• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

-ହଷ୍ଟେଲ ଛାତ୍ରୀଙ୍କ ଆତ୍ମହତ୍ୟା

{"remix_data":[],"remix_entry_point":"challenges","source_tags":["picsart"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false,"used_sources":{"version":1,"sources":[{"id":"312847571297201","type":"ugc"}]}}
Spread the love

ଆତ୍ମହତ୍ୟା ର ସତ୍ୟତା ଜାଣିବାକୁ ଚାହିଁ ବାରୁ ଆରମ୍ଭ କଲେ ଦବଙ୍ଗ ଗିରି
ଆଉ ବିଦେଶରୁ ଆସିଥିବା ଛାତ୍ରଙ୍କୁ ତଡି ବିଦା କରିଦେଲେ ରେଳ ଷ୍ଟେସନ କୁ
() ଖବର ଆରମ୍ଭ କରିବା ଆଗରୁ ଥରେ ଭଲ କରି ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ। ଇଏ କୁଆଡେ ଓଡ଼ିଶାର ଓଡ଼ିଆ ନାମୀ ଦାମୀ କିଟ୍ କଲେଜ । ଯେଉଁଠାରେ ପାଠ ପଢ଼ିବା ପାଇଁ ଦେଶ ବିଦେଶରୁ ଅନେକ ଛାତ୍ର ଛାତ୍ରୀ ବହୁ ସଂଖ୍ୟାରେ ପାଠ ପଢିବାକୁ ଆସିଥାନ୍ତି । ହେଲେ ଗତ କାଲି ର ଘଟଣା ପରେ ଏବେ କିଟ୍ ବିଶ୍ୱବିଦ୍ୟାଳୟ ଓ ଏହାର କର୍ତ୍ତୃପକ୍ଷ ଙ୍କୁ ନେଇ ଉଠିଛି ପ୍ରଶ୍ନ । ତେବେ ସୂଚନା ଅନୁସାରେ ଗତ ରବିବାର ସଂଧ୍ୟାରେ ଜଣେ ନେପାଳୀ ଛାତ୍ରୀ ଙ୍କ ର ଆତ୍ମ ହତ୍ୟା ହୋଇଥିବା ବେଳେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ସତ୍ୟତା ଜାଣିବାକୁ ଆଉ ଉଚିତ୍ ଦୋଷୀ କୁ ଦଣ୍ଡ ଦେବା ପାଇଁ ହୋ ହା ଲ୍ଲା କରିଥିଲେ । ହେଲେ ବିଦ୍ୟାଳୟ କତୃପକ୍ଷ ସେମାନଙ୍କୁ ଧମକ ଦେଇ ମୃତ ଛାତ୍ରୀଙ୍କ ଶବ ଦେଖାଇ ନ ଥିଲେ ବରଂ ଘଟଣା ଟିକୁ ଦବାଇ ଦେବା ପାଇଁ ଚେଷ୍ଟା କରୁଥିଲେ । ହେଲେ ତାହା ହୋଇ ପାରି ନ ଥିଲା । ସେଠାରେ ଉପସ୍ଥିତ ଥିବା ସମସ୍ତ ନେପାଳୀ ଛାତ୍ର ଛାତ୍ରୀ ମାନେ ଏକାଠି ହୋଇ ତୀବ୍ର ଆନ୍ଦୋଳନ କରିଥିଲେ । ଯାହା ଫଳରେ ହଷ୍ଟେଲ କତୃପକ୍ଷ ସେମାନଙ୍କୁ ମାଡ ସମେତ ଗାଳି ଗୁଲଜ କରି ଗତ କାଲି ସିଧା ଆଣି କଟକ ରେଲବେ ଷ୍ଟେସନ ରେ ଛାଡି ଆସିଥିଲେ । ଯାହା କି ଅତ୍ୟନ୍ତ ନିନ୍ଦନୀୟ କଥା । ପରେ ଏହା ଉପରେ ତର୍ଜମା ଜାରି ହେବାରୁ ପୁନଶ୍ଚ ଛାତ୍ର ଛାତ୍ରୀ ଙ୍କୁ ହଷ୍ଟେଲ ଆଣିବାକୁ କହିଥିଲେ। କିନ୍ତୁ ବର୍ତ୍ତମାନ୍ ପ୍ରଶ୍ନ ଉଠୁଛି ଏ ଭଳି ଛାତ୍ରଛାତ୍ରୀ ଙ୍କୁ ଅଖିଆ ଅପିଆ ବିନା କୌଣସି ଟିକେଟ ଓ ତାଙ୍କ ପାଖରେ ପଇସା ଅଛି କି ନାହିଁ ବିଚାର ନ କରି କେବଳ ନିଜ କଥାକୁ ଲୁଚାଇବାକୁ ଯାଇ ହଷ୍ଟେଲ ରୁ ସିଧା ସଳଖ ବିଦା କରିବା କେତେ ଦୂର ଠିକ୍ ଥିଲା । ଏ ଭଳି କାର୍ଯ୍ୟ କଲାପ କୁ କେଉଁ ଭଳି ଭାବେ ଗ୍ରହଣ କରା ଯିବା ଉଚିତ୍ । ପ୍ରଶ୍ନ ଆମର ଉତ୍ତର ଆପଣ ଙ୍କ ର

Leave a Reply

Your email address will not be published. Required fields are marked *