• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସବୁଠୁ ଅଧିକ ଦିନ ମହାକାଶରେ ଫସିଥିଲେ ଏହି ମହାକାଶଚାରୀ

ByOdishri Khabar

May 6, 2025
Spread the love

ସବୁଠୁ କମ ଦିନ ମହାକାଶରେ ଫସିଥିଲେ ସୁନୀତା
ଅଧିକ ଦିନ ଫସି ରହିଥିଲେ ଏହି ମହାକାଶଚାରୀ
କେମିତି କାଟୁଥିଲେ ଗୋଟେ ଗୋଟେ ଦିନ
ଜାଣନ୍ତୁ କେଉଁ ମହାକାଶଚାରୀ କେତେ ଦିନ ଫସିଥିଲେ
anchor- ଆଉ ଏକ ନୂଆ ଇତିହାସ ସୃଷ୍ଟି କଲା ଅନ୍ତରୀକ୍ଷ ବିଜ୍ଞାନ । ପୁଣିଥରେ ବିଜ୍ଞାନ ବିଜୟର ଲେଖା ହେଲା ଆଉ ଏକ କାହାଣୀ । ଦୀର୍ଘ ୯ ମାସ ୧୪ ଦିନ ରହିବା ପରେ ପୃଥିବୀରେ ପାଦ ଦେଲେ ସୁନୀତା ସାଥି ବୁଚ୍ ୱିଲମୋର । ଜୁନ ୯ରେ ଅନ୍ତରୀକ୍ଷକୁ ଆରମ୍ଭ କରିଥିବା ଯାତ୍ରା ମାର୍ଚ୍ଚ ୧୯ରେ ଶେଷ ହୋଇଥିଲା । ତେବେ ଆପଣଙ୍କ ମନରେ ଏମିତି ପ୍ରଶ୍ନ ଆସୁ ଥାଇପାରେ । କେମିତି କଟିଥିଲା ସୁନୀତାଙ୍କର ଏଠାରେ ଗୋଟେ ଗୋଟେ ଦିନ । କେମିତି ଖାଉଥିଲେ, କେମିତି ରହୁଥିଲେ, କେମିତି ନିଜର ଦୈନନ୍ଦିନ କାର୍ଯ୍ୟ କରୁଥିଲେ । ସେସବୁ ଉପରେ ଆଲୋଚନା କରିବା ପୂର୍ବରୁ ଜାଣିବା ସୁନୀତାଙ୍କ ଠାରୁ ମଧ୍ୟ କେଉଁ କେଉଁ ମହାକାଶଚାରୀମାନେ ଅଧିକ ଦିନ ଫସି ରହିଥିଲେ ଏବଂ କେମିତି ଥିଲା ତାଙ୍କ ମିଶନ।
୧-ପେଗି ହ୍ବିଟ୍‌ସନ୍
ହ୍ବିଟ୍‌ସନ୍ ହେଉଛନ୍ତି ଆମେରିକା ମହାକାଶଚାରୀ । ମହାକାଶରେ ସବୁଠୁ ଅଧିକ ଦିନ ଫସି ରହିଥିଲେ ପେଗି ହ୍ବିଟ୍‌ସନ୍ । ହ୍ବିଟ୍‌ସନ୍ ସ୍ପେସ୍ ଷ୍ଟେସନରେ ଫସି ରହିଥିବା ବେଳେ ଅନେକ ଥର ପୃଥିବୀ ପରିକ୍ରମା କରିଛନ୍ତି । ସ୍ପେସ ଷ୍ଟେସନ ପୃଥିବୀ ଚାରିପଟେ ଘୂରିବା ସମୟରେ ସେ ଅନେକ ଥର ସ୍ପେସୱାକ୍ କରିଛନ୍ତି । ସେ ସ୍ପେସରେ ପାଖାପାଖି ୬୬୫ ଦିନ ରହିଛନ୍ତି । ତାଙ୍କର ସ୍ପେସରେ ଦୀର୍ଘ ଦିନର ଅଭିଜ୍ଞତା ପାଇଁ ତାଙ୍କୁ ନାସାର ହ୍ୟୁମାନ ସ୍ପେସଫ୍ଲାଇଟ୍ ପ୍ରୋଗ୍ରାମର ମୁଖ୍ୟ ଲିଡର ଭାବରେ ପ୍ରତିଷ୍ଠିତ କରାଯାଇଛି ।

