ଖୁବ ଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛ ଅନୁଭବ ମହାନ୍ତି । ଆଲୋଚନା ଯେତିକି ଚର୍ଚ୍ଚା ତାଠାରୁ ବି ଅଧିକ । ଦୀର୍ଘ ଦିନ ହେଲା ଯାହା ଚର୍ଚ୍ଚା ହେଉଥିଲା ତାହା ଏବେ ସତ ହେବାକୁ ଯାଉଥିବା ଶୁଣିବାକୁ ମିଳୁଛ । ବାହାହେବାକୁ ଯାଉଛନ୍ତି ଓଲିଉଡ ସୁପରଷ୍ଟାର ତଥା ପୂର୍ବତନ ଲୋକସଭା ସାଂସଦ ତଥା ବିଜେପି ନେତା ଅନୁଭବ ମହାନ୍ତି । ହଁ ଆଜ୍ଞା ଏବେ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ । ନିକଟରେ ମାହାଙ୍ଗାର ସ୍ବାଧୀନ ବିଧାୟକ ଶାରଦା ପ୍ରଧାନଙ୍କ ବିବାହ ଏବଂ ବିଜେଡି ନେତା ମନ୍ମଥ ରାଉତରାୟଙ୍କ ବିବାହ ଚର୍ଚ୍ଚାର ଶିରୋନାମା ପାଲଟିଥିବା ବେଳେ ଏବେ ଆଉ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ବଙ୍କ ବିବାହ ହେଉଥିବା ନେଇ ଚର୍ଚ୍ଚା ହେଉଛି । ଆଉ ସେ ହେଉଛନ୍ତି ଅନୁଭବ ମହାନ୍ତି । ତେବେ ବର୍ଷା ପ୍ରିୟଦର୍ଶିନୀଙ୍କ ଠାରୁ ଅଲଗା ହେବା ପରେ ଅନୁଭବଙ୍କ ଜୀବନସାଥୀ ନିର୍ବନ୍ଧକୁ ଚର୍ଚ୍ଚା ହେଉଥିବା ବେଳେ ସାମ୍ନାକୁ ଆସିଛି ଏକ ବଡ ଘଟଣା । ଚର୍ଚ୍ଚା ସେତିକିରେ ଅଟକିନି ବରଂ ମାର୍ଚ୍ଚ ୧୧ ତାରିଖରେ ସେ ବିବାହ କରିବାକୁ ଯାଉଥିବା ମଧ୍ୟ କୁହାଯାଉଛି ।ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ଅନୁଭବ ଓ ଜାଗୃତି। ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୬ ତାରିଖ ଗୁରୁବାର ଅନୁଭବ ମହାନ୍ତି ଏବଂ ଜାଗୃତି ଶୁକ୍ଳାଙ୍କ ନିର୍ବନ୍ଧ ହେବାକୁ ଯାଉଥିବା କୁହାଯାଉଛି । ଏହା ସହିତ ମାର୍ଚ୍ଚ ୧୧ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଚର୍ଚ୍ଚା ଜୋର୍ ଧରିଛି । ଅବଶ୍ୟ ଏ ନେଇ ଅନୁଭବ କିମ୍ବା ଜାଗୃତି କିଛି କହିନାହାନ୍ତି ।କିନ୍ତୁ ନିକଟରେ ଏକ ଘରୋଇ ଚ୍ୟାନେଲରେ ଦେଇ ଥିବା ସାକ୍ଷାତକାରରେ ମଧ୍ଯ ଏ ବିବାହ କଥାକୁ ଜାଗୃତି ଶୁକ୍ଲା ଅସ୍ୱୀକାର କରି ନାହାନ୍ତି । ତାଙ୍କର କଥା ଓ ଠାଣି କହୁଥିଲା ଯେ, ସେ ସତରେ ଅନୁଭବକୁ ହିଁ ବାହା ହେବେ । ମାତ୍ର ଏହା ସେ ସ୍ପଷ୍ଟ କରି ନାହାନ୍ତି । ହେଲେ କୁହନ୍ତିନି ‘ସମଜଦାର କୋ ଇସାରା କାଫି ହୈ’- ଏହିକ୍ରମରେ ଫ୍ଯାନ୍ସ ମଧ୍ଯ ଅନୁଭବ-ଜାଗୃତିଙ୍କ ବାହାଘରକୁ ନେଇ ଖୁସି ହେବାରେ ଲାଗିଲେଣି ।ଜାଗୃତିଙ୍କୁ ପଚରାଯାଇଥିଲା ଯେ ଅନୁଭବଙ୍କ ଫ୍ୟାନ୍ସମାନେ ଜାଗୃତିଙ୍କୁ ଭାଉଜ ବୋଲି ସୋସିଆଲ ମିଡିଆରେ ଡାକୁଛନ୍ତି। ଏହି ଭାଉଜ ଡାକ ଶୁଣି ଜାଗୃତି ରାଗିଯାଉଛନ୍ତି ନା ଭାଉଜ ଡାକ ବାସ୍ତବ ରୂପ ନେବ।ଏହି ପ୍ରଶ୍ନର ଉତ୍ତରରେ ଜାଗୃତି କହିଥିଲେ ଯେ ଆଗକୁ ଅନୁଭବଙ୍କ ଫ୍ୟାନ୍ସମାନେ ଖୁସି ଖବର ପାଇବେ ଓ ଅନୁଭବ ତାଙ୍କ ଫ୍ୟାନ୍ସ ମାନଙ୍କୁ ନିରାଶ କରିବେ ନାହିଁ। ଜାଗୃତିଙ୍କ ଏଭଳି ଉତ୍ତର ଉଭୟଙ୍କ ବିବାହ ଚର୍ଚ୍ଚାକୁ ଅଧିକ ଶକ୍ତି ଯୋଗାଇଛି। ଆଉ ଏବେ ଖବର ମିଳିଛି ଯେ ଆସନ୍ତାକାଲି ଉଭୟଙ୍କ ନିର୍ବନ୍ଧ ସମ୍ପନ୍ନ ହେବାକୁ ଯାଉଛି ଏବଂ ମାର୍ଚ୍ଚ ୧୧ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ହେଲେ ଏ ଚର୍ଚ୍ଚା ସତ ହେଉଛି କିମ୍ବା ଏହା ଗୁଜବ ତାହା ଦେଖିବା ବାକି ରହିଲା ।