ସ୍ଵଳ୍ପ ନିବେଶ ଅଧିକ ଲାଭ ପାଇବାର ଲୋଭ ଦେଖାଇ ଲୋକଙ୍କୁ ଲଗାଉଥିଲେ ଲକ୍ଷ ଲକ୍ଷ ଟଙ୍କାର ଚୂନ । ଏକ ସାଇବର ଠକ ଡିପ୍ଲୋମା ଇଞ୍ଜିନିୟର କୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ । ବିଭିନ୍ନ ଲୋକଙ୍କ ଠାରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିଥିଲା ଠକ। ଥାଇଲାଣ୍ଡକୁ ତିନି ମାସିକା ଭିସାରେ ଯାଇ ସେଠାରେ ଏକ କମ୍ପାନୀ କରିଥିବା ନେଇ ଲୋକଙ୍କୁ ବିଶ୍ୱାସ କରେଇଲ । ଏହାପରେ ଏକ ମୋବାଇଲ ଆପ ସହାୟତାରେ ଟଙ୍କା ଠକି ନେଇଥିଲା । ଅଧିକ ଟଙ୍କା ରିଟର୍ଣ ଲୋଭ ଦେଖାଇ କଟକର ଜଣଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଠକି ନେଇଥିବା ସାଇବର ଥାନାରେ ଅଭିଯୋଗ ହୋଇଥିଲା । ରାୟଗଡ଼ାରୁ ପୋଲିସ ତାକୁ ଗିରଫ କରିଛି । ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ସେ ନେଇ ତଦନ୍ତ ଜାରି ରଖିଛି ବୋଲି କହିଛନ୍ତି କଟକ ଡିସିପି ଜଗମୋହନ ମୀନା ।