୨- ଫ୍ରାଙ୍କ୍ ରୁବିଓ
ରୁବିଓ ଦୀର୍ଘଦିନ ଧରି ମହାକାଶରେ ରହିଥିଲେ । ସେ ମାତ୍ର ୬ ମାସ ପାଇଁ ମହାକାଶରେ ରହିବା ପାଇଁ ପ୍ଲାନ କରିଥିଲେ , ହେଲେ ଦୀର୍ଘ ୧ ବର୍ଷ ମହାକାଶରେ ଫସି ରହିଥିଲେ । ୨୧ ସେପ୍ଟେମ୍ବର ୨୦୨୨ରେ ସେ ମହାକାଶ ଯାଇଥିଲେ, ଏବଂ ୨୭ ସେପ୍ଟେମ୍ବର ୨୦୨୩ରେ ସେ ପୃଥିବୀକୁ ଫେରିଥିଲେ । ସ୍ପେସକ୍ରାଫ୍ଟରେ ମେସିନରେ ତ୍ରୃଟି ଯୋଗୁ ସେ ଫସି ରହିଥିଲେ ।

୩-ସ୍କଟ୍ କେଲି
ସ୍କଟ୍‌ କେଲି ପାଖାପାଖି ଦେଢବର୍ଷ ଧରି ଫସି ରହିଥିଲେ । ସେ ୫୨୦ଦିନ ମହାକାଶରେ ରହିଥିଲେ । ଅଧିକ ଦିନ ମହାକାଶ ଯାତ୍ରାରେ ମଣିଷ ଶରୀର ଉପରେ କେଉଁ ପ୍ରଭାବ ପଡିଥାଏ , ତାହା ଗବେଷଣା କରିବାକୁ ଯାଇଥିଲେ । ଏହାପରେ ନିଜ ଶରୀର ସହ ନିଜ ଯାଆଁଳା ଭାଇ ସ୍କଟ୍ କେଲିଙ୍କ ଶରୀର ତୁଳନା କରିଥିଲେ ।

୪-ଜେଫ ୱିଲିୟମସ୍
ଜେଫ ୱିଲିୟମସ୍ ସ୍ପେସରେ ପାଖାପାଖି ୫୪୩ ଦିନ ରହିଥିଲେ । ହ୍ବିଟସନ୍‌ଙ୍କ ପରେ ସେ ସବୁଠାରୁ ଅଧିକ ଦିନ ରହିଥିଲେ । ୱିଲିୟମସ୍ ଅନେକ ଥର ସ୍ପେସ ଷ୍ଟେସନ ଯାତ୍ରାରେ ଅନେକ ଥର ସାମିଲ ହୋଇଛନ୍ତି । ଏବଂ ଏହାର ପରିଚାଳନରେ ସେ ଏକ ଅବିଚ୍ଛେଦ୍ୟ ଭୂମିକା ଗ୍ରହଣ କରିଛନ୍ତି ।

୫- କ୍ରିଷ୍ଟିନା କୋଚ୍
କ୍ରିଷ୍ଟିନା କୋଚ୍ ଏକାକୀ ସ୍ପେସ ଷ୍ଟେସନରେ ମାର୍ଚ୍ଚ ୨୦୧୯ରୁ ୨୦୨୦ ଯାଏଁ ସ୍ପେସ୍ ଷ୍ଟେସନରେ ରହିଥିଲେ । ଦୀର୍ଘଦିନ ଧରି ସ୍ପେସ୍‌ଫ୍ଲାଇଟ୍‌ରେ ଜଣେ ମହିଳା ରହିବା ଫଳରେ ଏହା ଶରୀର ଉପରେ କେଉଁ ପ୍ରଭାବ ପକାଇଥାଏ , ତାହା ଉପରେ ସେ ରିସର୍ଚ୍ଚ କରିଥିଲେ ।

୬- ସୁନୀତା ୱିଲିୟମସ୍‌
ସୁନୀତା ୱିଲିୟମ ଏହା ପୂର୍ବରୁ ମଧ୍ୟ ସ୍ପେସ ଷ୍ଟେସନରେ ଅନେକ ଥର ରହି ଆସିଛନ୍ତି । ଏହା ପୂର୍ବରୁ ସେ ପାଖାପାଖି ୧୯୫ ଦିନ ସ୍ପେସ ଷ୍ଟେସନରେ ରହିଥିଲେ । ବର୍ତ୍ତମାନ ସେ ଦୀର୍ଘ ୯ ମାସ ରହିବା ପରେ ପୃଥିବୀକୁ ଫେରିଛନ୍ତି । ତେବେ ସୁନୀତା ମହାକାଶରେ ସବୁଠୁ ଅଧିକ ଚାଲିବାର ରେକର୍ଡ କରିଛନ୍ତି । ଏଥିସହ ସ୍ପେସ ଷ୍ଟେସନର କମାଣ୍ଡର ହେବାରେ ପ୍ରଥମ ମହିଳା ଭାବେ ରେକର୍ଡ କରିଛନ୍ତି ।

