କଟକ ଜିଲ୍ଲା ବାରଙ୍ଗ ବ୍ଲକରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିର୍ନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଗୁରୁବାର ବାରଙ୍ଗ ପଂଚାୟତ ସମିତି କାଯ୍ୟଳୟରେ ବ୍ଲକ ସ୍ତରୀୟ ଭିର୍ନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି,ବାରଙ୍ଗ ବ୍ଲକ ଅନ୍ତର୍ଗତ 16 ଟି ପଂଚାୟତର ସମୁଦାୟ 347 ଜଣ ପଞ୍ଜିକୃତ କରିଥିଲେ,ଶିବିର ରେ ବହୁ ଡାକ୍ତର ଉତ୍କଳ ସାହୁ,ରାହୁଲ ଘୋଷ,ଦେବଦତ୍ତ ସାହୁ,ରଞ୍ଜିତ ସ୍ୱାଇଁ,ଅମୃତି ସାହୁ,ବିଜୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଭିର୍ନ୍ନକ୍ଷମ ଚି଼ହ୍ନଟ କରିଥିଲେ, ଶ୍ରବଣ ବାଧିତ 47,ଦୂଷ୍ଟି ବାଧିତ 37,ଚଳନ ଶକ୍ତି ବାଧିତ 152,ମାନସିକ 88,ସ୍ନାହୁ ବାଧିତ 23 ଜଣ ଦିବ୍ୟାଙ୍ଗ ମହିଳା ଓ ପୁରୁଷ ମାନେ କାଯ୍ୟକ୍ରମ ରେ ଯୋଗଦେଇଥିଲେ,ଏତଦ ବେତିତ୍ୱ 293 ଭିର୍ନ୍ନକ୍ଷମ ଙ୍କୁ ପ୍ରମାଣପତ୍ର, 3 ଜଣଙ୍କୁ DRI ଋଣ ଫର୍ମ, 28 ଜଣଙ୍କୁ ବସ ପାସ୍ ଫର୍ମ ସଂଗ୍ରହ କରାଯାଇଥିଲା,ଏହି କାଯ୍ୟକ୍ରମ ରେ ବାରଙ୍ଗ ଗୋଷ୍ଟୀ ଉର୍ନୟନ ଅଧିକାରୀ ସ୍ୱାଗତ ଦାଶ, ଓ ସାମାଜିକ ସୁରକ୍ଷା ବିଭାଗ ଅଧିକାରୀ ସାରଦା ପ୍ରସନ୍ନ ଦାଶ ପରିଚାଳନା ରେ ସହଯୋଗ କରିଥିଲେ,ବାରଙ୍ଗ ବ୍ଲକ 33 no ଜୋନ ରୁ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ପ୍ରଦୀପ କୁମାର ଭୋଇ,କୋରକରା ପଂଚାୟତ ସରପଞ୍ଚ ଅଶୋକ କୁମାର ପାତ୍ର,ଖଲର୍ଦା ସରପଞ୍ଚ ଇତିଶ୍ରୀ ସ୍ୱାଇଁ,ଉଷୁମା ସରପଞ୍ଚ ମିନତୀ ସାହୁ,ସାଇଁସ ସରପଞ୍ଚ ସରୋଜ ମହାପାତ୍ର,ନଗରୀ ସରପଞ୍ଚ ନରୋତ୍ତମଃ ଦାଶ,ହରିହନ୍ତା ସରପଞ୍ଚ ପଦ୍ମିନୀ ପ୍ରଧାନ,କୁରାଙ୍ଗ ଶାସନ ସରପଞ୍ଚ ରୋହିଣୀ ଭୋଇ, କୁରାଙ୍ଗ ପ୍ରଧାନ ସରପଞ୍ଚ ସୁରେଶ ଭୋଇ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ପଂଚାୟତ ର ହିତାଧିକାରୀ ମାନଙ୍କୁ ସହଯୋଗ କରିଥିଲେ …