• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସରକାରୀ ପ୍ୟାଥଲ୍ୟାବକୁ ନେଇ ଆସିଲା ସାଂଘାତିକ ଅଭିଯୋଗ

{"remix_data":[],"remix_entry_point":"challenges","source_tags":["default"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"addons":2,"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ସରକାରୀ ପ୍ୟାଥଲ୍ୟାବକୁ ନେଇ ଆସିଲା ସାଂଘାତିକ ଅଭିଯୋଗ ।

ଗୋଟିଏ ପରିବାର ତିନି ତିନି ଜଣ ମାଡି ବସିଲେ ଗାଦି
ମନ୍ତ୍ରୀଙ୍କ ଦୟାରୁ ହେଇଥିଲା ଚାକିରି
ଆଉ ସେଥିପାଇଁ ଚାଲିଛି ମନ ମାନି ।||
ଏ କଥା ଆମର ନୁହେ ଏ କଥା ହେଉଛି ସ୍ଥାନୀୟ ବାସିନ୍ଦା ଙ୍କର ।
ବାଇଟ୍ -୧- ନିବାସ ଚନ୍ଦ୍ର ଗୟା,୧:୦୯ ସେକେଣ୍ଡ ର ଆମ୍ବିଆନ୍ସ ବାଇଟ୍
ହଁ ଦର୍ଶକ ବନ୍ଧୁ ମାହାଙ୍ଗା ବ୍ଲକରେ ଦେଖିବାକୁ ମିଳିଛି ଏକ ସାଂଘାତିକ ଘଟଣା । ଏଠାରେ ଥିବା କର୍ମଚାରି ଠିକ ସମୟରେ ଆସୁ ନ ଥିବା ବେଳେ ବେସରକାରୀ ଲ୍ୟାବ ସହିତ ହାତ ମିଳାଇ ବେସରକାରୀ ଲ୍ୟାବ କୁ ଟେଷ୍ଟ ପାଇଁ ପଠାଉଥିବା ଭଳି ଅଭିଯୋଗ ଆସିଛି । ଏମିତି କି ଦୀର୍ଘ ସମୟ ଧରି ମେଡିକାଲ ଲ୍ୟାବ ରେ ତାଲା ଝୁଲୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର 3 ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ସେଗୁଡିକ ହେଲା, ମାହାଙ୍ଗା, ନିଶ୍ଚିନ୍ତକୋଇଲି ଆଉ ଜଗନ୍ନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ପ୍ୟଥୋଲ୍ୟାବ ର ଇନଚାର୍ଜ ମାନେ ଠିକ ସମୟ ରେ ଆସୁନାହାନ୍ତି, କି ଟେଷ୍ଟ ମଧ୍ୟ ସଠିକ୍ ଢ଼ଙ୍ଗରେ ସେ କରୁନଥିବା ଅଭିଯୋଗ ହୋଇଛି । କୁଆଡେ ଏହି ତିନି ଜଣ ଲ୍ୟାବ ଇନଚାର୍ଜ ଗୋଟିଏ ପରିବାର ରୁ ଦୀର୍ଘ ଦିନ ହେବ ଏଠାରେ କାମ କରୁଛନ୍ତି ‌। ଏହି ତିନି ଜଣ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ଅତି ଖାସ୍ ଲୋକ ,କୁହା ଯାଉଥିବା ଏଭଳି ଅଭିଯୋଗ ହୋଇଛି । ଏଠି ସ୍ୱାସ୍ଥ୍ୟ ବିଭାଗ ର ଉଚ୍ଚ କତୃପକ୍ଷ ଧ୍ୟାନ ଦେବାର ଆବଶ୍ୟକତା ଅତି ଜରୁରୀ ହୋଇ ପଡିଛି । ଏପରି ମନ ମୁଖି କାର୍ଯ୍ୟ କରୁଥିବାରୁ ବେସରକାରୀ ଲ୍ୟାବ ଗୁଡିକ ମାଲେ ମାଲେ ହେଉଥିବା ବେଳେ, କୋଟି କୋଟି ଟଙ୍କା ବିନିଯୋଗ ରେ ସରକାରୀ ଅର୍ଥରେ କିଣା ଯାଇଥିବା ଟେଷ୍ଟିଂ ଯନ୍ତ୍ରପାତି ଏବେ ଖତ ଖାଉଥିବା ଦେଖା ଯାଉଚି। ଯେତେବେଳେ ଆମେ ଜଗନ୍ନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଁଚିଥିଲୁ ସେଠି ପ୍ୟାଥଲ୍ୟାବ ରେ ତାଲା ଝୁଲୁଥିଲା । ଲ୍ୟାବ ର କୌଣସି କର୍ମ ଚାରି ବି ନଥିଲେ।
ବାଇଟ୍ -୨- ରୋଗୀଙ୍କ ସଂପର୍କୀୟ ୫୨ ସେକେଣ୍ଡ ର ଆମ୍ବିଆନ୍ସ
ବାଇଟ୍ -୩- ଡାକ୍ତର (ଜଗନ୍ନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର,୧:୧୦ ସେକେଣ୍ଡ ର ଆମ୍ବିଆନ୍ସ ବାଇଟ୍ ଯାଇଛି)
ବାଇଟ୍-୪- ଶାରଦ ପ୍ରଧାନ (ବିଧାୟକ ମାହାଙ୍ଗା ,୩୨ ସେକେଣ୍ଡ ର ବାଇଟ୍ ଯାଇଛି)
ଶେଷ ଭିଓ:- ଖାଲି ସେତିକି ନୁହଁ କଟକ ଚାନ୍ଦବାଲି ମୁଖ୍ୟ ରାସ୍ତା କଡରେ ଥିବା ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ବି ସମାନ ଅବସ୍ଥା ଏଠି ବି ଲ୍ୟାବ କର୍ମଚାରୀ ମାନେ ସଠିକ ସମୟ ରେ ଆସୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ ମାନେ l ଯାହା ଫଳରେ ସାଧାରଣ ଗରିବ ରୋଗୀ ଟି ବାହାରେ ଟେଷ୍ଟ କରି ଶୋଷଣ ଶିକାର ହେଉଥିବା ଅଭିଯୋଗ କରିଛନ୍ତିି ଅଂଚଳବାସୀ। ତେବେ ଏହି ସବୁ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଗଢ଼ି ଉଠିଥିବା ପାଥୋଲ୍ୟାବ୍ ଗୁଡ଼ିକ ସରକାରୀ ସ୍ବୀକୃତି ପ୍ରାପ୍ତ ନା ମନମୂଖୀ ଖୋଲା ଯାଇଛି ତାହାର ତଦନ୍ତ ହେବାର ଆବଶ୍ୟକତା ଅତି ଜରୁରୀ ହୋଇ ପଡିଛି, କାରଣ ଏଭଳି ବେଆଇନ ପାଥୋଲ୍ୟାବ୍ ଯଦି ହୋଇଥାଏ ତେବେ ଏହା ଲୋକଙ୍କ ଜୀବନ ସହ ଖେଳା ଯାଉଛି ବୋଲି କହିଲେ କିଛି ଭଲ ହେବନାହିଁ। ତେବେ ଏସବୁ ର ତୁରନ୍ତ ତଦନ୍ତ ହେବ ବୋଲି ସ୍ଥାନୀୟ ବିଧାୟକ କହିଥିବା ବେଳେ,ଏ ସବୁ ଉପରେ କେବେ ତଦନ୍ତ ହେବ ତାକୁହିଁ ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *