ପୁରୀ ଜିଲ୍ଲା ସତ୍ୟବାଦୀ ପଂଚାଶଖା ମୁକ୍ତାକାଶ ରଙ୍ଗମଂଚରେ ତିନି ଦିନ ଧରି ଚାଲିଥିବା ସତ୍ୟବାଦୀ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିବାବେଳେ ଓଡ଼ିଶୀ ନୃତ୍ୟରେ ଝୁମିଥିଲେ ଦର୍ଶକ ।
ଭିଓ-୦୧ : ଐତିହ୍ୟ ସମ୍ପନ୍ନ ପୁରୀ ଜିଲ୍ଲା ସତ୍ୟବାଦୀର ପଂଚଶଖା ମୁକ୍ତାକାଶ ରଙ୍ଗମଂଚରେ ତିନି ଦିନ ଧରି ଚାଲିଥିବା ସତ୍ୟବାଦୀ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଓଡ଼ିଶା ଇତିହାସରେ ସତ୍ୟବାଦୀ ର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ପଣ୍ଡିତ ଗୋପବନ୍ଧୁ ଦାଶ ଙ୍କ ଦ୍ୱାରା ପ୍ରତିଷ୍ଠିତ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ଆଜି ବି ଉଜ୍ଜିବିତ ହୋଇ ରହିଛି । ଏହାକୁ ଆଗକୁ ଆହୁରି ଆଗକୁ ନେବା ପାଇଁ ଆମ ସରକାର ବେଶ ତତ୍ପରତ ଅଛି । ଏହା ସହିତ ଓଡ଼ିଆର ଅସ୍ମିତାର ଗୁରୁତ୍ୱ ବହନ କରୁଥିବା ବକୁଳବନ କୁ ଉନ୍ନତି କରଣ କରାଯିବା ସହିତ ଏହାକୁ ବିଶ୍ୱ ସ୍ତରୀୟ ପର୍ଯ୍ୟଟନରେ ସାମିଲ କରାଯାଇ ଏହାର ରୂପରେଖକୁ ବଦଳାଯିବ । ଲୋକମାନେ ସାକ୍ଷୀଗୋପୀନାଥଙ୍କୁ ଦର୍ଶନ କରିବା ପାଇଁ ଆସୁଥିବାବେଳେ ବେେ,ଳ ନିଶ୍ଚିତ ଭାବରେ ଏହି ଐତିହ୍ୟକୁ ମନେ ପକାଇବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ । ଅନ୍ୟତମ ଅତିଥି ଭାବରେ ପୁରୀ ସାଂସଦ ସମ୍ବିତ ପାତ୍ର ଯୋଗ ଦେଇ ଆମେ ସମସ୍ତେ ଆପଣଙ୍କ ସହିତ ରହିଛୁ । ସତ୍ୟବାଦୀର ବିକାଶ ପାଇଁ ଆମେ ସମସ୍ତେ ପଦକ୍ଷେପ ନେବୁ ବୋଲି କହିଥିଲେ ।କଏହି ଅବସରରେ ମହୋତ୍ସବର ମୁଖପତ୍ର ତାମଳକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବା ସହିତ ଅନୁଷ୍ଠାନ ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ପଂଚସଖା ଗୌରବ ପ୍ରଦାନ କରାଯାଇଥିଲା । ଏହାପରେ ଓଡ଼ିଶା ସଂଗୀତ ମହାବିଦ୍ୟାଳୟର କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ସେମାନଙ୍କ ପ୍ରତମ ପ୍ରସ୍ତୁତି ରହିଥିଲା ଜଗନ୍ନାଥଷ୍ଟକମ । ଯେଉଁଥିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ମଙ୍ଗଳାଚରଣ ପରିବେଷଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଶକ୍ତି ବା ମୋକ୍ଷ । ଜିବନର ଅନ୍ତିମ ସମୟରେ ମୋକ୍ଷ ହେବା ଦରକାର । ଏହାକୁ ଅତି ଚମତ୍କାର ଭଙ୍ଗୀରେ କଳାକାରମାନେ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଦର୍ଶକମାନେ ବେଶ ଉପଭୋଗ କରିଥିଲେ ।କଳା ଏବଂ କଳାକାରମାନଙ୍କୁ ଏକତ୍ରିତ କରି ତିନି ଦିନ ଧରି ବାନ୍ଧି ରଖିଥିବା ଏହି ସତ୍ୟବାଦୀ ମହୋତ୍ସବ ଉଦଯାପିତ ହୋଇଯାଇଛି