• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସୁବର୍ଣ୍ଣ_ଜୟନ୍ତୀ_ଏବଂ_ବାର୍ଷିକ_ଉତ୍ସବ

Spread the love

ଅନୁଗୁଳ ଜିଲ୍ଲା ବଂର‌ପାଳ ବ୍ଲକ ମରାତିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଏବଂ ବଡ଼ ହିଂସର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ସମାରୋହ ବଡ ଧୁମ୍ ଧାମରେ ପାଳନ ହୋଇଯାଇଛି। ଉଭୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାର ତାତ୍ପର୍ଯ୍ୟ ବିଷୟରେ ବୁଝାଇଥିଲେ, ଭଲ ପାଠ ପଢି କିଭଳି ଭଲ ମଣିଷ ହେବ, ବାପା ମା ଙ୍କ ନାଁ କୁ ଆଗକୁ ନେବ ସେ ବିଷୟରେ ପିଲାମାନଙ୍କୁ ବୁଝେଇ ଥିଲେ , ଆଗାମୀ ଦିନରେ ବିଦ୍ୟାଳୟର ଏବଂ ପିଲାଙ୍କ ପାଠପଢା ରେ କିଭଳି ଆହୁରି ଉନ୍ନତି ଅଣାଯାଇ ପାରିବ ତା ଉପରେ ଗୁରୁତ୍ୱ ଦିଆଯିବ ଭାଷଣରେ କହିଥିଲେ ସମାଧାନ, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ମାନସ ରଂଜନ ପୃଷ୍ଟି (ଗୋଷ୍ଠୀ ଶିକ୍ଷା ଅଧୁକାରୀ, ବଅଁରପାଳ) ସେ ମଧ୍ୟ ଭାଷଣ ମାଧ୍ୟମ ରେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ପୁରାତନ ଛାତ୍ର ଛାତ୍ରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ। ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ଗୀତ ନାଚରକୁ ସମସ୍ତେ ଉତ୍ସାହର ସହ ଉପଭୋଗ କରିଥିଲେ । ଶେଷରେ ଭାଗନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *