ସୋର ଉପେନ୍ଦ୍ରନାଥ କଲେଜରେ ହେଲା ଆକ୍ରମଣ । ଦୁଇ ଗୋଷ୍ଠି ମଧ୍ୟରେ ଆକ୍ରମଣ ହେବା ଯୋଗୁଁ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଆଉ ଜଣେ ଆହତ ଅବସ୍ଥାରେ ଡାକ୍ତର ଖାନାରେ ଭର୍ତ୍ତି । ହେଲେ ସୂଚନା ଅନୁସାରେ ଗତ କାଲି ସନ୍ଧ୍ୟାରେ ଉପେନ୍ଦ୍ରନାଥ କଲେଜରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଥିଲା । ହେଲେ କୌଣସି କଥାକୁ ନେଇ ହଠାତ୍ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଦୁଇଗୋଷ୍ଠିର ଦୁଇ ଜଣ ଛାତ୍ର ଭିଷଣ ପାଟିତୁଣ୍ଡ କରିଥିଲେ । ଯାହାଫଳରେ ଦୁଇ ଜଣ ଆହତ ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଡାକ୍ତର ଖାନାକୁ ନେଇ ଯାଇଥିଲେ । ସେଠାରେ ସେମାନେ ଚିକିତ୍ସିତ ହେଉଥିବାର ଜଣା ପଡିଛି । ହେଲେ ଏନେଇ ଉଭୟ ପକ୍ଷରୁ କୌଣସି ଅଭିଯୋଗ ହୋଇ ନଥିବାର ସୂଚନ ମିଳିଛି ।