ଯାହାଙ୍କ ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିବାରୁ ପ୍ରତ୍ୟେକ କଟକିଆ ଙ୍କ ପାଇଁ ଏହା ଗର୍ବ ଓ ଗୌରବର କଥା । ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ ହେଇଥିବାରୁ ସାରା ବିଶ୍ୱ ତାଙ୍କୁ ନେତାଜୀ ଭାବେ ଜାଣେ । ତେବେ ଏହି ମହାନ୍ ପୁରୁଷ ନେତାଜୀଙ୍କ ଜନ୍ମ ଦିବସ ଅବସରରେ ସାରା ଦେଶ ଉତ୍ସବ ମୁଖର । ଗତ ୨୩ ତାରିଖ ରେ ଜନ୍ମ ଦିବସ ଥିଲା ସତ ହେଲେ ଜନ୍ମ ସ୍ଥାନ ତିନି ଧରି ପାଳିତ ହେଉଛି ନେତାଜୀ ପରାକ୍ରମ ଦିବସ। ଜାନୁଆରୀ ୨୩ ଦିନ ନେତାଜୀ ଜୟନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କଟକ ଗସ୍ତ। ମୁଖ୍ୟମନ୍ତ୍ରୀ ସହ ଉପ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, କଟକ ସାଂସଦ ତଥା ଅନେକ ଗଣମାନ୍ୟ ଅତିଥିମାନେ ପ୍ରଥମେ କଟକ ଓଡିଆ ବଜାର ସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ଓ ପରେ ସେଠାରେ ଥିବା ନେତାଜୀ ଙ୍କ ପୈତୃକ ଘର ଜାନକୀ ନାଥ ଭବନରେ ପ୍ରଦର୍ଶିତ ଷୁଭାଷ ବୋଷ ଙ୍କ ବ୍ୟବହୃତ ଜିନିଷ ବୁଲି ଦେଖିଥିଲେ। ଏହାପରେ ବାରବାଟୀ ଦୂର୍ଗ ନିକଟରେ ,ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମ ରେ ଯୋଗଦେଇ କିଛି ସ୍ୱାଧୀନତା ସଂଗ୍ରାମୀ ଙ୍କୁ ସମ୍ମାନିତ କରିଥିବା ଦେଖା ଯାଇଥିଲା। ତେବେ ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ଚଳିତ ବର୍ଷ ଠାରୁ ନେତାଜୀ ଜୟନ୍ତି କୁ ଦେଶ ପରାକ୍ରମ ଦିବସ ରୂପେ ପାଳନ କରୁଛି। ସେଥିପାଇଁ କଟକ ସ୍ଥିତ ନେତାଜୀଙ୍କ ଜନ୍ମ ସ୍ଥାନ ଠାରେ ରକ୍ତଦାନ ଶିବିର, ବାଲୁକା କଳା, ଚିତ୍ରକଳା ପ୍ରଦର୍ଶନୀ ଆଦି ଆୟୋଜନ କରା ଯାଇଥିଲା। କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଜିଲ୍ଲାପାଳ ଙ୍କ ସମେତ କଟକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଓ ସୁରକ୍ଷା ପାଇଁ କଟକ ଡିସିପି ଙ୍କ ତତ୍ତ୍ୱାବଧାନରେ କମିସନରେଟ ପୋଲିସ ର ଜବାନଙ୍କୁ ମୃତୟନ କରା ଯାଇଥିଲା ଯାହା କି ଆଜି ଶେଷ ହେବ ।