ଗତ କାଲି କଟକ ଜିଲ୍ଲା ବାରଙ୍ଗ ବ୍ଲକ ର 13 ତମ ବ୍ଲକସ୍ତରୀୟ ପ୍ରଧାନ ଶିକ୍ଷକ ଙ୍କ ମାସିକ ଆଲୋଚନା ସହୀଦ ସ୍ମୃତି ବିଦ୍ୟାପୀଠ,ବିଶିପଦା ଠାରେ ଅନୁଷ୍ଠିତ ହୋଇଯାଇଛି,ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଝୋଟି ଚିତା ପକାଇ ଏବଂ ପୁଷ୍ପଗଛ ଦେଇ ଅତିଥି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ସ୍ୱାଗତ ଜଣେଇଥିଲେ,ଏହି ବୈଠକ କୁ ସହୀଦ ସ୍ମୃତି ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ଜୟଶଙ୍କର ପ୍ରଧାନ ଅଧ୍ୟକ୍ଷତା କରିଥିଲେ,ଏହି ବୈଠକ ର ମୁଖ୍ୟ ଉଦ୍ୟସ ଥିଲା ଛାତ୍ର ଛାତ୍ରୀଙ୍କ ଶିକ୍ଷା ର ବିକାଶ କେମିତି ହେବ,ଚଳିତ ମେଟ୍ରିକ ପରୀକ୍ଷା ପାଇଁ ଛାତ୍ର ଛାତ୍ରୀ ମନରେ ଭୟ ଦୂର କରିବା ସହିତ ଶିକ୍ଷକ ମାନେ କିଭଳି ସୁରୁଖୁରୁରେ ପରିଚାଳନା କରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା,ଶିକ୍ଷାର୍ଥୀ ମାନେ ଶିକ୍ଷା ପ୍ରତି କିଭଳି ଆଗ୍ରହ ପ୍ରକାଶ କରିବେ ଓ ଦୁର୍ବଳ ଶ୍ରେଣୀ ର ଶିକ୍ଷାର୍ଥୀ ମାନେ କିଭଳି ଭଲ କୃତକାଯ୍ୟ କରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା,ନୂଆ ପାଠ୍ୟଖସଡ଼ା କୁ ଛାତ୍ର ଛାତ୍ରୀ ମାନେ କିଭଳି ଗ୍ରହଣ କରିବେ,ଛାତ୍ର ଛାତ୍ରୀ ମୂଲ୍ୟୟାନ ଓ ଫଳାଫଳ ବିଷୟରେ ଅଭିଭାବକ ମାନଙ୍କ ସହିତ ଆଲୋଚନା କରିବା ପାଇଁ ପରାମର୍ଶ ଦିଆଗଲା,ବାରଙ୍ଗ ବ୍ଲକ ର ସମସ୍ତ ବିଦ୍ୟାଳୟ ରୁ 28 ଜଣ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦେଇଥିଲେ,ସେମାନେ ହେଲେ ଉତ୍ତମ କୁମାର ସାହୁ,ସନ୍ତୋଷ କୁମାର ଦାଶ,ଘନଶ୍ୟାମ ମୁଦୁଲି,ହରପ୍ରିୟା ମହାପାତ୍ର,ସୁଚିତ୍ରା ନାୟକ,ସୁଯ୍ୟମଣି ବେହେରା,ରତ୍ନାକର ଦାଶ,ପ୍ରତାପ ଚନ୍ଦ୍ର ମହାପାତ୍ର,ନଳିନୀ ପ୍ରଭା ପାତ୍ର,ରୋଜାଲିନ ବିଶ୍ୱାଳ,ସୁଭଦ୍ରା ତ୍ରିପାଠୀ,ତନୁବାଳା ସାହୁ,ଚନ୍ଦ୍ରମଣି ପ୍ରଧାନ,ଶରତ କୁମାର ଆଚାର୍ଯ୍ୟ,ସୋପ୍ନାଶ୍ରୀ ପଟ୍ଟନାୟକ,ଆରତୀ ରାଉତ, ଜୟଶଙ୍କର ପ୍ରଧାନ,ସତ୍ୟବ୍ରତ ସାହୁ, ପ୍ରଫୁଲ୍ଲ କୁମାର ରଥ ପ୍ରମୁଖ ପ୍ରଧାନ ଶିକ୍ଷକ ମାନେ ଯୋଗଦେଇଥିଲେ,ବାରଙ୍ଗ ବ୍ଲକରୁ ଆସିଥିବା ସମସ୍ତ ଅତିଥି ଶିକ୍ଷକ ମାନେ ସହୀଦ ସ୍ମୃତି ବିଦ୍ୟାପୀଠ ରେ ହେଇଥିବା 5T କାଯ୍ୟ ଏବଂ ବିଦ୍ୟାଳୟ ର ଭିତିଭୂମି ଓ ଶିକ୍ଷାଦାନ ର ପରିବେଶ କୁ ପ୍ରଂଶସା କରିଥିଲେ,ଶେଷରେ ବିଦ୍ୟାଳୟ ର ଶିକ୍ଷକ ପ୍ରଦୀପ ରାୟ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ,ଏହି ସଭାର ସମସ୍ତ ଦାୟିତ୍ୱ ନେଇଥିଲେ ବିଦ୍ୟାଳୟ ର ଶିକ୍ଷକ କୈଳାଶ ବେଉରା,ସୁଜାତା ଦିଦି,ଶୋର୍ଣ୍ଣଲତା ଦିଦି,ଲଷ୍ମୀପ୍ରିୟା ଦିଦି ପ୍ରମୁଖ ସହଯୋଗ କରିଥିଲେ ।