• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସୁନ୍ଦରତାରୁ ହେଲେ ମାତା

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1,"remove":3},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ସୁନ୍ଦର ରୂପ, ସୁନ୍ଦର ଚେହେରା ଆଉ ସୁନ୍ଦର ଶରୀର ଧରି ଶେଷରେ ମାତା ହେଲେ ଏହି ଚାରୀ ଯୁବତୀ । ଆଉ ମାତା ହେଇ ଆଜି ମହାକୁମ୍ଭରେ ବଡ ବଡ ସିନେ ତାରକାଙ୍କ ମନ ମୋହୁଛନ୍ତି ଏହି ଚାରୀ ଯୁବତୀ । ଏମିତିକି ତାଙ୍କ ପାଇଁ ବିବାହ ପ୍ରସ୍ତାବ ମଧ୍ୟ ଦେଉଛନ୍ତି ଏହି ତାରକା ମାନେ । ଆମେ ଆଜି ଆପଣ ମାନଙ୍କୁ ସେମାନଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ସେମାନଙ୍କ ଭିତରୁ ଜଣଙ୍କ ନାଁ ଚଞ୍ଚଲ ନାଥ ଅଘୋରୀ । ଯିଏକି ନିଜ ହାତରେ ନିଆଁ ଲଗେଇ ପାରିବେ ଆଉ ସିଏ ବି ପୁଣି ବିନା ଦିଆସିଲିରେ । ସବୁଠାରୁ ବଡ କଥା ହେଲା ସେ ସାତ ବର୍ଷ ବୟସରୁ ନିଜ ପରିବାରକୁ ତ୍ୟାଗ କରି ଆଧ୍ୟାତ୍ମିକ ଧାରାକୁ ଚାଲି ଆସିଥିଲେ । ସେହିପରେ ହର୍ଷା ରିଚାରିୟା ଯିଏ କି ଆଗରୁ ଜଣେ ମଡେଲ ହୋଇଥିବା ବେଳେ ଏବେ ସେ ମଡେଲିଙ୍ଗ ଛାଡି ମାତା ହେଇ ଯାଇଛନ୍ତି । ସେହିପରି ଅନ୍ୟ ଜଣେ ମାତା ଙ୍କ ନା ହେଉଛି ଧନେଶ୍ୱରି। ଯିଏ କି ନିଜ ରୂପ ଆଉ ନିଜ ଭକ୍ତି ଦ୍ଵାରା ସମସ୍ତଙ୍କ ମନ ମୋହିଛନ୍ତି । ସବୁଠାରୁ ବଡ କଥା ହେଲା ସେ ଋଷରୁ ଆସି ଭାରତରେ ରାଧା କୃଷ୍ଣ ଙ୍କ ପ୍ରେମରେ ବିଭୋର ହୋଇ ଯାଇଛନ୍ତି । ଆଉ ଜଣେ ହେଉଛନ୍ତି ହେମଲତା ଅଘୋରୀ । ଯିଏ କି ପନ୍ଦର ବର୍ଷ ବୟସରୁ ନିଜକୁ ଭଗବାନଙ୍କ ପାଖରେ ସମର୍ପିତ କରି ଦେଇଛନ୍ତି । ତେବେ ଏହି ଚାରି ଜଣ ମାତା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

Leave a Reply

Your email address will not be published. Required fields are marked *