• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସାମ୍ନାକୁ ଆସିଲା ଜେଇ ବାବୁଙ୍କ ମହାଘୋଟାଲାର ଚିତ୍ର

Spread the love

ହଁ ଦର୍ଶକ ବନ୍ଧୁ ଦିନକୁ ଦିନ ସାମ୍ନାକୁ ଆସୁଛି ବିକାଶର ଗୋଟେ ଗୋଟେ ନଗ୍ନ ଚିତ୍ର । ଖବର ଅନୁସାରେ କଟକ ଜିଲ୍ଲା,ବାରଙ୍ଗ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣଦା-ଖଲର୍ଦା ପୁରୁଷୋତ୍ତମପୁର ରାସ୍ତା ନିର୍ମାଣ କାର୍ଯ୍ୟର ଶୁଭ ଶିଳାନ୍ୟାସ ତା-09-03-24 ରେ ପ୍ରାକ୍ତନ ବିଧାୟକ ଡ଼ ପ୍ରମୋଦ କୁମାର ମଲ୍ଲିକ ଦ୍ୱାରା କରା ଯାଇଥିଲା । କୁଆଡେ ଓଡିଶା ସରକାରଙ୍କ ଗ୍ରାମ୍ୟ ଉର୍ନୟନ ବିଭାଗ ଦ୍ୱାରା 4 କୋଟି 91 ଲକ୍ଷ ଟଙ୍କାରୁ ଉର୍ଦ୍ଧ ବ୍ୟୟରେ ନିର୍ମାଣ ହେବାର ଥିଲା ଏହି ରାସ୍ତା । କିନ୍ତୁ ଦୁଃଖର ବିଷୟ ହେଉଛି ଯେ , ଏହି କାମ ଟି ଦୀର୍ଘ ଏକ ବର୍ଷ ପରେ ଆରମ୍ଭ ହୋଇଥିବା ବେଳେ ,ପିଚୁ ପଡ଼ିବାର 72 ଘଣ୍ଟା ନ ପୁରୁଣୁ ରାସ୍ତାରୁ ପିଚୁ ଉଠିଯାଇଛି । ଟିକେ ଭଲ କରି ନଜର ପକାନ୍ତୁ ଏହି ରାସ୍ତା ର ଅବସ୍ଥା ଉପରେ । ସବୁଠାରୁ ରୋଚକକଥା ହେଲା ଯେକୌଣସି ନିର୍ମାଣଧୀନ କାର୍ଯ୍ୟ ପୂର୍ବରୁ ସେଠାରେ ଏକ ଫଳକ ମାଧ୍ୟମରେ ସମସ୍ତ ତଥ୍ୟ ଲିଖିତ ଥାଏ ଯଥା-କାର୍ଯ୍ୟ ଅଟକଳ,କାର୍ଯ୍ୟର ସମୟସୀମା ଏବଂ ନିର୍ବାହୀ ଅଧିକାରୀଙ୍କ ନାମ ଥାଏ,ଏଠାରେ କିନ୍ତୁ ତାହା ଦେଖିବାକୁ ମଧ୍ୟ ମିଳିନାହିଁ । ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ସରିବାକୁ ବସିଲାଣି କେଉଁଠି ସୂଚନା ଫଳକଟିଏ ବି ନାହିଁ । ଏହା ସାଧାରଣ ଜନତାଙ୍କୁ ଅନ୍ଧାର କୁ ଟାଣି ନେଉଛି,ଗ୍ରାମବାସୀ ଙ୍କ ଅଭିଯୋଗ କରିଛନ୍ତି କି ଏହି ରାସ୍ତାଟି ବହୁ ନିମ୍ନମାନର ହୋଇଛି ବୋଲି,ଚାଷୀ ଭାଇ ମାନଙ୍କ ଅଭିଯୋଗ ଯେ ପୂର୍ବରୁ ଚାଷଜମି କୁ ପାଣି ଯିବାପାଇଁ ଯେଉଁ ସୋଟଥିଲା ସେହି ରାସ୍ତା ଟି ଏବେ ସମ୍ପସାରଣ ହେବା ଯୋଗୁଁ ସେସବୁ ସୋଟ ପୋତିହୋଇଯାଇଛି,ଚାଷ ବିଲ କୁ ପାଣି ଯିବା ବାଟ ସମ୍ପୂର୍ଣ ବନ୍ଦ ହୋଇଯାଇଛି,ଏଥିପ୍ରତି କାହାର ନଜର ନାହିଁ,ଭବିଷ୍ୟତ ରେ ଚାଷୀ ଭାଇମାନେ ମଧ୍ୟ୍ୟ ଏ ବାବଦରେ ଏକ ବଡ଼ ଧରଣର ଆନ୍ଦୋଳନ କରିବେ,ପଂଚାୟତର କିଛି ସଚେତନ ଯୁବକମାନେ ଏହାର ଚିତ୍ର ଆମପ୍ରତିନିଧି ଙ୍କ ପାଖକୁ ପଠେଇଥିଲେ ଏବଂ ଆମ ପ୍ରତିନିଧି ଏ ବାବଦରେ ଗ୍ରାମ୍ୟ ଉର୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଙ୍କ ସହିତ ଆଲୋଚନା କରିବା ପରେ ସେ କିଭଳି କଥା ବାର୍ତ୍ତା କରୁଛନ୍ତି ତାହା ଆପଣ ମାନେ ଶୁଣି ନିଅନ୍ତୁ ।ଯଦି ଏହି ରାସ୍ତା କୁ ପୁନର୍ବାର ନ କରାଯାଏ ତେବେ ଗ୍ରାମବାସୀମାନେ ତୀବ୍ର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି.

Leave a Reply

Your email address will not be published. Required fields are marked *