ହଁ ଦର୍ଶକ ବନ୍ଧୁ ଗାଁ ରେ ସୋଇଥିଲେ ଲୋକେ ହଟାତ ମାଡି ଆସିଲା ପାଣି, ଭୟରେ ଗ୍ରାମବାସୀ ଦୌଡିଲେ,ଘରେ ପଶିଲା ବନ୍ୟା ପରି ପାଣି ଆଉଁଳି ମୁଖ୍ୟ କେନାଲରେ ଘାଇ। ଘରେ ପାଣି ପଶିଲା ୫୦ରୁ ଉର୍ଦ୍ଧ ପରିବାର ପ୍ରଭାବିତ ହେଲେ କେନାଲ ପାଣିରେ ।
ଗାଁ ଭିତରେ ନଦୀ ପରି ବହୁଛି କେନାଲ ପାଣି । ଲୋକଙ୍କ ଘରେ ମଧ୍ୟ ପାଣି ପଶିଯାଇଛି। କେନାଲରେ ଘାଇ ସୃଷ୍ଟି ହେବା ଯୋଗୁ ଶହ ଶହ ଏକର ପରିବା ଚାଷ ଓ ଧାନ ଜମି ଜଳମଗ୍ନ ହୋଇଛି। ଛେଣ୍ଡିପଦା ଆଉଁଳି ମୁଖ୍ୟ କେନାଲର କର୍ଣ୍ଣପାଳ ଗାଁ ନିକଟରେ ଭୁଶୁଡ଼ିଲା ମୁଖ୍ୟ କେନାଲ। ୨୦ ଫୁଟର ଘାଇ ହେବା ଫଳରେ କର୍ଣ୍ଣପାଳ ଗାଁରେ ପଶିଛି ପାଣି lଘରେ ଘରେ ପାଣି ପଶି ଘର ସାମଗ୍ରୀ, ଆସବାବପତ୍ର ନଷ୍ଟ ସହିତ ରାସ୍ତା ଉପରେ ନଦୀ ପରି ବୋହୁଛି ପାଣି।
ରାତିରେ ସମସ୍ତେ ଘରେ ଶୋଇଥିବା ବେଳେ ଭାଙ୍ଗିଲା କେନାଲ ଗାଁରେ ପାଣି ପଶିବା ପରେ ଲୋକେ ଜାଣି ଘରୁ ବାହାରିଥିଲେ। ଅନେକ ଲୋକଙ୍କ ଘରେ ଓ ବିଲରେ ପାଣି ପଶି ଧାନ ଓ ପରିବା ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ପ୍ରଶାସନ ନିକଟରେ ଅଭିଯୋଗ ପରେ ମଧ୍ୟ ଜଳସେଚନ ବିଭାଗ ପହଞ୍ଚି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।