• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ

Spread the love

ଭିଜିଲାନ୍ସ ଜାଲରେ ଧରା ପଡିଲେ ଆଠମଲ୍ଲିକ ତହସିଲର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକ । ଆଜି ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କେନ୍ଦୁପାଟି ଗ୍ରାମର ଚରଣ ନାୟକଙ୍କ ଠାରୁ ଜମିବାଡ଼ି ଭାଗ କରି ପଟା କରେଇ ଦେବା ପାଇଁ 20000 ହଜାର ଲାଞ୍ଚ ମାଗିଥିଲେ । କେବଳ ଯେ ଚରଣ ନୁହେଁ ଜମିଜମା ରେକର୍ଡ, ଜମି ମାଲିକାନା ଇତ୍ୟାଦି ପାଇଁ ଆଠମଲ୍ଲିକରେ ଲୋକେ ହଇରାଣ ହେଉଥିଲେ । ଶୁକ୍ରବାର ଚରଣ ନାୟକଙ୍କ ଠାରୁ ଜମିବାଡ଼ି ଭାଗ କରାଇ ଦେବା ପାଇଁ ୨୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଅନୁଗୁଳ ଭିଜିଲାନ୍ସ ଟିମ୍ ହାତରେ ଧରା ପଡିଥିଲେ କିରାଣୀ ସତ୍ୟପ୍ରିୟ ନାୟକ । ଅଭିଯୋଗକାରୀ ଚରଣ ନାୟକଙ୍କ କହିବା ଅନୁସାରେ, ଏହି କାମ ପାଇଁ ଦୀର୍ଘ ୬ ମାସ ହେଲା ଆଠମଲ୍ଲିକ ତହସିଲ ବିଭାଗ ତାଙ୍କୁ ଦଉଡାଉ ଥିଲେ । 20 ହଜାର ଟଙ୍କl ଆଠମଲ୍ଲିକ ରଥସାହି ପାଖରେ ଥିବା SBI ATM ପାଖରେ ଦେଇଥିଲେ ଚରଣ ନାୟକ, କିରାଣୀ ଟଙ୍କା କୁ cash ଡିପୋଜିଟ କରିବା ପାଇଁ atm ଭିତରକୁ ଯାଉଥିବା ସମୟରେ ଭିଜିଲାନ୍ସ ଅଧିକାରୀ ମାନେ ମାଡି ବସିଥିଲେ l ବର୍ତମାନ ସୁଦ୍ଧା କିରାଣୀ ସତ୍ୟପ୍ରିୟ ନାୟକ ଙ୍କ ଆଠମଲ୍ଲିକ ସରକାରୀ ବାସଗୃହ ଓ ତହସିଲ କାର୍ଯ୍ୟଳୟ ସମେତ ଠାକୁରଗଡ଼ ଥାନା ସାପଘରl ଗ୍ରାମରେ ଥିବା ନିଜ ଘର ଏବଂ ତାଙ୍କ ସ୍ତ୍ରୀ ଙ୍କ ବ୍ରହ୍ମପୁର ହିଞ୍ଜିଳିକାଟୁ ରେ ଥିବା ଭଡା ଘରେ ଖୋଳତାଡ ଚାଲିଥିବା ସୂଚନା ମିଳିଛି l

Leave a Reply

Your email address will not be published. Required fields are marked *