• Mon. Aug 10th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତାଲସାକାର ଶିଶୁ ସେବିକା ନିଯୁକ୍ତିରେ ଅନିୟମିତତା ଙ୍କୁ ବିରୋଧ କରୁଛି ଛାତ୍ର ସମାଜ।

Spread the love

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତାଲସାକାର ଶିଶୁ ସେବିକା ନିଯୁକ୍ତିରେ ଅନିୟମିତତା ଙ୍କୁ ବିରୋଧ କରୁଛି ଛାତ୍ର ସମାଜ।


ବୁଗୁଡ଼ା : ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତାଳସକର ବିଦ୍ୟାଳୟରେ ଶିଶୁ ସେବିକା ନିଯୁକ୍ତି ନିମନ୍ତେ ଦୀର୍ଘ ମାସ ହେବ ୧୧ଜନ ଆଶାୟୀ ଆବେଦନ କରିଥିବା ବେଳେ ଚଳିତ ମାସ ୪ ତାରିଖ ଦିନ ପ୍ରଧାନ ଶିକ୍ଷକ ନିଜ ଇଚ୍ଛା ରେ ଏକ ବିଜ୍ଞାପିତ ପ୍ରକାଶ କଲେ।ଯୋଉଥିରେ ବିଦ୍ୟାଳୟ ସ୍ତରୀୟ ପରୀକ୍ଷା ହେବା ପାଇଁ କୌଣସି ସ୍ଥାନରେ ଲେଖା ହୋଇନଥିଲା କିନ୍ତୁ ପ୍ରଧାନ ଶିକ୍ଷକ ଓ କିଛି ବ୍ୟକ୍ତି ବିଶେଷଙ୍କୁ ନେଇ ପୂର୍ବ ପ୍ରସ୍ତୁତି ଅନୁସାରେ ନିଜେ ମନୋନୀତ କରିଥିବା ପାର୍ଥିଙ୍କୁ ଚୟନ କଲେ।ଏହାକୁ ଛାତ୍ର ସମାଜ ନିନ୍ଧା କରିବା ସହ ପୁନର୍ବାର ଚୟନ ପାଇଁ ଦାବି କରୁଛୁ। ଅନେକ ସରକାରୀ ବିଦ୍ୟାଳୟ ରେ ଏହିପରି ଶିଶୁ ସେବିକା ଚୟନ ରେ ଅନିୟମିତତା ଦେଖିବାକୁ ମିଳିଛି। ସରକାରଙ୍କ ବିଜ୍ଞପ୍ତି ଅନୁସାରେ ଚୟନ କରାନଯାଇ କିଛି ମୁଷ୍ଟିମେୟ ଲୋକଙ୍କ ପ୍ରରୋଚନାରେ ନିଯୁକ୍ତି ହେଉଛନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *