• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସାଇ ଇଣ୍ଟିଗ୍ରେଟେଡ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଜଗତପୁର ଗୋପବନ୍ଧୁ ନଗର ସ୍ଥିତ ସାଇ ଇଣ୍ଟିଗ୍ରେଟେଡ ପବ୍ଲିକ ସ୍କୁଲର ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ସ୍କୁଲ୍ ପ୍ରିନ୍ସିପାଲ୍ ଗୀତାଞ୍ଜଳୀ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଚୌଦ୍ଵାର-କଟକ ବିଧାୟକ ସୌଭିକ୍ ବିଶ୍ଵାଳ ଯୋଗଦେଇ ବିଦ୍ୟାଳୟ କେବଳ ଶିକ୍ଷାଦାନ ପାଇଁ ଉଦ୍ଦିଷ୍ଟ ନୁହେଁ,ବରଂ ଛାତ୍ରଛାତ୍ରୀ ମାନଙ୍କୁ ଆଧ୍ୟାତ୍ମିକତା କ୍ଷେତ୍ରରେ ଅଗ୍ରସର କରାଇବାକୁ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଉତ୍ସବରେ ସମ୍ମାନୀତ ଅତିଥିଭାବେ ସିଏମସି ଡେପୁଟି-ମେୟର ଦମୟନ୍ତୀ ମାଝୀ,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରଞ୍ଜନ କୁମାର ନାୟକ,୪୮ନଂ ୱାର୍ଡର ଯୁବନେତା ନାଗେଶ୍ଵର ବେହେରା ଓ ପ୍ରଶାସନିକ ଅଧିକାରୀ ରବି ନାରାୟଣ ପ୍ରଧାନ ଯୋଗ ଦେଇଥିଲେ। ଶିକ୍ଷୟିତ୍ରୀ ଟି. ଥଙ୍ଗମଣି ସ୍ଵାଗତ ଭାଷଣ,ଐଶୂର୍ୟା ମହାନ୍ତି ଅତିଥି ପରିଚୟ ପ୍ରଦାନ ଓ ପ୍ରିୟଙ୍କା ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ୧୪୬ଜଣ ଛାତ୍ରଛାତ୍ରୀଙ୍କୁ ଅତିଥି ପୁରସ୍କୃତ କରିଥିଲେ। ଦ୍ଵିତୀୟ ଶ୍ରେଣୀର ଆଦିତ୍ୟ ରଞ୍ଜନ ସିହ୍ନା,ଚତୁର୍ଥ ଶ୍ରେଣୀର ଶ୍ରେୟାଂଶ ମିଶ୍ର,ଅଷ୍ଟମ ଶ୍ରେଣୀର ନବ୍ୟା ଗପ୍ତାଙ୍କୁ ‘ଷ୍ଟୁଡେଣ୍ଟ୍ ଅଫ୍ ଦି ଇଅର୍’ ଭାବେ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *