ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ବାଳକାଟି ଠାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ମିଶନଶକ୍ତି ପକ୍ଷରୁ ଏକ ମେଗା ଋଣ ମେଳା ଏବଂ ଆର୍ଥିକ ସାକ୍ଷରାତା କର୍ଯ୍ୟକ୍ରମ ଆୟୋଜନ କରାଯାଇ ମହିଳାମାନଙ୍କୁ ଋଣ ପ୍ରଦାନ କରାଯାଇଛି । ମିଶନ ଶକ୍ତି ବିଭାଗ ସହାୟତାରେ ପ୍ରଦାନ କରାଯାଇଥିବା ଏହି ଋଣକୁ ନେଇ ମହିଳାମାନେ ସ୍ୱାବଲମ୍ବୀ ହେବେ । ମହିଳା ହେବେ ସ୍ୱାବଲମ୍ବୀ । ସମସ୍ତଙ୍କୁ ରୋଜଗାରର ବାଟ ଦେଖାଇ ଦିଆଯିବ । ଆର୍ଥିକ ଅନଟନ ମଧ୍ୟରେ ରହିଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ବ୍ୟାଙ୍କ ମଧ୍ୟମରେ ଋଣ ଯୋଗାଇ ଦିଆଯାଇ ମିଶନ ଶକ୍ତି ମାଧ୍ୟମରେ ସ୍ୱାବଲମ୍ବୀ କରାଯିବ । ଏଭଳି କରିକଳ୍ପନା ନେଇ ରାଜ୍ୟ ସରକାରଙ୍କ ମିଶନଶକ୍ତି ମାଧ୍ୟମରେ ଏକ ଘରୋଇ ବ୍ୟାଙ୍କ ସହାୟତାରେ ଖୋର୍ଦ୍ଧା ଜିଲ୍ଲା ବାଳକାଟି ଠାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ଏକ ମେଗା ଋଣ ମେଳା ଏବଂ ଆର୍ଥିକ ସାକ୍ଷରତା କର୍ଯ୍ୟକ୍ରମ ଆୟୋଜନ କରାଯାଇ ମହିଳାମାନଙ୍କୁ ଋଣ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଜାରି ରଖିବା ସହିତ ମହିଳାମାନଙ୍କ ପାଇଁ ମିଶନଶକ୍ତି ପ୍ରତ୍ୟେକ ସମୟରେ ରହିଥିବାର ମିଶନ ଶକ୍ତି ର ଅତରିକ୍ତ ସଚିବ କହିଛନ୍ତି । ମହିଳାମାନେ କିପରି ବ୍ୟାଙ୍କ ସହଯୋଗରେ ଆର୍ଥିକ ଭାବରେ ସ୍ୱାବଲମ୍ବୀ ହୋଇ ପାରିବେ ସେ ସମ୍ପର୍କରେ ମହିଳାମାନେ ପରାମର୍ଶ ନେବା ସହିତ ବ୍ୟାଙ୍କ ମାଧ୍ୟମରେ ନେଉଥିବା ଋଣକୁ ସଠିକ୍ ଭାବରେ ବିନିଯୋଗ କରିବା ପାଇଁ ପରାମର୍ଶ ନେଇଥିଲେ । ତେବେ ଅନେକ ସ୍ୱୟଂ ସହାୟିକା ଗୋଷ୍ଠୀର ମା’ ମାନେ ଋଣ ନେଇ ଆଜି ନିଜକୁ ପ୍ରତିଷ୍ଠିତ କରାଇ ପାରିଛନ୍ତି । କତାରେ ବିଭିନ୍ନ କାରୀଗରୀ ହେଉ ଅଥବା ମାଛଚାଷ ଭଳି ଅନେକ ପ୍ରକଳ୍ପକୁ ନିଜ ଉଦ୍ୟମରେ ମିଶନ ଶକ୍ତି ମା’ ମାନଙ୍କୁ ଏକତ୍ର କରି ଆଜି ରୋଜଗାର କ୍ଷମ ହୋଇ ପାରିଥିବାର କହିଛନ୍ତି । ସେପଟେ କେନ୍ଦ୍ର ସରକାରଙ୍କର ପିଏମଜେଜେବିୱାଇ ପିଏମଏସବିୱାଇ ପିଏମଜେଡ଼ିିୱାଇ ଏପିୱାଇ ଏସଏସୱାଇ ଆଦି ଯୋଜନାରେ ସାମିଲ ହେବା ପାଇଁ ପରାମର୍ଶ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ୧୦୦ ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ୫୦୦ ମହିଳାମାନଙ୍କୁ ୭ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଥିଲା ।