• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ନିରୀହ ଆଦିବାସୀଙ୍କ ଭାଗ୍ୟ ଶାସନ

Spread the love

ବଣ ପାହାଡ଼ରେ ବାସ କରୁଥିବା ଆଦିବାସୀ ମାନଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ, ମୋବାଇଲ ନେଟୱାର୍କ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ତାହା ଫେଲ ମାରିଛି । ଏବେ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ଏଭଳି ଏମିତି ଏକ ଗାଁ ହେଉଛି ପିପଲଗୁଡା । ଏହି ଗ୍ରାମବାସୀ ପାଇଁ ଅଭିଶାପ ପାଲଟିଛି ରାସ୍ତା । ଗୋଟିଏ ବି ନଳକୁପ ନାହିଁ, ବର୍ଷ ବର୍ଷ ଧରି ନାଲ ପାଣି ପିଇ ଜୀଵନ ବଞ୍ଚାଇଛିନ୍ତି ଗ୍ରାମବସୀ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବୁଢ଼ୀଦର ପଞ୍ଚାୟତର ଜଙ୍ଗଲଭିତରେ ବାସ କରୁଥିବା ଏକ ଗାଁ ହେଉଛି ପିପଲଗୁଡା ଗାଁ । ଏହି ଗାଁ ବୃଦେଲଗୁଡା ସାହି ଓ ଅମଠାଗୁଡା ସମେତ ଦୁଇଟି ସାହି ଜଙ୍ଗଲ ଭିତରେ ବସବାସ କରିଥାନ୍ତି । ସମସ୍ତେ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ସମସ୍ତେ ଭୂମିହୀନ ଅଟନ୍ତି । ଆଦିବାସୀ ମାନେ ଜଙ୍ଗଲୀ ମୂଳକରେ କେଉଁ ଅବାହମାନ କାଳରୁ ବସାବାନ୍ଧି ରହି ଆସୁଛନ୍ତି । ଏହି ଆଦିବାସୀ ଗାଁ ମାନଙ୍କରେ ଶାସନ ଓ ପ୍ରଶାସନର କେବେ ମଧ୍ୟ ସଠିକ ଭାବେ ପାଦ ପଡିନାହିଁ ।ଗ୍ରାମର ଦୁଇଟି ସାହି ରେ ଗୋଟିଏ ବି ନଳକୁପ ନାହିଁ । ଆଦିବାସୀ ମାନେ ପୁରୁଷା ପୁରୁଷା ଧରି କର୍ଲାପାଟ ଅଭୟାରଣ୍ୟ ଦେଇ ବୋହିଯାଇଥିବା ନାଲ ର ପାଣି ପିଇ ଜୀଵନ ବଞ୍ଚାଇଥାନ୍ତି । ଗୋଟିଏ କୁଅ ଖୋଲି ସେଥିରେ ନଳକୂପ କରାଯାଇଥିଲା ହେଲେ ତାହା ୧୫ ବର୍ଷ ରୁ ଉର୍ଦ୍ଧ୍ବ ହେବ ଖରାପ ହୋଇ ପଡ଼ିଛି ।
ଖରା ଓ ଶୀତ ଋତୁ ରେ ନାଳ ରେ ପାଣି ବ୍ୟବହାର କରି ହୁଏ , ବର୍ଷା ଋତୁରେ ଗ୍ରାମବାସୀଙ୍କ ଦୁଃଖ ଦ୍ୱିଗୁଣିତ ହୋଇଯାଏ । ବର୍ଷା ଋତୁରେ ନାଳ ଫୁଲିବା ସହିତ ପାଣି ବହୁତ ଜୋରରେ ବହିଥାଏ । ଫଳରେ ବାଧ୍ୟ ହୋଇ ମଇଳା ପାଣି କୁ ମଧ୍ୟ ବ୍ୟବହାର କରିଥାନ୍ତି । ବର୍ତ୍ତମାନ ୫ଜି ଯୁଗ ଆରମ୍ଭ ହୋଇଥିବା ବେଳେ ଏମାନଙ୍କ ପାଇଁ ମୋବାଇଲ ନେଟୱାର୍କ ସାତ ସପନ ହୋଇଛି ।ବର୍ତ୍ତମାନ ଓଡ଼ିଶାରେ ନୂଆ ଯୁଗର ଆରମ୍ଭ ହୋଇଛି । ରାଜ୍ୟରେ ବିଜେଡି କୁ ମାତ ଦେଇ ବିଜେପି ସରକାର କ୍ଷମତା କୁ ଆସିଛି । ରାଜ୍ୟରେ ଜଣେ ଆଦିବାସୀ ହିଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପରିବର୍ତ୍ତନ ହାୱବାରେ ସରକାର ପରିବର୍ତ୍ତନ ହେଲା, ସେହି କ୍ରମରେ ପିପାଳଗୁଡା ଗ୍ରାମବାସୀ ମଧ୍ୟ ନିଜର ଜୀବନ ଧାରଣ ପାଇଁ କେବେ ମୌଳିକ ସୁବିଧା ସୁଯୋଗ ପାଉଛନ୍ତି ତାହା ସମୟ କହିବ।

Leave a Reply

Your email address will not be published. Required fields are marked *