• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ ଖରାପ କରେ ପୁରୁଷଙ୍କର ଏହି ଅଭ୍ୟାସ

ByOdishri Khabar

May 28, 2025
Spread the love

ସ୍ୱାମୀ-ସ୍ତ୍ରୀଙ୍କ ସଂପର୍କ ସର୍ବଦା ପ୍ରେମ, ଭରସା ଏବଂ ବୁଝାମଣା ଦ୍ୱାରା ନିର୍ଭର କରିଥାଏ। ହେଲେ କିଛି ପୁରୁଷ ଏହି ଅଭ୍ୟାସକୁ ଅଣଦେଖା କରିଥାଆନ୍ତି।

ଯେଉଁଥିରେ ସଂପର୍କ ଭାଙ୍ଗିଯାଇଥାଏ। ଏଥିରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଦୁଃଖ ମିଳିଥାଏ। ଏହି ପରି ସମୟରେ ଆସନ୍ତୁ ଜାଣିବା ପୁରୁଷମାନେ କେଉଁ ଅଭ୍ୟାସକୁ ପରିବର୍ତ୍ତନ କରିବା ଆବଶ୍ୟକ..

Doubt: ସଂପର୍କ ସର୍ବଦା ପ୍ରେମ, ଭରସା ଉପରେ ନିର୍ଭର କରେ। ହେଲେ ଯେଉଁ ସ୍ୱାମୀ, ସ୍ତ୍ରୀ ଉପରେ ସନ୍ଦେହ କରିଥାଏ, ଝଗଡ଼ା କରେ, ତାଙ୍କ ସ୍ୱାଧୀନତା ବିରୋଧରେ ରହିଥାଏ, ଏଭଳି ଅଭ୍ୟାସ ସଂପର୍କକୁ ଦୁର୍ବଳ କରିଦିଏ। ଏହା ସଂପର୍କକୁ ଭାଙ୍ଗି ମଧ୍ୟ ଦେଇଥାଏ।

Extra Marital Affair: ସ୍ତ୍ରୀ ନିଜ ସ୍ୱାମୀ ଉପରେ ବହୁତ ଭରସା କରେ। ଯଦି ସ୍ୱାମୀ ଅନ୍ୟ କୌଣସି ମହିଳାଙ୍କ ସହ ଅଫେୟାର୍ସ ରଖେ ତେବେ ଏହା ବଡ଼ ଦୁଃଖ ଦେଇଥାଏ। ଏହା ସ୍ତ୍ରୀର ଭରସାକୁ ଭାଙ୍ଗିଦେବା ସହ ତାଙ୍କ ହୃଦୟରେ ଗଭୀର ଆଘାତ ମଧ୍ୟ ଦେଇଥାଏ।

Anger: ସ୍ତ୍ରୀ ରାଗିଥିବା ସମୟରେ ତାଙ୍କୁ ଉପଶବ୍ଦ ବ୍ୟବହାର କରିବା, ଗାଳିଦେବା ଆଦି ସଂପର୍କରେ ବିଷ ଭରିଦେଇଥାଏ। ଏଥିରେ ସ୍ତ୍ରୀଙ୍କୁ ଅପମାନ ଏବଂ ଡ଼ର ଅନୁଭବ ହୋଇଥାଏ। ବାରମ୍ବାର ଏପରି ବ୍ୟବହାର କରିବାରେ ଘୃଣା ଜନ୍ମ ହେବାକୁ ଲାଗିଥାଏ।

Comparison: ଯେତେବେଳେ ପୁରୁଷ ଜଣକ ନିଜ ସ୍ତ୍ରୀକୁ ଅନ୍ୟ ସ୍ତ୍ରୀ ସହ ତୁଳନା କରିବାକୁ ଲାଗିଥାଏ। ସେହି ସମୟରେ ସ୍ତ୍ରୀର ଆତ୍ମବିଶ୍ୱାସ ଭାଙ୍ଗିବାକୁ ଲାଗିଥାଏ ଏବଂ ସେ ଭାବିବାକୁ ବାଧ୍ୟ ହୋଇଥାଏ ଯେ, ନିଜ ଭିତରେ କିଛି ନା କିଛି କମ୍ ରହିଛି।

Ignorance: ଯେତେବେଳେ ସ୍ୱାମୀ ନିଜ କାମ ଉପରେ ଫୋକସ ରଖେ ଏବଂ ନିଜ ସ୍ତ୍ରୀ ପାଇଁ ସମୟ ବାହାର କରିନଥାଏ, ଏଥିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୂରତା ବଢିବାକୁ ଲାଗିଥାଏ ଏବଂ ସଂପର୍କ ଖରାପ ହୋଇ ଭାଙ୍ଗିଯାଇଥାଏ।

Leave a Reply

Your email address will not be published. Required fields are marked *