ସୁଭଦ୍ରା ଯୋଜନା ଯାହାକୁ ଘୋଷଣା କରିଥିଲେ ନୂତନ ସରକାରଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯେଉଁଥିରେ ରାଜ୍ୟର ମହିଳାଙ୍କୁ ପାଞ୍ଚ ହଜାର ମିଳିବ ବୋଲି ଘୋଷଣା ହୋଇଥିଲା । ଆଉ ଯେଉଁଥିପାଇଁ ଆବେଦନ କରିଥିଲେ ଲକ୍ଷ ଲକ୍ଷ ମହିଳା ହିତାଧିକାରୀ । ହେଲେ ସେ ମଧ୍ୟରୁ ରାଜ୍ୟର ୧୫୭ ଜଣ ପୁରୁଷ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ତେବେ ଏନେଇ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ , ମୁଁ ଭାବି ପାରୁନାହିଁ, ପୁରୁଷମାନେ କାହିଁକି ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି। ଆଧାର କାର୍ଡର ବ୍ୟାଙ୍କ ଲିଙ୍କ୍ ଡାଟା ଆସିବା ପରେ ୧୫୭ ଜଣ ପୁରୁଷ ଥିବା ଜଣା ପଡ଼ିଥିଲା। ବେଳେ ବେଳେ ପୁଅ ଓ ଝିଅଙ୍କ ନାଁ ଏକା ଥାଏ। ସ୍ପେଲିଙ୍ଗ ବି ଏକା ହୋଇଥାଏ। ତ୍ରୁଟିରେ ପୁରୁଷମାନେ ସୁଭଦ୍ରା ପାଇଁ ଆବେଦନ କରି ଦେଇଥିବେ। ସେମାନଙ୍କୁ ଏଥିରୁ ବାଦ ଦିଆଯାଇଛି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।ଉପ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସୁଭଦ୍ରା ପାଇଁ ୧ କୋଟି ୭ ଲକ୍ଷ ମହିଳା ହିତାଧିକାରୀ ଆବେଦନ କରିଛନ୍ତି। ଏମପିସିଆଇ ପେଣ୍ଡିଙ୍ଗ ୨ଲକ୍ଷରୁ ଅଧିକ ଥିଲା। ଯେଉଁମାନେ ବାହାରକୁ କାମ ପାଇଁ ପଳାଇଛନ୍ତି, ସେମାନଙ୍କ ଫଟୋ ଉଠିବା ଦରକାର। ସେଥିପାଇଁ ସେମାନଙ୍କୁ ସୁଭଦ୍ରା ଦିଆଯାଇପାରୁନି। ଏଥି ସହ ସେ କହିଛନ୍ତି ଯେ ରାଜ୍ୟ ବାହାରେ ଯେଉଁ ମହିଳା ହିତାଧିକାରୀ ଅଛନ୍ତି, ସେମାନେ ବି ସୁଭଦ୍ରା ଆବେଦନ କରିପାରିବେ। ସେମାନେ ସୁଭଦ୍ରା ପାଇଁ ଆବେଦନ କରନ୍ତୁ। ଗଞ୍ଜାମ, ମୟୂରଭଞ୍ଜ, ଅନୁଗୋଳ, ସମ୍ବଲପୁର, କୋରାପୁଟ,ବଲାଙ୍ଗିର ଓ ଦେବଗଡ଼ ଜିଲ୍ଲା ବହୁତ ମହିଳା ହିତାଧିକାରୀ ବାହାର ରାଜ୍ୟରେ କାମ କରୁଛନ୍ତି। ସେମାନେ କିପରି ସୁଭଦ୍ରା ପାଇବେ, ସରକାର ସେଥିପାଇଁ ଚେଷ୍ଟା କରୁଛନ୍ତି । ଏଥି ସହ ଜାନୁଆରୀ ମାସ ଶେଷ ସୁଦ୍ଧା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।