• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଶସ୍ତା ହେବ ଋଣ କମିବ ଇଏମଆଇ ବୋଝ

ByOdishri Khabar

Apr 11, 2025
Spread the love

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ପ୍ରମୁଖ ସୁଧ ହାର ରେପୋରେଟକୁ ୦.୨୫ % ଖସାଇ ୬% କରିଛି । ପୂର୍ବରୁ ଏହା ୬.୨୫% ଥିଲା ।ଏହାଦ୍ୱାରା ଆଗାମୀ ଦିନରେ ଗୃହ, ଯାନ ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ଋଣ ଶସ୍ତା ହେବ । ନୂଆ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି ବୈଠକ ପରେ ଆରବିଆଇ ଗଭର୍ନର ସଞ୍ଜୟ ମଲହୋତ୍ରା ଏ ସୂଚନା ଦେଇଛନ୍ତି ।କମିଟିର ସମସ୍ତ ସଦସ୍ୟ ସୁଧ ହ୍ରାସ ସପକ୍ଷରେ ରହିଥିଲେ । ସୂଚନାଯୋଗ୍ୟ ରେପୋରେଟ୍ ହେଉଛି , ଯେଉଁ ହାରରେ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଆରବିଆଇଠାରୁ ପାଣ୍ଠି ନେଇଥାନ୍ତି ଏବଂ ଏହାକୁ ସେମାନଙ୍କ ଗ୍ରାହକମାନଙ୍କୁ ହସ୍ତାନ୍ତର କରନ୍ତି ।
ଗଭର୍ଣ୍ଣର ଆଉ ମଧ୍ୟ କହିଛନ୍ତି, ବାଣିଜ୍ୟ ଯୁଦ୍ଧର ପ୍ରଭାବ ଅର୍ଥନୈତିକ ଅଭିବୃଦ୍ଦି ଉପରେ ପଡ଼ିବ । ଏହାଦ୍ୱାରା ଘରୋଇ ବଜାରରେ ବିକାଶର ହାର ପ୍ରଭାବିତ ହେବ ।

ଉଭୟ ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତି ପାଇଁ ଟ୍ରମ୍ପଙ୍କ କ୍ଳ୍ନୀତି ଚିନ୍ତାର ବିଷୟ । ଉଚ୍ଚ ଟାରିଫ ଯୋଗୁ ରପ୍ତାନୀ ଉପରେ ପ୍ରଭାବ ପଡ଼ିବ । ଅଶୋଧିକ ତୈଳ ଦଳ ଖସିବା ଦ୍ୱାରା ଦରଦାମକୁ ନିୟନ୍ତ୍ରଣରେ ରଖାଯାଇ ପାରିବ ।

Leave a Reply

Your email address will not be published. Required fields are marked *