• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପ୍ରତାପପୁର ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଶେଫାଳି ଅନୁଷ୍ଠିତ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ପ୍ରତାପପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଶେଫାଳି ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୋନପୁରର ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ଭୋଇ ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କୁ ସୁସ୍ଥ ପରିବେଶ ଓ ସୁସ୍ଥ ସମାଜ ଗଠନ ପାଇଁ ନୀତିବାନ ହେବାକୁ ପରାମର୍ଶ ଦେଇଥିଲେ I ଏଥିରେ ବୀରମହାରାଜପୁର ବ୍ଲକର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ପତ୍ନୀ ତନୁଶ୍ରୀଙ୍କ ସହିତ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇଥିଲେ । ଶ୍ରୀଯୁକ୍ତ କୁମ୍ଭକାର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ ନିମନ୍ତେ ବାର୍ଷିକ ଉତ୍ସବର ଆବଶ୍ୟକତା ବିଷୟରେ ମତପୋଷଣ କରିଥିଲେ l ସୋନପୁର ବ୍ଳକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବିଦ୍ୟାଳୟର ବିକାଶ ପାଇଁ ଏହାର ଚାରିକାନ୍ଥ ଯଥା ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ପିତାମାତା ତଥା ପ୍ରଶାସନର ଭୁମିକା ବିଷୟରେ ଆଲୋଚନା କରିଥିଲେ । ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗତିକୃଷ୍ଣ ମିଶ୍ର ଏବଂ ବରିଷ୍ଠ ଆଇନ ଜୀବି ଶ୍ୟାମା ଓଁ ପ୍ରସାଦ ମିଶ୍ର । ବିଦ୍ୟାଳୟ ପରିଚାଳନା କମିଟୀର ସଭାପତି ଲକ୍ଷ୍ମଣ ମେହେରଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ନନ୍ଦ ସମସ୍ତଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ବାର୍ଷିକ ବିବରଣୀ ପଠନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷକ ଗୋପେଶ ପଣ୍ଡା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଶ୍ୟାମା ଓଁ ପ୍ରସାଦ ମିଶ୍ରଙ୍କ ଦ୍ବାରା ଲିଖିତ ତଥା ମନୋଜ ବାରିକଙ୍କ ଦ୍ବାରା ନିର୍ଦ୍ଦେଶିତ ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ଅନୁଷ୍ଠିତ ହୋଇଥିଲା । ପରେ ଲିଟିଲ ଚାମ୍ପ ଏସ କେ ହରଜିତ୍ ଓ କ୍ରିଷ୍ଣା ମହାପାତ୍ର ସ୍ଵତନ୍ତ୍ର କଳା ପ୍ରଦର୍ଶନ କରିଥିଲେ । ରୁଗୁଡିପାଲି ଉ.ପ୍ରା. ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷକ ଦୋଳଗୋବିନ୍ଦ ପଣ୍ଡା ଏହି ଅବସରରେ ଆୟୋଜିତ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଶିକ୍ଷୟିତ୍ରୀ ମହେନ୍ଦ୍ରୀ ପଣ୍ଡା ପୁରସ୍କାର ବିତରଣରେ ସାହାଯ୍ୟ କରିଥିବା ବେଳେ, ଅକ୍ଷୟ କୁମାର ଜେନା,ଜୟରାମ ପଣ୍ଡା, ସିଆରସିସି ପ୍ରସନ୍ନ କୁମାର ପଣ୍ଡା, ସ୍ଵେଚ୍ଛାସେବୀ ଶିକ୍ଷକ ଅମନ ମହାପାତ୍ର, ଲକ୍ଷ୍ମୀ ବେରିହା, ରବିନା ସେଠୀ, ଅଲୁମିନି ବାଦଲ ସେଠୀଙ୍କ ସହ ଗ୍ରାମର ଅନେକ ଗ୍ରାମବାସୀ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟୀ ସଭାପତି ଲକ୍ଷ୍ମଣ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *