କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ ୨୪ ବର୍ଷ ର ସ୍ଥାୟୀ ବିଜେଡି ସରକାରର ଆଉ କେ ନଗ୍ନ ନମୁନା ଦେଖିବାକୁ ମିଳିଛି । ବିକାଶର ଦ୍ୱାହି ଦେଇ ଆଦିବାସୀ ମାନଙ୍କୁ ପ୍ରତାରଣା କରାଯାଇଛି । ଏବେବି ଲୋକେ ପରାଧୀନ ଭାବେ ଲୋକେ ଜୀଵନ ଯାପନ କରୁଛନ୍ତି । ପିଢ଼ି ପରେ ପିଢ଼ି ଆସୁଛନ୍ତି ,ଯାଉଛନ୍ତି ,ହେଲେ ସ୍କୁଲ କଣ ଜାଣି ନାହାଁନ୍ତି ଗାଁ ଲୋକେ, ବଡ଼ ରୁ ଛୋଟ ପର୍ଯ୍ୟନ୍ତ ଟିପଚିହ୍ନ ହିଁ ଏମାନଙ୍କ ପାଇଁ ଭରଷା । ରାସ୍ତା ନାହିଁ ,ପାହାଡ଼ ପରେ ପାହାଡ଼ ଚଢି ଲୋକେ ଯିବା ଆସିବା କରୁଛନ୍ତି । ଫେଲ ମରିଛି ସ୍ୱମନ୍ବିତ ଶିଶୁ ବିକାଶ ଯୋଜନା । ରାଜନେତାଙ୍କୁ ଦେଖି ନାହାନ୍ତି କି ପ୍ରଶାସନକୁ ଜାଣି ନାହାଁନ୍ତି । ସଚେତନତାର ଅଭଵ ,ଗାଁ ରେ ଏବେବି ଚାଲୁଛି ବାଲ୍ୟ ବିବାହ ।ଥୁଆମୂଳ ରାମପୁର ବ୍ଲକର ବିରିକୋଟ ପଞ୍ଚାୟତ ଅନ୍ତର୍ଗତ ଜଙ୍ଗଲୀ ମୂଲକରେ ଥିବା ରାଜସ୍ୱ ଗ୍ରାମ ହେଉଛି ଘୁମେର । ଏହି ଗ୍ରାମକୁ ଯିବାକୁ ହେଲେ ୩ଟି ପାହାଡ଼ ଚଢି ଚାଲି ଚାଲି ୪ କିଲୋମିଟର ଯିବାକୁ ପଡେ । ଘୁମେର ଗାଁ ରେ ଆଦିବାସୀ ଓ ଗଉଡ଼ ସମ୍ପ୍ରଦାୟର ପ୍ରାୟ ୧୫ ପରିବାର ବସବାସ କରି ରହି ଆସୁଛନ୍ତି । ଘୁମେର ଗାଁର ପାହାଡ଼ ଚଢି ପାରୁନାହିଁ ବିକାଶ । ଆଜି ବି ଗାଁ କୁ ରାସ୍ତା ଟିଏ ନାହିଁ । ରାସ୍ତା ନ ଥିବା ଯୋଗୁଁ ଆମ୍ବୁଲାନ୍ସ ଯାଇପାରେ ନାହିଁ । ଯାହା ଫଳରେ ଗର୍ଭବତୀ, ପ୍ରସୂତୀ କିମ୍ବା ରୋଗୀଙ୍କୁ ଖଟିଆରେ ବୋହି ୪କିମି ଯିବାକୁ ପଡେ । ଗାଁ ରେ ଫେଲ ମାରିଛି ବାସୁଧା ଯୋଜନା । ବର୍ଷ ବର୍ଷ ଧରି ନାଳ ପାଣି ପିଇ ଜୀଵନ ବଞ୍ଚାଉଥାନ୍ତି । ସବୁଠାରୁ ପରିତାପର ବିଷୟ ଗାଁ ରେ ସ୍କୁଲ ନ ଥିବା ଯୋଗୁଁ ଅନେକ ପିଢ଼ି ସମସ୍ତେ ଅପାଠୁଆ ଅଛନ୍ତି । ଗାଁ କୌଣସି ପୁରୁଷ, ମହିଳା, ପୁଅ କିମ୍ବା ଝିଅ ସ୍କୁଲ ଦେଖି ନାହାନ୍ତି କି ବହି ବସ୍ତାନୀ ଧରି ନାହାନ୍ତି । ଏବେବି ଟିପଚିହ୍ନ ଭରଷା ରେ ବଡ଼ ରୁ ଛୋଟ ପର୍ଯ୍ୟନ୍ତ ଅଛନ୍ତି । ଅନ୍ୟ ପକ୍ଷରେ ଗାଁ ରେ ଅଙ୍ଗନୱାଡି କର୍ମୀ ନିଯୁକ୍ତି ହୋଇଥିଲେ ସୁଦ୍ଧା ରାସ୍ତା ନ ଥିବା ଯୋଗୁଁ କର୍ମୀ ଆସୁ ନ ଥିବା ଅଭିଯୋଗ ହୁଏ । ଯାହା ଫଳରେ କୋମଳ ମତି ଶିଶୁ ମାନେ ପ୍ରି ସ୍କୁଲ କିମ୍ବା ଗରମ ରନ୍ଧାଖାଦ୍ୟରୁ ବଞ୍ଚିତ ହୁଅନ୍ତି । ଗାଁର ଲୋକେ ମନରେଗା କଣ ଜାଣି ନାହାଁନ୍ତି । ଗାଁର ଯୁବକ ମାନେ ବଙ୍ଗାଲୁର, କରେଳ, ଚେନ୍ନାଇ, ଆନ୍ଧ୍ରପ୍ରଦେଶ କୁ ଦାଦନ ଖଟି ଯାଇଥାନ୍ତି । ସଚେତନତାର ଅଭାଵ ଆଜି ବି ଏଠାରେ ବାଲ୍ୟ ବିବାହ ଚାଲେ । ଅତି କମ ବୟସରେ ପୁଅ ଝିଅ ମାନଙ୍କୁ ବିବାହ କରାଇ ଦେଉଥିବା ଜଣାପଡ଼ିଛି ।ଗ୍ରାମବାସୀ ରାଜନେତାଙ୍କୁ ଦେଖି ନାହାନ୍ତି କି ପ୍ରଶାସନକୁ ଜାଣି ନାହାଁନ୍ତି । ନିର୍ବାଚିତ ପ୍ରତିନିଧି ମାନେ ନିର୍ବାଚନ ସମୟରେ ଭୋଟ ହାତେଇବା ପାଇଁ ଗାଁ କୁ ଯାଇଥାନ୍ତି, ଭୋଟ ସରିଲା ପରେ ଆଉ କେବେ ଦେଖା ଦିଅନ୍ତି ନାହିଁ । ସତରେ କଣ ଘୁମେର ଗ୍ରାମବାସୀ ବିକାଶର ସୂର୍ଯ୍ୟ ଦେଖିପାରିବେ ନା ଏମିତି ହିଁ ବର୍ଷ ବର୍ଷ ଧରି ଅନ୍ଧାରୀ ମୁଲକ ରେ ରହିବେ ତାହା ଏବେ ବଡ଼ ପ୍ରଶ୍ନ । ଗ୍ରାମବାସୀଙ୍କୁ କେବେ ମିଳିବ ସବୁ ଦିନିଆ ରାସ୍ତା, କେବେ ଦୁରହେବ ଟିପଚିହ୍ନ ତାହା ଏବେ ବଡ଼ ଅସମାହିତ ପ୍ରଶ୍ନ ।