• Tue. Jun 9th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସାପଙ୍କୁ ନେଇ ଅନେକ ରୋଚକ କାହାଣୀ

Spread the love

ଆଗ ଯୁଗରେ ଏହା ମଧ୍ୟ କୁହାଯାଏ ଯେ ସେମାନେ ମାଟି ତଳେ ଥିବା ଧନସମ୍ପତ୍ତିକୁ ସୁରକ୍ଷା ଦିଅନ୍ତି । ଏକ ଧାର୍ମିକ ବିଶ୍ୱାସ ମଧ୍ୟ ଅଛି ଯେ ଯେଉଁଠାରେ ଦେବୀ ଲକ୍ଷ୍ମୀ ବାସ କରନ୍ତି, ସେଠାରେ ସାପ ମଧ୍ୟ ଥାଆନ୍ତି । କିନ୍ତୁ ସାପମାନେ କ’ଣ ପ୍ରକୃତରେ ଧନସମ୍ପତ୍ତିକୁ ସୁରକ୍ଷା ଦିଅନ୍ତି ଏବଂ ଯଦି ଏହା ସତ୍ୟ, ତେବେ ସେମାନେ ମାଟି ତଳେ ଏତେ ଦିନ ଧରି କିପରି ବଞ୍ଚି ରହନ୍ତି?ତେବେ ଆସନ୍ତୁ ଏହା ବିଷୟରେ ଜାଣିବା ।

ଏହା ପଛରେ ବିଜ୍ଞାନ ଏବଂ ଧର୍ମ ଉଭୟର ଭିନ୍ନ ଭିନ୍ନ କାରଣ ଅଛି । ଏଭଳି ଅନେକ ଘଟଣା ସାମ୍ନାକୁ ଆସିଥାଏ ଯେ ଯେଉଁ ସ୍ଥାନରେ ଅମାପ ଧନ ଏବଂ ସମ୍ପତ୍ତି ମିଳିଥାଏ ସେଠାରେ ସାପ ମଧ୍ୟ ଥାଏ । ଏଭଳି ମାନ୍ୟତା ରହିଛି ଯେ ସାପ ଧନର ରକ୍ଷକ ଏବଂ ଭଗବାନ ବିଷ୍ଣୁ ତାଙ୍କୁ ରକ୍ଷା କରିବା ପାଇଁ ଦେବୀ ଲକ୍ଷ୍ମୀଙ୍କ ସହିତ ସାପକୁ ପଠାଇଥାନ୍ତି । ଯେଉଁଠାରେ ଲକ୍ଷ୍ମୀ ଅଛନ୍ତି ସେଠାରେ ନିଶ୍ଚିତ ଭାବରେ ସାପ ରହି ଥାନ୍ତି । ଧର୍ମ ଅନୁସାରେ ସାପ ଧନକୁ ରକ୍ଷା କରନ୍ତି, ସେଥିପାଇଁ ସେମାନଙ୍କୁ ଧନର ରକ୍ଷକ କୁହାଯାଏ ।

ଧର୍ମାନୁସାରେ ଦେବୀ ଲକ୍ଷ୍ମୀଙ୍କୁ ଗତିଶୀଳ ବୋଲି କୁହାଯାଏ ତେଣୁ ଯେତେବେଳେ ଏକ ସାପ ଯଦି ଧନ ଉପରେ ଗୁଡ଼ାଇ ହୋଇରହେ ଏହା ଧନର ସ୍ଥିରତାର ପ୍ରତୀକ । ହୁଏତ ଏହି କାରଣରୁ ଯେଉଁଠାରେ ପ୍ରଚୁର ଧନ ଥାଏ, ସେଠାରେ ସାପ ନିଶ୍ଚିତ ଭାବରେ ଦେଖାଯାଏ । ଏବେ ଯଦି ସାପ ପ୍ରକୃତରେ ମାଟି ଭିତରେ ବହୁତ ବର୍ଷ ଧରି ରହୁଛନ୍ତି ତେବେ ସେମାନେ କିପରି ଜୀବିତ ଅଛନ୍ତି? ଏହା ପଛରେ ରହିଛି ଅନେକ ବୈଜ୍ଞାନିକ କାରଣ । ପ୍ରକୃତରେ ସାପମାନେ ମାଟି ଭିତରେ ରହିବାରେ ଅଭ୍ୟସ୍ତ ।ସେମାନେ ମାଟି ଭିତରେ ମଧ୍ୟ ନିଜର ଗାତ ତିଆରି କରନ୍ତି । ସେମାନେ ଜୀବିତ ରହିବା ପାଇଁ ମାଟି ଭିତରେ ଅମ୍ଳଜାନ ଏବଂ ଭୂତଳ ଜଳ ପାଆନ୍ତି । ସେଠାରେ ସେମାନେ ଛୋଟ ଛୋଟ ଜୀବମାନଙ୍କୁ ନିଜର ଶିକାର କରନ୍ତି । ସାପମାନଙ୍କର ଶରୀର ଏତେ ନମନୀୟ ଯେ ସେମାନେ ସହଜରେ ଯେକୌଣସି ସ୍ଥାନକୁ ଯାଇପାରିବେ ।ସାପମାନଙ୍କର ଜୀବନକାଳ ମଧ୍ୟ ବହୁତ ଲମ୍ବା ହୋଇଥାଏ । ଯେଉଁଥିପାଇଁ ସେମାନେ ମାଟି ଭିତରେ ଆରାମରେ ରହିପାରନ୍ତି ।

Leave a Reply

Your email address will not be published. Required fields are marked *