦେଖା ଦେବ l

ଶନି ଗୋଚର ଦ୍ୱାରା ତୁଳା ରାଶି ଉପରେ ପ୍ରଭାବ –
ତୁଳା ରାଶିରେ ଶନି ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଗୋଚର କରିବେ, ଏହି ସ୍ଥିତି ଖୁବ ଶୁଭ ଅଟେ, କାମରେ ଏହା ଆପଣଙ୍କୁ ସଫଳତା ଦେବ, ଜୁଲାଇ ଓ ନଭେମ୍ବର ମଧ୍ୟରେ ପରିବାର ରେ ସମ୍ପତି ବିବାଦ ଦେଖାଦେବ, ଶନି ଙ୍କ ପ୍ରଭାବ ସ୍ୱାସ୍ଥ୍ୟ ରେ ପରିବର୍ତ୍ତନ ହେବ, ଶନି ଅମାବାସ୍ୟା ଦିନ କୌଣସି ପବିତ୍ର ନଦୀ ରେ ସ୍ନାନ କରନ୍ତୁ l

ଶନି ଗୋଚର ଦ୍ୱାରା ବିଛା ରାଶି ଉପରେ ପ୍ରଭାବ –
ବିଛା ରାଶିରେ ଶନି ତୃତୀୟ ଓ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଗୋଚର କରିବେ, ଏହି ଗୋଚର ଦ୍ୱାରା ପାର୍ଟନର ଙ୍କ ସହିତ ସମ୍ବନ୍ଧ ଖୁବ ସୁଦୃଢ଼ ହେବ, ଏବଂ ବ୍ୟବସାୟ ରେ ନିବେଶ ପାଇଁ ଗୋଟିଏ ଶୁଭ ସମୟ ଅଟେ, ଶନି ଅମାବାସ୍ୟା ଦିନ ସକାଳୁ ଘରର ମୁଖ୍ୟ ଦ୍ୱାରରେ ଦୀପ ପ୍ରଜ୍ବଳନ କରନ୍ତୁ l

ଶନି ଗୋଚର ଦ୍ୱାରା ମକର ରାଶିରେ ପ୍ରଭାବ –
ଶନିଙ୍କର ଏହି ଗୋଚର ମକର ରାଶିରେ ତୃତୀୟ ସ୍ଥାନରେ କରିବେ, ଏହାଦ୍ୱାରା ମକର ରାଶିର ସାଢେ ସ୍ୱାତୀ ପ୍ରଭାବ ରୁ ମୁକ୍ତି ମିଳିବ, ମକର ରାଶିରେ ଅନେକ ପରିବର୍ତ୍ତନ ହେବ, ମକର ରାଶିରେ ଶନି ଦ୍ଵିତୀୟ ସ୍ଥାନରେ ରହିବ, ଆପଣଙ୍କ ଭାଇ ଭଉଣୀ ଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ହେବ l ଆପଣଙ୍କୁ ଶନି ଙ୍କ ଏହି ଗୋଚର ଦ୍ୱାରା ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ l ଏହି ସମୟ ରେ କଠିନ ପରିଶ୍ରମ ଜରୁରୀ l ଶନି ଅମାବାସ୍ୟା ଦିନ ଶାମି ବୃକ୍ଷ ମୂଳରେ ଦୀପ ଜଳାଇବା ଜରୁରୀ l

Leave a Reply

Your email address will not be published. Required fields are marked *