ଏବେ ଆପଣଙ୍କ ମନରେ ପ୍ରଶ୍ନ ଆଶୁଥିବା କେମିତି କାଟୁଥିଲେ ଏହି ମହାକାଶଚାରୀ ମାନେ ଗୋଟେ ଗୋଟେ ଦିନ ।

ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ ୧୯୮୪ରୁ ୧୯୯୩ ମଧ୍ୟରେ ଏହାର ଡିଜାଇନ କରାଯାଇଥିଲା । ଏହାକୁ ଡିଜାଇନ କରିବାରେ କାନାଡା ରୁଷ , ଜାପାନର ହାତ ଥିଲା । ତେବେ ମହାକାଶରେ ଜୀବନ ବିତାଇବା ସାଧାରଣ କଥା ନୁହେଁ । ଏଠାରେ କୌଣସି ମାଧ୍ୟକର୍ଷଣ ଶକ୍ତି ନଥିବାରୁ ଖାଦ୍ୟକୁ ଚୁମ୍ବକ ଦ୍ବାରା କାନ୍ଥରେ ଲଗାଯାଇଥାଏ । ଏବଂ ପାଣି ମଧ୍ୟ ଉପରେ ଭାସୁଥିବାରୁ ପିଇବା ପାଇଁ ଷ୍ଟ୍ର ଲଗାଯାଇ ପାଣି ପିଇବାକୁ ପଡେ । ଚୁଟି କାଟିବା ପାଇଁ ଏକ ପ୍ରକାର ଖାସ ଟ୍ରିମରର ବ୍ୟବସ୍ଥା କରାଯାଏ, ଯେଉଁଥିରେ ଭାକ୍ୟୁମ ରହିଥାଏ । କଟା ହୋଇଥିବା ଚୁଟି ସେଥିରେ ରହିଯାଏ ।

ସ୍ପେସ ଷ୍ଟେସନରେ ଦୁଇଟି ସ୍ପେସ ଟଏଲେଟ ଥାଏ। ଏଥିରେ ମହାକାଶଚାରୀମାନେ ନିଜକୁ ବାନ୍ଧିବା ପରେ ପରିସ୍ରା କରିଥାନ୍ତି । ଏବଂ ଏଠାରେ ପାଣିର ଏତେ ଅଭାବ ରହିଥାଏ, ସେଥିପାଇଁ ଏହି ପରିସ୍ରାକୁ ଫିଲଟର କରାଯାଇ ପିଇବାକୁ ପଡେ । ତେବେ ମହାକାଶରେ ଇଣ୍ଟରନେଟର ସୁବିଧା ରହିଥାଏ । ଅଲମ୍ପିକ୍ସ ସମୟରେ ମଧ୍ୟ ପ୍ରତିଯୋଗୀଙ୍କ ମଧ୍ୟରେ ଉତ୍ସାହ ବଢାଇବା ପାଇଁ ସୁନୀତା ଅଲମ୍ପିକ୍ସର ଅଭ୍ୟାସ କରିଥିଲେ ।

ତେବେ ଏହି ସ୍ପେସ ଷ୍ଟେସନରେ ଅଧିକ ଦିନ ରହିବା ଦ୍ବାରା ଶରୀରରେ ଅନେକ ସମସ୍ୟା ଦେଖା ଦେଇଥାଏ । ଯେପରି ହାଡ, ମାଂସପେଶୀ ଦୁର୍ବଳ ହୋଇଯାଏ । ଖାଦ୍ୟ ହଜମ ନହେବା, ଚାଲିବାରେ କଷ୍ଟ ହେବାଭଳି ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।
ଏସବୁ ଭିତରେ ସବୁଠୁ ବଡ କଥା , ଅନେକ ସଂଘର୍ଷ ପରେ ସ୍ପେସ ଏକ୍ସ ସୁନୀତାଙ୍କୁ ପୃଥିବୀ ଫେରାଇ ଆଣିବାରେ ସଫଳ ହୋଇଛି । ଆମେ ସମସ୍ତେ ତାଙ୍କର ସୁସ୍ଥ ଜୀବନ କାମନା କରିବା ।

Leave a Reply

Your email address will not be published. Required fields are marked *