• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଭାରତୀୟ ନୌସେନାକୁ ମିଳିଲା ନୂଆ ଉପହାର

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଭାରତୀୟ ନୌସେନାକୁ ମିଳିଲା ନୂଆ ଉପହାର । ଏଥର ନୌସେନାରେ ସାମିଲ ହେବ ପ୍ରତିରକ୍ଷା ଉତ୍ପାଦନ ଓ ସାମୁଦ୍ରିକ ନିରାପତ୍ତା । ହଁ ଦର୍ଶକ ବନ୍ଧୁ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ତିନିଟି ପ୍ରମୁଖ ଯୁଦ୍ଧପୋତକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ନୌସେନାର ଲଢୁଆ ଜାହାଜ ଆଇଏନ୍‌ଏସ୍‌ ସୁରତ, ଆଇଏନ୍‌ଏସ୍‌ ନୀଳଗିରି ଓ ଆଇଏନ୍‌ଏସ୍‌ ବାଘଶୀରକୁ ମୁମ୍ବାଇର ନୌସେନା ଡକ୍‌ୟାର୍ଡରେ ମୁତୟନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ତିନି ପ୍ରମୁଖ ଯୁଦ୍ଧପୋତକୁ ନୌସେନାରେ ସାମିଲ କରିବା ପ୍ରତିରକ୍ଷା ଉତ୍ପାଦନ ଓ ସାମୁଦ୍ରିକ ନିରାପତ୍ତା କ୍ଷେତ୍ରରେ ଭାରତର ଦକ୍ଷତାକୁ ସୂଚାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଆଟଲାଣ୍ଟିକ ମହାସାଗରର ଗୁରୁତ୍ୱ ଭାରତ ମହାସାଗର ଅଞ୍ଚଳକୁ ସ୍ଥାନାନ୍ତରିତ ହୋଇଛି, ଯାହା ଅନ୍ତର୍ଜାତୀୟ ଶକ୍ତି ପ୍ରତିଦ୍ୱନ୍ଦ୍ୱିତାର କେନ୍ଦ୍ର ପାଲଟିଛି। ତେବେ ପି୧୫ବି ଗାଇଡେଡ୍ ମିସାଇଲ ଡେଷ୍ଟ୍ରୟର ପ୍ରୋଜେକ୍ଟର ଚତୁର୍ଥ ତଥା ଅନ୍ତିମ ଜାହାଜ ଆଇଏନ୍‌ଏସ୍‌ ସୁରତ ବିଶ୍ୱର ସର୍ବବୃହତ୍ ଓ ଅତ୍ୟାଧୁନିକ ବିଧ୍ବଂସକ ଜାହାଜ ମଧ୍ୟରେ ଅନ୍ୟତମ ହେବ । କାରଣ ଏଥିରେ ୭୫% ସ୍ୱଦେଶୀ ଉପାଦାନ ରହିବୀ ସହ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର-ସେନ୍ସର ପ୍ୟାକେଜ୍ ଓ ଉନ୍ନତ ନେଟୱାର୍କ-ସେଣ୍ଟ୍ରିକ୍ କ୍ଷମତା ରହିଛି ବୋଲି ପିଏମ୍‌ଓ ପକ୍ଷରୁ କୁହାଯାଇଛି। କେବଳ ଏତିକି ନୁହେଁ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଡିଜାଇନ ବ୍ୟୁରୋ ଦ୍ୱାରା ପି୧୭ଏ ଷ୍ଟେଲ୍‌ଥ ଫ୍ରିଗେଟ୍ ପ୍ରକଳ୍ପର ପ୍ରଥମ ଜାହାଜ ଭାବେ ଆଇଏନ୍‌ଏସ୍‌ ନୀଳଗିରିର ଡିଜାଇନ କରାଯାଇଛି। ସେହିଭଳି ନୌସେନା ଅନୁଯାୟୀ, ଆଇଏନ୍ଏସ୍ ନୀଳଗିରି ଶିୱାଲିକ ଶ୍ରେଣୀ ଫ୍ରିଗେଟ୍‌ର ଅଧିକ ଉନ୍ନତ ସଂସ୍କରଣ, ଯେଉଁଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ‘ଷ୍ଟେଲ୍ଥ’ ବୈଶିଷ୍ଟ୍ୟ ରଖାଯାଇଛି। ଶତ୍ରୁ ରାଡାର ସହଜରେ ଏହାର ଟେର୍ ପାଇବ ନାହିଁ। ଉଭୟ ନୀଳଗିରି ଓ ସୁରତ ଚେତକ, ଅତ୍ୟାଧୁନିକ ହାଲୁକା ହେଲିକପ୍ଟର ଓ ନୂତନ ଭାବେ ସାମିଲ ହୋଇଥିବା ଏମ୍‌ଏଚ୍‌-୬୦ଆର୍‌ ସମେତ ଅନେକ ହେଲିକପ୍ଟରକୁ ଅପରେଟ୍ କରିପାରିବେ। ତେବେ ଉଭୟ ଜାହାଜକୁ ନୌସେନାର ଯୁଦ୍ଧଜାହାଜ ଡିଜାଇନ୍ ବ୍ୟୁରୋ ଦ୍ୱାରା ଡିଜାଇନ୍ କରାଯାଇଛି। ଏଥିରେ ମୁଖ୍ୟତଃ ଭାରତରେ ବିକଶିତ ଅତ୍ୟାଧୁନିକ ସେନ୍ସର ଓ ଅସ୍ତ୍ରଶସ୍ତ୍ର ପ୍ୟାକେଜ୍ ରହିଛି। କିଛି ଉପାଦାନ ଅଗ୍ରଣୀ ବିଶ୍ୱ ଉତ୍ପାଦନକାରୀଙ୍କ ସହ ରଣନୈତିକ ସହଯୋଗ ମାଧ୍ୟମରେ ଏଥିରେ ସଜ୍ଜିତ ହୋଇଛି।

Leave a Reply

Your email address will not be published. Required fields are marked *