• Tue. Apr 21st, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସରିଲା ନିର୍ବନ୍ଧ ଏହି ଦିନ ବାଜିବ ସେହେନାଇ

Spread the love

ହଁ ଦର୍ଶକ ବନ୍ଧୁ ଆଗରୁ ମନ ମିଶିଥିଲା ଏବେ ଦୁହେଁ ଏକାଠି ହେବାକୁ ପ୍ରତିଶୃତି ବଦ୍ଧ । ଉଭୟ ଉଭୟଙ୍କ ହାତଧରି ହେବାକୁ ଯାଉଛନ୍ତି ସାତ ଜନମର ସାଥି। ତେବେ ରାଜ୍ଯ ବାହାରେ କୌଣସି ଏକ ସ୍ଥାନରେ ଶୁକ୍ରବାର ନିର୍ବନ୍ଧ ସରିଥିବା ବେଳେ ବିବାହ ମଧ୍ୟ ବାହାରେ ହେବ ବୋଲି ଚର୍ଚ୍ଚା ହେଉଛି। ଉଭୟଙ୍କୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଚାଲିଥିଲା। ଶେଷରେ ଉଭୟ ଗଣମାଧ୍ୟମରେ ବିବାହ କହୁଛନ୍ତି ବୋଲି ସ୍ବୀକାର କରିଥିଲେ। ତେବେ ଅଭିନେତାରୁ ସାଂସଦ ହେବା ପରେ ଅନୁଭବ ମହାନ୍ତିଙ୍କ ଜୀବନରେ ହୋଇଥିଲା ଜାଗୃତି ଶୁକ୍ଳାଙ୍କର ଏଣ୍ଟ୍ରି । ଏକ ସାକ୍ଷାତକାରରୁ ବଢିଥିଲେ ସମ୍ପର୍କ । ଏହାପରେ ବର୍ଷାଙ୍କ ସହ ବିବାହ ବିଚ୍ଛେଦ ପାଇଁ ଅନୁଭବ ବର୍ଷ ବର୍ଷ ଧରି ଚେଷ୍ଟା ଜାରି ରଖିଥିଲେ। ଆଉ ସେଥିରେ ସଫଳ ହେବାପରେ, ଧିରେ ଧିରେ ଚର୍ଚ୍ଚା ସତରେ ପରିଣତ ହୋଇଥିଲା। ଉଭୟ ଗଣମାଧ୍ୟମରେ ଖୋଲା ଖୋଲି ସ୍ବୀକାର କରିଥିଲେ, ଆଉ ଶେଷରେ ଏବେ ଦୁଇ ପାରିବାରର ସ୍ଵୀକୃତି କ୍ରମେ ପ୍ରତିଶ୍ରୁତି ଦିଆନିଆ ହୋଇଛନ୍ତି। ତେବେ ଖୁବ ଶୀଘ୍ର ଅନୁଭବ ଏବଂ ଜାଗ୍ରତି ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଅନୁଭବଙ୍କ ପରେ କେବେ ହାତରୁ ଦି ହାତ ହେବେ ବର୍ଷା ପ୍ରିୟଦର୍ଶିନୀ।

Leave a Reply

Your email address will not be published. Required fields are marked *