• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସହିଦ ସପ୍ତାହରେ ରେଳବାଇ ଟ୍ରାକ ଉଡ଼ାଇଲେ ମାଓବାଦୀ

ByOdishri Khabar

Aug 4, 2025
Spread the love

ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର କୋଇଡ଼ା ଅନ୍ତର୍ଗତ ବିମଳାଗଡ଼ ସେକ୍ସନ କରମପଦା ଓ ରେଞ୍ଜଡ଼ା ମଧ୍ୟରେ ଥିବା ରେଳବାଇ ଟ୍ରାକରେ ଆଇଡି ବିସ୍ପୋରଣ କରି ନିଜର ଉପସ୍ଥିତି ଜାହିର କରିଛି ମାଓ ସଙ୍ଗଠନ I ମାଓବାଦୀଙ୍କ ସହିଦ ସପ୍ତାହ ପାଳନର ଅନ୍ତିମ ଦିନରେ ଲ୍ୟାଣ୍ଡମାଇନ ବିସ୍ପୋରଣ ଘଟାଇଛି ମାଓ ସଙ୍ଗଠନ l ବିଳମ୍ବିତ ରାତିରେ ମାଓବାଦୀ ଏହି ଘଟଣା ଘଟାଇଥିବା ଅନୁମାନ କରାଯାଉଛି l ସମ୍ପୃକ୍ତ ଟ୍ରାକରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି I ଘଟଣା ସ୍ଥଳରେ ଓଡିଶା ଓ ଝାରଖଣ୍ଡ ପୋଲିଶ ପହଞ୍ଚି ତଦନ୍ତ ଜାରୀ ରଖିଛନ୍ତି I ଏହି ଆଇଡି ବିସ୍ପୋରଣରେ ରେଳ ବିଭାଗର କର୍ମଚାରୀ କିମ୍ୟାନ ଇତୁଆ ଓରାମଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ କର୍ମଚାରୀ ଙ୍କୁ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି I ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଦଶ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତିI ଏଠାରେ ସୂଚନା ଯୋଗ୍ୟ ଯେ ବିଗତ କିଛି ଦିନ ପୂର୍ବରୁ ଏହି ଅଞ୍ଚଳରୁ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଲୁଟ କରିଥିଲେ ମାଓବାଦୀ ଏବଂ ବେଶ କିଛି ଦିନର କୁମ୍ବିଂ ଅପରେସନ ପରେ ଅଧିକାଂଶ ପରିମାଣର ବିସ୍ପୋରକ ସାମଗ୍ରୀ ଉଦ୍ଧାର ହେବା ସହିତ ଏହି ଘଟଣାରେ ସମ୍ପୃକ୍ତ ଥିବା ଅପରାଧୀଙ୍କୁ ପୋଲିଶ ଗିରଫ କରିଥିଲା I ସରଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀଙ୍କ ଦ୍ୱାରା କୁମ୍ବିଂ ଅପରେସନ ଚାଲିଥିବା ସମୟରେ ମାଟି ତଳେ ପୋତା ଯାଇଥିବା ତିରିଶ ଲକ୍ଷ ଟଙ୍କା ସୁରକ୍ଷା ବାହିନୀଙ୍କ ଦ୍ୱାରା ଉଦ୍ଧାର କରାଯାଇଥିଲା I କେନ୍ଦ୍ର ସରକାରଙ୍କ ସାରା ଭାରତ ବର୍ଷରୁ ମାଓବାଦୀଙ୍କୁ ସମ୍ପୂର୍ଣ ନିପାତ କରିବା ଓ ମାଓ ମୁକ୍ତ ଭାରତ ଘୋଷଣା କରିବାକୁ କାଉଣ୍ଟଡାଉନ ଆରମ୍ଭ ହୋଇଥିବା ବେଳେ ମାଓବାଦୀଙ୍କ ଦ୍ୱାରା ସଙ୍ଗଠିତ ଏହି ଘଟଣା ସରକାର ଓ ଓଡିଶା,ଝାରଖଣ୍ଡ ପୋଲିଶ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି I

Leave a Reply

Your email address will not be published. Required fields are marked *