• Tue. Jun 9th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

90 ବର୍ଷ ବୟସ ପର୍ଯ୍ୟନ୍ତ ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ହେବ ନାହିଁ, କରନ୍ତୁ ଏହି ଚମତ୍କାର ଉପଚାର

Spread the love

90 ବର୍ଷ ବୟସ ପର୍ଯ୍ୟନ୍ତ ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ହେବ ନାହିଁ, କରନ୍ତୁ ଏହି ଚମତ୍କାର ଉପଚାର.
ବେଳେବେଳେ କୌଣସି କାରଣ ବିନା ଆମ ମାଂସପେଶୀ ଓ ହାଡରେ ଅସହ୍ୟ ଯନ୍ତ୍ରଣା ଅନୁଭବ ହୋଇଥାଏ । ଆମେ ସେହି ସ୍ଥାନରେ କୌଣସି ଲୋଶନ ବା ସ୍ପ୍ରେ ଲଗାଇ ତାକୁ ଠିକ କରିବାକୁ ଚେଷ୍ଟା କରିଥାଉ । ଏହା ଦ୍ଵାରା କିଛି ସମୟ ପାଇଁ ଆରମ ମିଳିଥାଏ ସତ, କିନ୍ତୁ ପରେ ଆଉ ଥରେ ସେହି ଯନ୍ତ୍ରଣା ଭୋଗିବାକୁ ପଡେ ।ତେବେ ଏହା ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବ ଯୋଗୁଁ ହେଉ ଥାଇ ପାରେ ।
ଆମ ଶରୀର ପାଇଁ କ୍ୟାଲସିୟମ ଏକ ଗୁରୁତ୍ୱପୂର୍ଣ୍ଣ ଖଣିଜ ଅଟେ । ଆମ ଦାନ୍ତ ଓ ହାଡରେ ୯୯ ପ୍ରତିଶତ କ୍ୟାଲସିୟମ ରହିଛି । ଶରୀରରେ କ୍ୟାଲସିୟମର ଅଭାବ ହେଲେ ହାଡ ଦୁର୍ବଳ ହୋଇଯାଏ ଓ ଭାଙ୍ଗିଯିବାର ମଧ୍ୟ ଅଧିକ ସମ୍ଭାବନା ଥାଏ । ତେବେ ଆପଣ ଘରୋଇ ସାମଗ୍ରୀ ବ୍ୟବହାର କରି କିପରି ନିଜ ଶରୀରରେ କ୍ୟାଲସିୟମ ସ୍ତର ବଢାଇ ପାରିବେ ସେହି ବିଷୟରେ ଆମେ ଆପଣଙ୍କୁ ଜଣାଇବୁ ।

ତେବେ ଏହି ଘରୋଇ ଉପଚାରରେ ଆପଣଙ୍କ ଶରୀରକୁ କୌଣସି କ୍ଷତି ପହଞ୍ଚି ନ ଥାଏ ଏବଂ ଔଷଧ ଠାରୁ ମଧ୍ୟ ଏହା ଆପଣଙ୍କ ଶରୀର ପାଇଁ ଖୁବ ଉପଯୋଗୀ ହୋଇଥାଏ । ଏହାକୁ କେବଳ ଅଳ୍ପ କିଛି ଦିନ ସେବନ କରି ଆପଣ ଶରୀରରେ କ୍ୟାଲସିୟମ ସ୍ତର ବୃଦ୍ଧି କରି ପାରିବେ । ତେବେ ଏହି ଉପାୟ କରିବା ପାଇଁ ଆମକୁ ଆବଶ୍ୟକ ହେବ ଧଳା ରାଶି । ତେବେ ଧଳା ରାଶି ବା ତିଳ ଖୁବ ଭଲ ଘରୋଇ ଉପଚାର ଅଟେ ।

ଗୋଟିଏ ଚାମୁଚ ରାଶିରେ ପ୍ରାୟ ୮୮ ମିଲିଗ୍ରାମ କ୍ୟାଲସିୟମ ଉପଲବ୍ଧ ଥାଏ ଉପଚାର ପ୍ରସ୍ତୁତ କରିବା ପାଇଁ ତିନିରୁ ଚାରି ଚାମୁଚ ରାଶିକୁ ଭଲ ଭାବେ ଭାଜି ଦିଅନ୍ତୁ ଓ ତା ପରେ ଏହାକୁ ଭଲ ଭାବେ ଗ୍ରାଇଣ୍ଡରରେ ଗୁଣ୍ଡ କରି ନିଅନ୍ତୁ । ଏହାକୁ ଆପଣ ସୁପ ବା ସାଲଡରେ ମିଶାଇ ମଧ୍ୟ ଖାଇ ପାରିବେ । ତେବେ ବର୍ତ୍ତମାନ ଏକ ଗିଲାସ ପାଣି ନିଅନ୍ତୁ ସେଥିରେ ଦୁଇ ଚାମଚ ଏହି ଗୁଣ୍ଡ ମିଶେଇ ରାତିରେ ଖାଇ ସାରିବା ପରେ ସେଵନ କରନ୍ତୁ ।

ତେବେ ଏହା ସହ ଆପଣ ଦୁଇ ଚାରୋଟି ଆଲମଣ୍ଡ ନିଅନ୍ତୁ । ତେବେ ଏହାକୁ ଭିଜେଇ ଦିଅନ୍ତୁ । ଆଲମଣ୍ଡ ଭିଟାମିନ ଏବଂ ଖଣିଜବ୍ରଦ୍ୟର ଏକ ଉତ୍ତମ ସ୍ରୋତ । ପ୍ରତିଦିନ ଏହାର ସେବନ ଦ୍ୱାରା କିଛି ମାରାତ୍ମକ ରୋଗରୁ ସୁଫଳ ମିଳିବା ସହିତ ଶରୀରରେ ପୋଷଣର ମାତ୍ରା ଅଧିକ କରିଥାଏ । ରାତି ସାରା ଭିଜା ହୋଇ ରହିଥିବା ବାଦାମ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ।

ବାଦାମରେ ଅନାବଶ୍ୟକ ତୈଳ ଅଂଶ ରହିଥାଏ ତେଣୁ ଆପଣ ରାତିସାରା ଏହାକୁ ଭିଜାଇ ରଖିବା ଦ୍ୱାରା ଏହାର ତୈଳ ଅଂଶ କିଛି ପରିମାଣରେ କମ ହୋଇଯାଇଥାଏ ଏବଂ ଏହା ମଧ୍ୟରେ ଭିଟାମିନ ଏବଂ ଏନଜାଇମର ମାତ୍ରା ବୃଦ୍ଧି ପାଇଥାଏ । ତେବେ ସକାଳେ ଏହାର ଚୋପା ବାହାର କରି କ୍ଷୀର ସହ ଆପଣ ଏହି ଆଲମଣ୍ଡ ର ସେବନ କରନ୍ତୁ । ଏହି ଦୁଇଟି ଉପାୟ ଦ୍ୱାରା ଆପଣଙ୍କ ଆଣ୍ଠୁଗଣ୍ଠି ବିନ୍ଧା ଏବଂ କ୍ୟାଲସିୟମ ଅଭାବ ଦୁର ହୋଇଯିବ ।

Leave a Reply

Your email address will not be published. Required fields are marked *